ଓଡିଶା

odisha

ଗଦର 3 ନେଇ ନିର୍ଦ୍ଦେଶକଙ୍କ ଖୁଲାସା, ଏହି ସର୍ତ୍ତରେ ସନ୍ନି ଦେଓଲଙ୍କ ସହ କରିବେ ଫିଲ୍ମ

By

Published : Aug 21, 2023, 6:45 PM IST

ଗଦର 2ର ସଫଳତା ମଧ୍ୟରେ ଗଦର 3 କୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ସନ୍ନି ଦେଓଲ ଗଦର 3 ଆସିବା ନେଇ କହିଥିବା ବେଳେ ଏବଂ ନିର୍ଦ୍ଦେଶକ ଫିଲ୍ମ ନେଇ ଏକ ଖୁଲାସା କରିଛନ୍ତି। ଅଧିକ ପଢନ୍ତୁ,

ଗଦର 3 ନେଇ ନିର୍ଦ୍ଦେଶକଙ୍କ ଖୁଲାସା, ଏହି ସର୍ତ୍ତରେ ସନ୍ନି ଦେଓଲଙ୍କ ସହ କରିବେ ଫିଲ୍ମ
ଗଦର 3 ନେଇ ନିର୍ଦ୍ଦେଶକଙ୍କ ଖୁଲାସା, ଏହି ସର୍ତ୍ତରେ ସନ୍ନି ଦେଓଲଙ୍କ ସହ କରିବେ ଫିଲ୍ମ

ହାଇଦ୍ରାବାଦ: ବଲିଉଡ ଦମଦାର ଅଭିନେତା ସନ୍ନି ଦେଓଲଙ୍କ ସହ ଗଦର-ଏକ ପ୍ରେମ କଥା ପରେ ଚଳିତ ବର୍ଷ ରିଲିଜ ହୋଇଥିବା ଏହାର ସିକ୍ବେଲ ତଥା ଗଦର 2 ଦର୍ଶକ ବେଶ ପସନ୍ଦ କରିଛନ୍ତି । ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ଏହି ଉଭୟ ଫିଲ୍ମ ବକ୍ସ ଅଫିସରେ ବ୍ଲକବ୍ଲଷ୍ଟର ପ୍ରମାଣିତ ହୋଇଛି। ତେବେ ଗଦର 2ର ଦମଦାର ସଫଳତା ପରେ ପ୍ରଶଂସକମାନେ ବର୍ତ୍ତମାନ ଗଦର 3 ପାଇଁ ଦାବି କରୁଛନ୍ତି । ପୂର୍ବରୁ ସନ୍ନି ଦେଓଲ ଗଦର 3ଆସିବା ନେଇ କହିଥିବା ବେଳେ ଏବଂ ନିର୍ଦ୍ଦେଶକ ଫିଲ୍ମ ନେଇ ଏକ ଖୁଲାସା କରିଛନ୍ତି । ସେ କହିଛନ୍ତି, ଗୋଟିଏ ସର୍ତ୍ତରେ ସେ ସନ୍ନିଙ୍କ ସହ ଏହି ଫିଲ୍ମ କରିବେ।

ବର୍ତ୍ତମାନ ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ସହ ଫିଲ୍ମର ପୁରା ଟିମ୍ ଗଦର 2 ର ସଫଳତାକୁ ବେଶ ଉପଭୋଗ କରୁଛନ୍ତି। ଏହି ସମୟରେ ପ୍ୟାନ୍ସ ଗଦର 3କୁ ନେଇ ବେଶ ଉତ୍ସାହିତ ଅଛନ୍ତି। ତେବେ ଏନେଇ ଏକ ସାକ୍ଷାତକାରରେ ଗଦର 3 ବିଷୟରେ କଥାବାର୍ତ୍ତା କରି କହିଛନ୍ତି ଯେ, ଯେପର୍ଯ୍ୟନ୍ତ ତାଙ୍କ ସର୍ତ୍ତ ପୂରଣ ନ ହୋଇଛି, ସେ ପର୍ଯ୍ୟନ୍ତ ସେ ଗଦର 3 ବିଷୟରେ ଚିନ୍ତା କରିବେ ନାହିଁ । ସେ କହିଛନ୍ତି ଯେ, ଗଦର 3 ପାଇଁ ସେ ଶୀଘ୍ର କୌଣସି ପଦକ୍ଷେପ ନେବେ ନାହିଁ ଏବଂ ଗଦର 3 ର ସଠିକ୍ ସ୍କ୍ରିପ୍ଟ ନପାଇବା ପର୍ଯ୍ୟନ୍ତ ସେ କ୍ୟାମେରା ଉଠାଇବେ ନାହିଁ।

ପ୍ରକାଶ ଥାଉ କି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଅନିଲ ଶର୍ମା ଜଣେ ଶ୍ରେଷ୍ଠ ନିର୍ଦ୍ଦେଶକ ଅଟନ୍ତି । ଅନିଲ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ହିନ୍ଦୀ ସିନେମାରେ ବିଶେଷ ଅବଦାନ ରହିଛି । ବର୍ତ୍ତମାନ ଗଦର 2ର ବଡ଼ ସଫଳତା ହେଉଛି ଅନିଲ ଶର୍ମାଙ୍କ ନିର୍ଦ୍ଦେଶନା ଏବଂ କାହାଣୀର ବଡ ଉଦାହରଣ । ବକ୍ସ ଅଫିସରେ ନିର୍ମାତାଙ୍କ ଆଶା ଅପେକ୍ଷା ଗଦର 2 ଭଲ ପ୍ରଦର୍ଶନ କରୁଛି ।

ଏହା ମଧ୍ୟ ପଢନ୍ତୁ:ସନ୍ନି ଦେଓଲଙ୍କ ଋଣ ସୁଝିବେ ଅକ୍ଷୟ କୁମାର ! ତଥ୍ୟ ଭିତ୍ତିହୀନ କହିଲେ ଅଭିନେତା

ଗଦର-2 10 ଦିନ ମଧ୍ୟରେ 377. 2 କୋଟି ଟଙ୍କା ସଂଗ୍ରହ କରିଛି ଏବଂ ବର୍ତ୍ତମାନ ଏହାର 11ତମ ଦିନରେ 400 କୋଟି ଛୁଇଁପାରେ । ଏହା ପ୍ରଥମ ଭାରତୀୟ ସିନେମା ଭାବେ ବମ୍ପର କଲେକ୍ସନ ସହ ଲୋକପ୍ରିୟତା ହାସଲ କରିଛି । ସେପଟେ କେବଳ ଭାରତରେ ନୁହେଁ ବିଶ୍ବରେ ବି ଗଦର 2ର କ୍ରେଜ୍‌ ଦେଖିବାକୁ ମିଳିଛି । ଫିଲ୍ମ 10 ଦିନ ମଧ୍ୟରେ 433.7 କୋଟି ଆୟ କରି ସାରିଲାଣି । ଖୁବଶୀଘ୍ର ଫିଲ୍ମ 500କୋଟି କ୍ଲବରେ ସାମିଲ ହେବ ।

ABOUT THE AUTHOR

...view details