ଓଡିଶା

odisha

ETV Bharat / entertainment

International Yoga Day 2023: ଯୋଗାସନରେ ସେଲିବ୍ରିଟି, ଫିଟ୍‌ ରହିବାକୁ ଦେଲେ ବାର୍ତ୍ତା

ଅନ୍ତର୍ଜାତୀୟ ଯୋଗ ଦିବସ 2023 ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ଏହି ମଧ୍ୟରେ ବଲିଉଡ ତାରକା ମଧ୍ୟ ଏହି ଦିବସ ପାଳନ କରିଛନ୍ତି । ଅଭିନେତ୍ରୀ ମଲାଇକା ଆରୋରା, ଶିଳ୍ପା ସେଟ୍ଟୀ ସମେତ ଅନେକ ସେଲିବ୍ରେଟମାନେ ସେମାନଙ୍କ ଫ୍ୟାନ୍ସକୁ ଶୁଭେଚ୍ଛା ଜଣାଇ ଫିଟ୍ ରହିବାକୁ ଉତ୍ସାହିତ କରିଛନ୍ତି । ଅଧିକ ପଢନ୍ତୁ,

By

Published : Jun 21, 2023, 12:34 PM IST

ଯୋଗ ଦିବସର ଶୁଭେଚ୍ଛା ଜଣାଇ ଫ୍ୟାନ୍ସଙ୍କୁ ଉତ୍ସାହିତ କଲେ ଏହି ସେଲିବ୍ରେଟି
ଯୋଗ ଦିବସର ଶୁଭେଚ୍ଛା ଜଣାଇ ଫ୍ୟାନ୍ସଙ୍କୁ ଉତ୍ସାହିତ କଲେ ଏହି ସେଲିବ୍ରେଟି

ହାଇଦ୍ରାବାଦ: ପ୍ରତିବର୍ଷ 21 ଜୁନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ । ଆଜିର ଦିନରେ ଯୋଗ ବିଷୟରେ ଲୋକଙ୍କୁ ସଚେତନ କରାଇ ସେମାନଙ୍କୁ କୁହାଯାଏ ଯେ ଯୋଗ ଶାରୀରିକ ଭାବରେ କେତେ ଲାଭଦାୟକ ଏବଂ ଏକ ସୁସ୍ଥ ଜୀବନଶୈଳୀ ପାଇଁ ଏହା କେତେ ମହତ୍ତ୍ବପୂର୍ଣ୍ଣ । ତେବେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଯୋଗ ଦିବସ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ବଲିଉଡ ସେଲିବ୍ରିଟି ମଧ୍ୟ ଏହି ଦିବସକୁ ପାଳନ କରିଛନ୍ତି । ଏହି ଦିବସର ଶୁଭେଚ୍ଛା ଜଣାଇ ଫ୍ୟାନ୍ସଙ୍କୁ ଫିଟ ରହିବାକୁ ଉତ୍ସାହିତ କରିଛନ୍ତି ।

ଅନ୍ତର୍ଜାତୀୟ ଯୋଗ ଦିବସ 2023ରେ, ଅଭିନେତା ଏବଂ ଅଭିନେତ୍ରୀମାନେ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ କହିଛନ୍ତି ଯେ କାହା ପାଇଁ ନୁହଁ, ନିଜ ଶରୀର ପାଇଁ ଉଠ ଏବଂ କାଲି ପାଇଁ ଆଜିଠୁ ତାକୁ ଅଧିକ ଶକ୍ତିଶାଳୀ କର । ବଲିଉଡ ଡିଭା ମଲାଇକା ଅରୋରା ନିଜ ଯୋଗାଭ୍ୟାସର ଏକ ଭିଡିଓ ସେୟାର କରି ଫ୍ୟାନ୍ସକୁ ଶୁଭେଚ୍ଛା ଜଣାଇଛନ୍ତି।

ସେହିପରି ଶିଳ୍ପା ମଧ୍ୟ ଯୋଗ ଦିବସରେ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି । ସେ ଯୋଗାଭ୍ୟାସ ଭିଡିଓ ସେୟାର କରି ଲେଖିଛନ୍ତି, 'ହସର ଏକ ଝଲକ ଆମ ଚାରିପାଖରେ ଖୁସି ଭରିଦିଏ । କିନ୍ତୁ ଏହା ସକ୍ଷମ କରିବା ପାଇଁ ଜଣେ ଭିତରୁ ଖୁସି ହେବା ଆବଶ୍ୟକ । ଏକ ସୁସ୍ଥ ମନ, ଶରୀର ଏବଂ ପ୍ରାଣ ପାଇଁ ଯୋଗକୁ ମଧ୍ୟ ତୁମର ଜୀବନର ଏକ ଅଂଶ କର । ଜଣେ ସୁସ୍ଥ ବ୍ୟକ୍ତି ଜଣେ ଖୁସି ବ୍ୟକ୍ତି ।'

ଅଭିନେତା ଅନୁପମ ଖେର ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଭାରତୀୟ ଯବାନଙ୍କ ସହ ନଜର ଆସିଛନ୍ତି । ଏହା ସହିତ ସେ ଯୋଗ କରୁଥିବା ମଧ୍ୟ ନଜର ଆସିଛନ୍ତି । ଏହି ଭିଡିଓ ସହିତ ସେ ଲେଖିଛନ୍ତି- "ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା # ଅନ୍ତର୍ଜାତୀୟ ଯୋଗ ଦିନ ! ଯୋଗ ଭାରତରୁ ସମଗ୍ର ବିଶ୍ୱକୁ ଏପରି ଏକ ଉପହାର, ଯାହାର ଶରୀରର ସ୍ୱାସ୍ଥ୍ୟ ଏବଂ ମାନସିକ ଶାନ୍ତି ପାଇଁ ଏକ ବାର୍ତ୍ତା ଅଛି । ମୋର ସମସ୍ତ ଯୋଗ ଗୁରୁଙ୍କୁ ନମସ୍କାର ! ଜୟ ଭାରତ।''

ସେହିପରି ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର ସାହନି ମଧ୍ୟ ଜଣେ ଯୋଗ ପ୍ରେମୀ । ଯୋଗ ଦିବସ ଅବସରରେ ସେ ଏହି ପୋଷ୍ଟର ସେୟାର କରି ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଭିନେତ୍ରୀ ହଂସିକା ମୋଟୱାନି ମଧ୍ୟ ସୋସିଆଲ ମିଡିଆରେ ଯୋଗଭ୍ୟାସର ଫଟୋ ସେୟାର କରି ଫ୍ୟାନ୍ସକୁ ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ABOUT THE AUTHOR

...view details