ଓଡିଶା

odisha

ETV Bharat / entertainment

'Ghatia baatein mat karo': ଟ୍ରୋଲରଙ୍କୁ କଡ୍ଡା ଜବାବ ଦେଲେ କିଙ୍ଗ ଖାନ

ଜୱାନର ଆଡଭାନ୍ସ ବୁକିଂକୁ ନେଇ ପ୍ରଶ୍ନ କଲେ ୟୁଜର । ଦମଦାର ଅନ୍ଦାଜରେ ଜବାବ ରଖିଲେ ବାଦଶାହା । ଅଧିକ ପଢନ୍ତୁ

ଜୱାନର ଆଡଭାନ୍ସ ବୁକିଂକୁ ନେଇ ପ୍ରଶ୍ନ କଲେ ୟୁଜର
ଜୱାନର ଆଡଭାନ୍ସ ବୁକିଂକୁ ନେଇ ପ୍ରଶ୍ନ କଲେ ୟୁଜର

By ETV Bharat Odisha Team

Published : Sep 4, 2023, 6:34 AM IST

ହାଇଦ୍ରାବାଦ: ବଲିଉଡର ବାଦଶାହା ଶାହାରୁଖ ଖାନ ଫିଲ୍ମ ଜାୱାନ ବଡ ପରଦାରୁ ଆସିବାକୁ ପୂରାପୂରି ରେଡ୍ଡି ଅଛି । 7 ତାରିଖରେ ଏହି ଫିଲ୍ମ ୱାଲ୍ଡୱାଇଡ ରିଲିଜ ହେବ । ଫିଲ୍ମକୁ ନେଇ ଫ୍ୟାନ୍ସ ଓ ଦର୍ଶକଙ୍କ ମଧ୍ୟରେ ବି ବେଶ ଆଗ୍ରହ ଦେଖିବାକୁ ମିଳିଛି । କିଙ୍ଗ ଖାନ ଏହି ଚଳଚ୍ଚିତ୍ରର ପ୍ରମୋସନରେ ଲଗାତାର ବ୍ୟସ୍ତ ଅଛନ୍ତି । ଶାହାରୁଖ ଖାନ ସବୁବେଳେ ନିଜ ଫ୍ୟାନ୍ସଙ୍କ ସହ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡଲରେ କଣ୍ଟାକ୍ଟରେ ରହନ୍ତି । ପ୍ରଶଂସକଙ୍କୁ ଉତ୍ସାହକୁ ବଢାଇବା ପାଇଁ ବାଦଶାହ ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ଇଣ୍ଟରାକ୍ସନ ସେକ୍ସନ କରିଥିଲେ । କିଙ୍ଗ ଖାନ ନିଜ ଏକ୍ସ ହ୍ୟାଣ୍ଡଲ ସାଇଟି #AskSRK ରେ ତାଙ୍କ ପ୍ରଶଂସକଙ୍କ ସହ କଥା ହେବା ସହ ତାଙ୍କ ପ୍ରଶ୍ନର ଉତ୍ତର ରଖୁଥିଲେ । ଏହି ସମୟରେ ଏକ ଟ୍ରୋଲର ତାଙ୍କୁ ‘ଜୱାନ’ର ଅଡଭାନ୍ସ ବୁକିଂକୁ ନେଇ ଯେଉଁ ପ୍ରଶ୍ନ କରିଥିଲା ତାହା ଏବେ ସୋସିଆଲ ମିଡିଆ ସାଇଟରେ ହଟ୍ ଟପିକ୍ ପାଲଟିଛି ।

ଫିଲ୍ମର ଆଡଭାନ୍ସ ବୁକିଂ ଏକ ରେକର୍ଡ ସୃଷ୍ଟି କରିଛି । ଜଣେ ୟୁଜର ଆଡଭାନ୍ସ ବୁକିଂ ସହ ଜଡିତ ଏକ ପ୍ରଶ୍ନ ପଚାରିଥିଲେ, ଯେଉଁଥିରେ ଶାହାରୁଖ ତାଙ୍କୁ ପଜିଟିଭ ଉତ୍ତର ଦେଇଥିଲେ ଏବଂ ସେହି ସମସ୍ତ ୟୁଜର୍ସଙ୍କୁ ଚୁପ୍ କରି ଦେଇଥିଲେ ।

ଜଣେ ୟୁଜର ବାଦଶାହଙ୍କୁ ପଚାରିଥିଲେ, "# ଜୱାନର ଆଡଭାନ୍ସ ବୁକିଂର ପ୍ରକୃତ ଇନକମ କେତେ ? ଯାହା ଦର୍ଶାଯାଉଛି ଏହା ଜୱାନର ପ୍ରକୃତ ବୁକିଂ ନା ହାଇପ୍ କ୍ରିଏଟ କରିବା ପାଇଁ ନିଜେ ବାଦଶାହ ଏହି ବୁକିଂ କରିଛନ୍ତି । ଏହି ପ୍ରଶ୍ନକୁ ଅଣଦେଖା ନକରି ଶାହାରୁଖ ଏହାର କଡା ଜବାବ ଦେଇଥିଲେ । ସେ ଟ୍ରୋଲଙ୍କୁ ପଜିଟିଭ ରହିବାକୁ କହଥିଲେ । ସୋସିଆଲ ମିଡିଆ ସାଇଟରେ କିଛି ବି ଖରାପ କଥା କି ମିଛ କଥା ପ୍ରଚାର ନକରି ଭଲ ଚିନ୍ତାଧାରା ରଖିବାକୁ ପରାମର୍ଶ ଦେଇଥିଲେ ।

ଅଧିକ ପଢନ୍ତୁ.. Jawan Advance Booking: ରିଲିଜ ପୂର୍ବରୁ ଜଲୱା, ଭାରତରେ ଆଡଭାନ୍ସ ବୁକିଂରେ ବିକ୍ରି ହେଲା ଏତିକି ଟିକେଟ୍

ତେବେ ଫିଲ୍ମ ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ 4.26କୋଟି ଆୟ କରିସାରିଲାଣି । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ୍ 300କୋଟି ହୋଇଥିବା ବେଳେ ଭାରତର 6000 ସ୍କ୍ରିନରେ ଫିଲ୍ମ ରିଲିଜ ହେବ । ଫିଲ୍ମ 2 ଘଣ୍ଟା 45 ମିନିଟର ଅଟେ । ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କ ବିପକ୍ଷରେ ସାଉଥ ଅଭିନେତ୍ରୀ ନୟନତାରା ନଜର ଆସିବେ। ଏବଂ ଖଳନାୟକ ଭୂମିକାରେ ସାଉଥ ଅଭିନେତା ବିଜୟ ସେଥୁପଥୀ ନଜର ଆସିବେ । ଏହି ଫିଲ୍ମକୁ ନିର୍ଦ୍ଦେଶକ ଅଟଲି ନିର୍ଦ୍ଦେଶନା ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details