ଓଡିଶା

odisha

Gadar Song: 'ମେନ୍ ନିକ୍‌ଲା ଗଡି ଲେକେର ନୂଆ ଭର୍ସନ, ପୁରୁଣା ଅନ୍ଦାଜରେ ନଜର ଆସିଲେ ତାରା ସକିନା

By

Published : Aug 3, 2023, 7:45 PM IST

ବଲିଉଡ ଅଭିନେତା ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ଅଭିନୀତ ଫିଲ୍ମ 'ଗଦର ୨'ରୁ ନୂଆ ଗୀତ 'ମେନ୍ ନିକ୍ଲା ଗଡି ଲେକେ' ରିଲିଜ ହୋଇଛି। ପୁଅ ସହ ଗୀତରେ ନଜର ଆସିଲେ ତାରା ସିଂ। ଅଧିକ ପଢନ୍ତୁ,

'ମେନ୍ ନିକ୍ଲା ଗଡି ଲେକେ'ର ନୂଆ ଭର୍ସନ ଗୀତ ରିଲିଜ, ପୁରୁଣା ଅନ୍ଦାଜରେ ନଜର ଆସିଲେ ତାର ସାକିନା
'ମେନ୍ ନିକ୍ଲା ଗଡି ଲେକେ'ର ନୂଆ ଭର୍ସନ ଗୀତ ରିଲିଜ, ପୁରୁଣା ଅନ୍ଦାଜରେ ନଜର ଆସିଲେ ତାର ସାକିନା

ହାଇଦ୍ରାବାଦ: ବଲିଉଡ ଅଭିନେତା ସନ୍ନି ଦେଓଲ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଗଦର ୨' ପାଇଁ ଏବେ ଶିରୋନାମାରେ ରହିଛନ୍ତି । ଅଗଷ୍ଟ 11ରେ ଫିଲ୍ମ ରିଲିଜ ହେବ। ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ 'ଗଦର ୨'ର ନୂଆ ଗୀତ' ମେନ୍ ନିକ୍‌ଲା ଗଡି ଲେକେ' ରିଲିଜ୍ ହୋଇଛି । ଗୀତରେ ତାରା ଏବଂ ସକିନା ପୁଣି ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି ।

ଏହି ଗୀତରେ ସନ୍ନି ଅମୀଷା ଏବଂ ଉତ୍କର୍ଷଙ୍କ ସହିତ ମୂଳ ଗୀତର ଆଇକନିକ୍ ହୁକ୍ ଷ୍ଟେପ୍‌ରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଭିଡିଓଟି ଜିତେ (ଉତ୍କର୍ଷ)ଙ୍କ ପିତାଙ୍କୁ ମୋଟରସାଇକେଲ କିଣିବାକୁ ଅନୁରୋଧ କରିଛନ୍ତି । ଏହାପରେ ସକିନା ତାରା ସିଂଙ୍କୁ ଏକ ମୋଟରସାଇକେଲ କିଣାଇ ଦେବାକୁ କହିଥିଲେ । ପରେ ତାରା ଏକ ଉତ୍ସବରେ ପୁଅକୁ ଏକ ନୂଆ ମୋଟରସାଇକେଲ୍ ଦିଅନ୍ତି । ଏହାପରେ ଉଭୟ ବାପା ପୁଅ ବାଇକ୍ ଚଳାଉଥିବା ବେଳେ 'ମେନ୍ ନିକ୍ଲା ଗାଡି ଲେକେ' ଗୀତ ଆରମ୍ଭ ହୋଇଛି । ଏହି ସମୟରେ, ଜିତ୍ ତାଙ୍କ ପିତାମାତାଙ୍କ ସହ ତାଙ୍କର ଗଦର ରୋମାନ୍ସକୁ ପୁନଃଜାଗ୍ରତ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।

ମେନ୍ ନିକ୍ଲା ଗଡି ଲେକେର ମୂଳ ସଂସ୍କରଣ ପ୍ରସିଦ୍ଧ ସ୍ୱର୍ଗତ ଗୀତିକାର ଆନନ୍ଦ ବକ୍ସିଙ୍କ ଦ୍ୱାରା ଲେଖାଯାଇଥିଲା । ଏହାକୁ ମିଥୁନଙ୍କ ଦ୍ୱାରା ପୁନଃନିର୍ମାଣ କରାଯାଇଛି । ଏହି ଗୀତକୁ ମିଥୁନଙ୍କ ସହ ଉଦିତ ନାରାୟଣ ଏବଂ ଆଦିତ୍ୟ ନାରାୟଣଙ୍କ ପିତା-ପୁତ୍ର ଯୋଡ଼ି ଗାଇଛନ୍ତି । ତେବେ 'ଗଦର-୨' ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର OMG-2 ସହିତ ପ୍ରତିଦ୍ୱନ୍ଦ୍ୱିତାରେ ଅଗଷ୍ଟ 11ରେ ରିଲିଜ ହେବ । ନିକଟରେ ଫିଲ୍ମଟି ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଟ୍ ପକ୍ଷରୁ ଏକ U/A ସାର୍ଟିଫିକେଟ୍ ପାଇଛି । ସେପଟେ ଫିଲ୍ମ ପ୍ରମୋସନରେ ଜୋରଦାର ଲାଗିପଡିଛନ୍ତି ସନ୍ନି ଏବଂ ଅମୀଷା ।

ଏହା ମଧ୍ଯ ପଢନ୍ତୁ: ଗଦର 2ରେ ନାନା ପାଟେକରଙ୍କ ଏଣ୍ଟ୍ରି, ଜାଣନ୍ତୁ କ'ଣ ରହିଛି ଅଭିନେତାଙ୍କ ରୋଲ

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅନିଲ ଶର୍ମା । ପ୍ରଥମ ଭାଗରେ ତାରା ପାକିସ୍ତାନୀ ପତ୍ନୀ ସକିନାଙ୍କୁ ଫେରାଇ ଆଣିବା ପାଇଁ ସଂଗ୍ରାମ କରିଥିଲେ । ସେହିପରି ଦ୍ବିତୀୟ ଭାଗରେ ତାରା ସିଂ ତାଙ୍କ ପୁଅ ଚରଣଜିତଙ୍କୁ ଭାରତ ଫେରାଇ ଆଣିବାକୁ ପାକିସ୍ତାନ ଯିବେ । ଗଦର ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ପୁଅ ଉତ୍କଳ ଶର୍ମା ଗଦରରେ ଚରଣଜିତ ଭୂମିକାରେ ନଜର ଆସିବେ । ଫିଲ୍ମରେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ବ୍ୟତୀତ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ ସିହ୍ନା ନଜର ଆସିବେ ।

ABOUT THE AUTHOR

...view details