ଓଡିଶା

odisha

ETV Bharat / entertainment

IND vs NZ SEMIFINAL: ଏକାଠି ବସି ମ୍ୟାଚ ଦେଖିବେ ବିଗ୍ ବି ଓ ରଜନୀକାନ୍ତ, ମୁମ୍ବାଇ ପହଞ୍ଚିଲେ ଥଲାଇବା

ଆଜି ୧୫ ନଭେମ୍ବରରେ, ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ର ପ୍ରଥମ ସେମିଫାଇନାଲ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ (IND VS NZ) ମଧ୍ୟରେ ହେବାକୁ ଯାଉଛି । ଏହି ମ୍ୟାଚ୍ ଆଜି ଅପରାହ୍ନ ୨ଟାରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ହେବ । ତେବେ ଏହି ମ୍ୟାଚ୍ ଦେଖିବା ପାଇଁ ସୁପରଷ୍ଟାର ରଜନୀକାନ୍ତ ମୁମ୍ବାଇରେ ପହଞ୍ଚିଛନ୍ତି । କୁହାଯାଉଛି ଯେ, ବିଗ୍ ବିଙ୍କ ସହ ମିଶି ସେ ଏହି ମ୍ୟାଚ୍ ଦେଖିବେ । ଅଧିକ ପଢନ୍ତୁ,

ମ୍ୟାଚ ଦେଖିବାକୁ ମୁମ୍ବାଇ ପହଞ୍ଚିଲେ ରଜନୀକାନ୍ତ, ବିଗ ବିଙ୍କ ମିଶି ମ୍ୟାଚରେ ନେବେ ମଜା
ମ୍ୟାଚ ଦେଖିବାକୁ ମୁମ୍ବାଇ ପହଞ୍ଚିଲେ ରଜନୀକାନ୍ତ, ବିଗ ବିଙ୍କ ମିଶି ମ୍ୟାଚରେ ନେବେ ମଜା

By ETV Bharat Odisha Team

Published : Nov 15, 2023, 1:11 PM IST

ହାଇଦ୍ରାବାଦ:କ୍ରିକେଟ୍ ବିଶ୍ବକପ୍ 2023ର ପ୍ରଥମ ସେମିଫାଇନାଲ ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଉପରେ ସମଗ୍ର ବିଶ୍ବର ନଜର ରହିଛି । ମ୍ୟାଚ୍ ଆଜି ଅପରାହ୍ନ 2ଟାରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ହେବ । ଏହି ଭାରତ ଏବଂ ନ୍ୟୁଜିଲାଣ୍ଡ ହାଇଭୋଲ୍ଟେଜ ମ୍ୟାଚ୍ ଦେଖିବାକୁ ମୁମ୍ବାଇ ପହଞ୍ଚିଛନ୍ତି 'ଥଲାଇଭା' ରଜନୀକାନ୍ତ । ନିକଟରେ ବିସିସିଆଇ ସଚିବ ଜୟ ଶାହା ରଜନୀକାନ୍ତଙ୍କୁ ବିଶ୍ବକପ୍‌ର ଗୋଲ୍ଡେନ୍ ଟିକେଟ୍ ପ୍ରଦାନ କରିଥିଲେ । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମଧ୍ୟ ଗୋଲ୍ଡେନ ଟିକେଟ ଦିଆଯାଇଥିଲା । ତେବେ ବର୍ତ୍ତମାନ ରଜନୀକାନ୍ତ ଏବଂ ବିଗ୍ ବି ଏକାଠି ବସି ୱାଙ୍ଖଡେରେ ମ୍ୟାଚ୍ ଦେଖିବେ ବୋଲି କୁହାଯାଉଛି ।

ସୁପରଷ୍ଟାର ରଜନୀକାନ୍ତ କ୍ରିକେଟର ଜଣେ ବଡ଼ ଫ୍ୟାନ ଅଟନ୍ତି । ମ୍ୟାଚ୍ ଦେଖିବା ପାଇଁ ସେ ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ପତ୍ନୀଙ୍କ ସହ ଚେନ୍ନାଇରୁ ମୁମ୍ବାଇରେ ପହଞ୍ଚିଥିଲେ । ସୋସିଆଲ ମିଡିଆରେ ତାଙ୍କର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ମ୍ୟାଚକୁ ନେଇ ବହୁତ ଖୁସି ଥିବା ଦେଖାଯାଉଛି । ଏହି ସମୟରେ ସେ ପାପାରାଜିଙ୍କ ସହ ଖୁସି ବ୍ୟକ୍ତ କରି କହିଥିଲେ ଯେ ମୁଁ ମ୍ୟାଚ୍ ଦେଖିବାକୁ ଯାଉଛି ।

ସୂଚନା ଥାଉକି, ଇଂଲଣ୍ଡର ପୂର୍ବତନ ଫୁଟବଲର୍ ତଥା ଅଧିନାୟକ ଡେଭିଡ ବେକହମ୍ ଏହି ମ୍ୟାଚ୍ ଦେଖିବା ପାଇଁ ଦୁଇ ଦିନ ପୂର୍ବରୁ ଭାରତରେ ପହଞ୍ଚିଥିଲେ । ସେ ଆଜି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମକୁ ଯାଇ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ଦେଖିବେ । ସେପଟେ ବଲିଉଡର ପ୍ରସିଦ୍ଧ ଅଭିନେତା ସଲମାନ ଖାନ ଏବଂ ଆମୀର ଖାନ ମଧ୍ୟ ୱାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ ଦେଖିବେ ବୋଲି ଖବର ରହିଛି । ଏଥିରେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଯୋଗ ଦେବେ ।

ଏହା ମଧ୍ୟ ପଢନ୍ତୁ:ଅମିତାଭଙ୍କ ପରେ ରଜନୀକାନ୍ତ ପାଇଲେ ୱାର୍ଲ୍ଡକପ ଗୋଲ୍ଡେନ ଟିକେଟ୍

ସୂଚନା ଥାଉକି, 2 ଥର ବିଶ୍ବ ବିଜୟୀ ଭାରତ ଓ କ୍ରମାଗତ 2 ଥର ରନର୍ସ ଅପ୍ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ବିଶ୍ବକପ ଲିଗ୍ ମ୍ୟାଚରେ ଅପରାଜେୟ ରହିଛି ଭାରତ । ୨୦୧୯ରେ ସମାନ ଦଳର ସମାନ ଖେଳ ଖେଳାଯାଇଥିଲା । ଯେଉଁଥିରେ ଭାରତକୁ ହରାଇ ଫାଇନାଲରେ ପହଞ୍ଚିଥିଲା ନ୍ୟୁଜିଲାଣ୍ଡ । ତେବେ ୨୦୧୯ ବିଶ୍ବକପ ସେମିଫାଇନାଲ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଆଜି ଭାରତ ମୈଦାନକୁ ଓହ୍ଲାଇବ । ନ୍ୟୁଜିଲାଣ୍ଡ ମଧ୍ୟ ସେମିରେ ଭାରତକୁ ମାତ୍ ଦେବାକୁ ପ୍ରୟାସ କରିବ ।

ABOUT THE AUTHOR

...view details