ଓଡିଶା

odisha

ETV Bharat / entertainment

ଅଭିନେତା ରାଜପାଲ ଯାଦବଙ୍କ ନାଁରେ ଠକେଇ ଅଭିଯୋଗ, ନୋଟିସ୍‌ ପଠାଇଲା ଇନ୍ଦୋର ପୋଲିସ

ରାଜପାଲ ଯାଦବଙ୍କ ନାଁରେ ଠକେଇ ଅଭିଯୋଗ । 20 ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଇନ୍ଦୋର ପୋଲିସ ଅଭିନେତା ରାଜପାଲ ଯାଦବଙ୍କୁ ନୋଟିସ ଜାରି କରିଛି । ତାଙ୍କୁ 15 ଦିନ ମଧ୍ୟରେ ପୋଲିସ ନିକଟରେ ହାଜର ହେବାକୁ ପଡିବ । ଅଧିକ ପଢନ୍ତୁ

By

Published : Jul 2, 2022, 10:03 AM IST

ଅଭିନେତା ରାଜପାଲ ଯାଦବଙ୍କ ନାଁରେ ଠକେଇ ଅଭିଯୋଗ, ନୋଟିସ ଜାରି କଲା ଇନ୍ଦୋର ପୋଲିସ
ଅଭିନେତା ରାଜପାଲ ଯାଦବଙ୍କ ନାଁରେ ଠକେଇ ଅଭିଯୋଗ, ନୋଟିସ ଜାରି କଲା ଇନ୍ଦୋର ପୋଲିସ

ହାଇଦ୍ରାବାଦ:ବଲିଉଡ ଅଭିନେତା ରାଜପାଲ ଯାଦବ ଇଣ୍ଡଷ୍ଟ୍ରିର ଏକ ଚର୍ଚ୍ଚିତ ନାମ । ସେ ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ଭାବେ ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ବର୍ତ୍ତମାନ ତାଙ୍କ ନାଁରେ ଏକ ଗୁରୁତର ଅଭିଯୋଗ ଆସିଛି । 20 ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଇନ୍ଦୋର ପୋଲିସ ଅଭିନେତା ରାଜପାଲ ଯାଦବଙ୍କୁ ନୋଟିସ ଜାରି କରିଛି । ତାଙ୍କୁ 15 ଦିନ ମଧ୍ୟରେ ପୋଲିସ ନିକଟରେ ହାଜର ହେବାକୁ ପଡିବ।

20 ଲକ୍ଷ ଠକେଇ ଅଭିଯୋଗ

ବିଲଡର ସୁରିନ୍ଦର ସିଂ ପୋଲିସକୁ ଅଭିଯୋଗ କରିଛନ୍ତି ଯେ, ରାଜପାଲ ଯାଦବ ତାଙ୍କ ପୁଅକୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସପୋର୍ଟ ତଥା ପ୍ରମୋଟ କରାଇବା ପାଇଁ 20 ଲକ୍ଷ ଟଙ୍କା ନେଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜପାଲ ଯାଦବ ତାଙ୍କ ପୁଅକୁ କୌଣସି କାମ କିମ୍ବା ସାହାଯ୍ୟ କରିନାହାଁନ୍ତି। ଯେତେବେଳେ ତାଙ୍କୁ ଟଙ୍କା ଫେରାଇବାକୁ କୁହାଗଲା, ସେ ଫେରାର୍‌ ହୋଇଗଲେ । ବର୍ତ୍ତମାନ ସେ ଫୋନ୍ ଉଠାଉ ନାହାଁନ୍ତି କିମ୍ବା ଟଙ୍କା ଫେରସ୍ତ କରୁନାହାଁନ୍ତି । ଏସବୁକୁ ନେଇ ବିବ୍ରତ ହୋଇ ବିଲଡର୍ ତୁକୋଗଞ୍ଜ ପୋଲିସକୁ ଅଭିଯୋଗ କରିଥିଲେ।

15 ଦିନରେ ଦେବାକୁ ପଡିବ ନୋଟିସର ଉତ୍ତର

ଅଭିଯୋଗ ପଞ୍ଜୀକୃତ ହେବା ମାତ୍ରେ ପୋଲିସ ତୁରନ୍ତ ଏହାର ତଦନ୍ତ ଆରମ୍ଭ କରିଥିଲା । ବର୍ତ୍ତମାନ ଅଭିନେତାଙ୍କ ବିରୋଧରେ 15 ଦିନରେ ହାଜର ହେବାକୁ ଏକ ନୋଟିସ ଜାରି କରାଯାଇଛି । ଏହି ମାମଲାର ଯାଞ୍ଚ କରୁଥିବା ସବ୍ ଇନ୍ସପେକ୍ଟର ଲଲନ ମିଶ୍ରା କହିଛନ୍ତି ଯେ, ଗତ ସପ୍ତାହରେ ସୁରିନ୍ଦର ସିଂ ଏହି ବିଷୟରେ ଅଭିଯୋଗ କରିଥିଲେ । ସେହି ଆଧାରରେ ଅଭିନେତାଙ୍କୁ ଏକ ନୋଟିସ୍‌ ଜାରି କରାଯାଇଛି ଏବଂ ତାଙ୍କୁ 15 ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି ।

ଏହି ଚଳଚ୍ଚିତ୍ରରେ ନଜର ଆସିଛନ୍ତି

ରାଜପାଲ ଯାଦବଙ୍କ କାମ ବିଷୟରେ କହିବାକୁ ଗଲେ ତାଙ୍କୁ 'ଭୁଲ ଭୁଲେୟାଁ ୨'ରେ ଛୋଟା ପଣ୍ଡିତ ଭୂମିକାରେ ଦେଖିବାକୁ ମିଳିଥିଲା, ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି । ଏହାପୂର୍ବରୁ ସେ 'ଭୁଲ ଭୁଲେୟାଁ'ରେ ଛୋଟା ପଣ୍ଡିତ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ । ଏହା ପରେ ତାଙ୍କୁ ଫିଲ୍ମ 'ଅର୍ଧ'ରେ କିନ୍ନର ଚରିତ୍ରରେ ଅଭିନୟ କରୁଥିବା ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରଟି OTT ପ୍ଲାଟଫର୍ମ Zee5 ରେ ମୁକ୍ତିଲାଭ କରିଥିଲା ​​।

ABOUT THE AUTHOR

...view details