ଓଡିଶା

odisha

ETV Bharat / entertainment

କୋକିଳକଣ୍ଠୀଙ୍କୁ ଝୁରୁଛନ୍ତି ଭଉଣୀ ଆଶା, ଲେଖିଲେ ଭାବବିହ୍ବଳ ନୋଟ

ଲତା ମଙ୍ଗେସକର ଚାଲିଯିବା ପରେ ତାଙ୍କ ଭଉଣୀ ଆଶା ଭୋସଲେଙ୍କ ଜୀବନରେ ଏକ ଖାଲିସ୍ଥାନ ରହିଯାଇଛି । ସେ ତାଙ୍କ ବଡ଼ ଭଉଣୀ ଲତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଯାଇଛନ୍ତି । ଅଧିକ ପଢନ୍ତୁ

By

Published : Jun 10, 2022, 1:37 PM IST

ଏବେ ବି ଲାଗୁଛି ଲତା ଦିଦିଙ୍କ କଲ୍‌ ଆସିବ: ଭଉଣୀ ଆଶା ଭୋସଲେ
ଏବେ ବି ଲାଗୁଛି ଲତା ଦିଦିଙ୍କ କଲ୍‌ ଆସିବ: ଭଉଣୀ ଆଶା ଭୋସଲେ

ମୁମ୍ବାଇ: ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକର ଦେହାନ୍ତକୁ ଇତିମଧ୍ୟରେ ଚାରିମାସରୁ ଅଧିକ ସମୟ ବିତିଗଲାଣି । ତାଙ୍କୁ ହରାଇ ଆଜି ଗୁମୁରି ଗୁମୁରି କାନ୍ଦୁଛି ସାରା ଦେଶ । ସେ ଛାଡି ଯାଇଥିବା ଶୂନ୍ୟସ୍ଥାନ କେବେବି ପୂରଣ ହୋଇପାରିବ ନାହିଁ । ସେ ଦେହତ୍ୟାଗ କରିଛନ୍ତି ସତ, କିନ୍ତୁ ତାଙ୍କ ସଙ୍ଗୀତ ମାଧ୍ୟମରେ ପ୍ରତିଟି ବ୍ୟକ୍ତି ହୃଦୟରେ ସେ ସବୁଦିନ ପାଇଁ ବଞ୍ଚି ରହିବେ । ପ୍ରତିଟି ଗୀତିକାରଙ୍କ ପାଇଁ ପ୍ରେରଣାଦାୟୀ ହୋଇ ରହିବେ । ଏମିତି କି ଲତା ଯିବା ପରେ ତାଙ୍କ ଭଉଣୀ ଆଶା ଭୋସଲେଙ୍କ ଜୀବନରେ ମଧ୍ୟ ଏକ ଖାଲିସ୍ଥାନ ରହିଯାଇଛି । ସେ ତାଙ୍କ ବଡ଼ ଭଉଣୀ ଲତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଯାଇଛନ୍ତି ।

ଗାୟକ ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ 'Naam Reh Jayegaa' ନାମକ ଏକ ଶୋ ଆରମ୍ଭ ହୋଇଛି, ଯାହାର ଆଗାମୀ ଏପିସୋଡରେ ଆଶା ଭୋସଲେ ଲତା ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ସମାନ କ୍ରମରେ, ସେ ସୋ’ରେ ତାଙ୍କ ପ୍ରିୟ ଭଉଣୀର କିଛି ସୁନ୍ଦର ସ୍ମୃତି ସେୟାର କରିବେ ।

ତାଙ୍କ ଭଉଣୀଙ୍କ ସହ ବିତାଇଥିବା ମୂହୁର୍ତ୍ତଗୁଡ଼ିକୁ ମନେ ପକାଇ ଆଶା ଭୋସଲେ କହିଛନ୍ତି,'ଲତା ଦିଦି ଥରେ କହିଥିଲେ ଯେ, ଯଦି ଆପଣ ନିଜ ପିତା-ମାତାଙ୍କ ପାଦ ଧୋଇ ସେହି ପାଣି ପିଇବେ, ତେବେ ନିଶ୍ଚୟ ସଫଳତାର ଶୀର୍ଷରେ ପହଞ୍ଚିବେ । ତେଣୁ ସେ ମୋତେ ପାଣି ଆଣିବାକୁ କହିଥିଲେ, ସେ ଥାଳି ନେଇ ତାଙ୍କ ପାଦ ଧୋଇଥିଲେ । ଆମ ସମସ୍ତଙ୍କୁ ଏହାକୁ ଚରଣ ଅମୃତ ପରି ପିଇବାକୁ କହିଥିଲେ । ତାଙ୍କର ବିଶ୍ବାସ ଥିଲା କି, ଏହାକୁ ପିଇଲେ ଆମେ ସଫଳ ହେବୁ ଏବଂ ଏବେ ମୁଁ ଭାବୁଛି କି ଏହା ଆମ ପାଇଁ କାମ କଲା ।

ଆଶା ଭୋସଲେ ଆହୁରି କହିଛନ୍ତି ଯେ ତାଙ୍କ ଭଉଣୀ କେବେ ବି କିଛି ମାଗିନଥିଲେ, ସେ ଏକ ସରଳ ଜୀବନ ବିତାଉଥିଲେ। ଦିଦି (ଲତା ମଙ୍ଗେଶକର) 80 ଟଙ୍କା ରୋଜଗାର କରୁଥିଲେ। ଆମେ ପାଞ୍ଚ ଜଣ ଥିଲୁ, ଏତିଟି ଟଙ୍କାରେ ଆମେ ଘର ଚଳାଉଥିଲୁ, ଅନେକ ସମ୍ପର୍କୀୟ ଆମକୁ ଏଠାକୁ ଦେଖା କରିବାକୁ ଆସୁଥିଲେ । ଦିଦି କେବେହେଲେ କାହାକୁ ନା କିଛି କହିଥଲେ, ସେ କଥା ବାଣ୍ଟିବାରେ ବିଶ୍ବାସ କରୁଥିଲେ। ଅନେକ ସମୟରେ ଆମେ ଚା' ସହିତ ମୁଢି ଖାଇ ଶୋଇ ପଡୁଥିଲୁ ।

ଆଶା ଭୋସଲେ ଆହୁରି କହିଛନ୍ତି 'ଆମର କୌଣସି ଅଭିଯୋଗ ନଥିଲା, ଏହା କେବଳ ଖୁସିର ସମୟ ଥିଲା। ଏବେ ବି ମୁଁ ବିଶ୍ବାସ କରିପାରୁ ନାହିଁ ଯେ ସେ (ଲତା ମଙ୍ଗେଶକର) ଚାଲିଯାଇଛନ୍ତି । ମୁଁ ଏବେ ବି ଲାଗୁଛି ଯେ ଦିଦିଙ୍କ ଫୋନ କଲ୍ ଆସିବ ଏବଂ ସେ ପଚାରିବେ ଆଶା କୈସି ହୈ ତୁ....।'

ABOUT THE AUTHOR

...view details