ଓଡିଶା

odisha

By ETV Bharat Odisha Team

Published : Oct 26, 2023, 10:30 PM IST

ETV Bharat / entertainment

HBD Raveena Tandon: 'ତୁମେ ମୋର ରୋଲ ମଡେଲ', ରବୀନାଙ୍କୁ ଖାସ୍ ଅନ୍ଦାଜରେ ବର୍ଥ ଡେ ୱିସ୍ କଲେ ଝିଅ

ଆଜି ରବୀନା ଟଣ୍ଡନଙ୍କ ୪୯ତମ ଜନ୍ମଦିନ । ଏହି ଅବସରରେ ରାଶା ଥଡାନି ତାଙ୍କ ମା'ଙ୍କୁ ଖାସ୍ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

'ତୁମେ ମୋର ରୋଲ ମଡେଲ', ରବୀନାଙ୍କୁ ଖାସ୍ ଅନ୍ଦାଜରେ ବର୍ଥ ଡେ କଲେ ୱିସ୍ ଝିଅ ରାଶା
'ତୁମେ ମୋର ରୋଲ ମଡେଲ', ରବୀନାଙ୍କୁ ଖାସ୍ ଅନ୍ଦାଜରେ ବର୍ଥ ଡେ କଲେ ୱିସ୍ ଝିଅ ରାଶା

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ୍ ଆଜି ତାଙ୍କ ୪୯ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଦିନରେ ତାଙ୍କ ଝିଅ ରାଶା ଥଡାନି ତାଙ୍କୁ ଶୁଭକାମନା କରିଥିଲେ। ସେ ସୋସିଆଲ ମିଡିଆରେ ତାଙ୍କ ମା' ସହ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଉଭୟେ ଏକାଠି ନାଚୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସେୟାର କରି ରାଶା ରବୀନାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରି ରାଶା କ୍ୟାପସନରେ ଲେଖିଛନ୍ତି, 'ଏହି ସୁନ୍ଦର ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା । ମୋର ଆଦର୍ଶ । ମୁଁ ତୁମକୁ ବେଳେବେଳେ ଦେଖି ଆଶ୍ଚର୍ଯ୍ୟ ହୁଏ ମୁଁ କିପରି ଏମିତି ଭାଗ୍ୟବାନ ହେଲି ଯେ ମୁଁ ତୁମକୁ ମା' ରୂପେ ପାଇଲି । ମୁଁ ତୁମକୁ ବହୁତ ଭଲ ପାଏ । ଭିଡିଓରେ ରବୀନା ଏବଂ ରାଶା ଏକ ଗୀତରେ ଏକାଠି ନାଚୁଥିବା ଦେଖିବାକୁ ମିଳିଛି । ଏହି କ୍ଲିପ୍‌ରେ ରାଶାଙ୍କୁ ବ୍ଲୁ ରଙ୍ଗର ଡ୍ରେସରେ ଦେଖିବାକୁ ମିଳିଥିବା ବେଳେ ରବୀନାଙ୍କୁ ଅରେଞ୍ଜ ରଙ୍ଗର ସର୍ଟ୍ସରେ ଦେଖିବାକୁ ମିଳିଛି ।

ଏଥିସହ ରବୀନାଙ୍କ ଫ୍ୟାନ୍ସ ମଧ୍ୟ ରାଶା ଏବଂ ରବୀନାଙ୍କ ଯାତ୍ରା ଡାଏରୀର ଝଲକ ସେୟାର କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସେମାନେ ଇନଷ୍ଟାଗ୍ରାମରେ ଏକ ସିରିଜ୍ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେମାନେ କ୍ୟାପ୍ସନ୍ କରିଥିଲେ, 'ସର୍ବଦା ଏକାଠି ଟ୍ରିପିନ।' ପ୍ରଥମ ଫଟୋରେ ରବୀନା ରାଶାଙ୍କ ସହ ସେଲଫି ନେଉଥିବାର ନଜର ଆସିଛନ୍ତି । ଅନ୍ୟ ଏକ ଫଟୋରେ, ମା ଝିଅ ଯୋଡି ପରସ୍ପରକୁ ଦେଖି ହସୁଥିବା ଦେଖିବାକୁ ମିଳିଛି । ଏହା ପରେ ଅନେକ ସେଲିବ୍ରିଟି ଏବଂ ଫ୍ୟାନ୍ସ ରବୀନାଙ୍କୁ ଶୁଭକାମନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଝିଅ ରାଶାଙ୍କ ସହ ଫଟୋ ସେୟାର କଲେ ରବୀନା, ଫ୍ୟାନ୍ସ କଲେ ପ୍ରଶଂସା

ରବୀନାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ରବୀନା ଅନେକ ବଲିଉଡ ହିଟ୍ ଫିଲ୍ମରେ କାମ କରିଛନ୍ତି । 'ଲାଡଲା', 'ବଡେ ମିୟାଁ ଛୋଟେ ମିୟାଁ', 'ଦୁଲେ ରାଜା', 'ଅନାରୀ ନମ୍ବର' ,'ଗୁଲାମ-ଇ-ମୁସ୍ତାଫା ',' ପୃଥର କେ ଫୁଲ' ଭଳି ଅନେକ ହିଟ୍ ଚଳଚ୍ଚିତ୍ରରେ ତାଙ୍କର ଭୂମିକା ପାଇଁ ବେଶ ପ୍ରଶଂସା ସହ ଲୋକପ୍ରିୟତା ସାଉଁଟିଛନ୍ତି । ବର୍ତ୍ତମାନ ସେ ଖୁବଶୀଘ୍ର ସଞ୍ଜୟ ଦତ୍ତଙ୍କ ସହ ରୋମାଣ୍ଟିକ କମେଡି ଫିଲ୍ମ 'ଘୁଡଚଢି' ରେ ନଜର ଆସିବେ । ଏହା ସହିତ ତାଙ୍କ ଚଳଚ୍ଚିତ୍ର 'ୱେଲକମ ଟୁ ଦ ଜଙ୍ଗଲ' ମଧ୍ୟ ରହିଛି ।

ABOUT THE AUTHOR

...view details