ଓଡିଶା

odisha

By

Published : Sep 27, 2022, 5:31 PM IST

ETV Bharat / entertainment

Song Controversy: କମୁନି ରାଗ, ପୁଣି ନେହାଙ୍କ ଉପରେ ବର୍ଷିଲେ ଫାଲଗୁନି ପାଠକ୍

ପୁଣି ନେହାଙ୍କ ଉପରେ ବର୍ଷିଲେ ଫାଲଗୁନି ପାଠକ୍ । ଦୁଇ ଗାୟିକାଙ୍କ ମଧ୍ୟରେ ଏବେ ବି ଜାରି ରହିଛି ଶୀତଳ ଯୁଦ୍ଧ । ଫାଲଗୁନି ପାଠକ୍ ନେହା କକ୍କରଙ୍କୁ ପୁଣି ଥରେ ଅପମାନିତ କରିଛନ୍ତି । ଅଧିକ ପଢନ୍ତୁ

କମୁନି ରାଗ, ପୁଣି ନେହାଙ୍କ ଉପରେ ବର୍ଷିଲେ ଫାଲଗୁନି ପାଠକ୍
କମୁନି ରାଗ, ପୁଣି ନେହାଙ୍କ ଉପରେ ବର୍ଷିଲେ ଫାଲଗୁନି ପାଠକ୍

ମୁମ୍ବାଇ:କମୁନି ଲୋକପ୍ରିୟ ଗାୟିକା ଫାଲଗୁନି ପାଠକ ଏବଂ ନେହା କକ୍କରଙ୍କ ବିବାଦ । ପୁଣି ନେହାଙ୍କ ଉପରେ ବର୍ଷିଲେ ଫାଲଗୁନି ପାଠକ୍ । କିଛି ଦିନ ତଳେ ରିଲିଜ୍ ହୋଇଥିଲା ଫାଲଗୁନି ପାଠକଙ୍କ ଲୋକପ୍ରିୟ ଗୀତ ‘ମେନେ ପାୟଲ ହେ ଛନକାଇ’ର ରିମିକ୍ସ । ଏହି ଗୀତଟି ‌କଣ୍ଠଶିଳ୍ପୀ ନେହା କକ୍କର ଗାଇଥିବା ବ‌େଳେ ଏଥିରେ ଅଭିନେତା ପ୍ରିୟଙ୍କା ଶର୍ମା ଏବଂ କୋରିଓଗ୍ରାଫର ଧନଶ୍ରୀ ବର୍ମା ଅଭିନୟ କରିଛନ୍ତି । ତେବେ ୯୦ ଦଶକର ଗୀତର ଲୋକପ୍ରିୟତା ଏତେ ଥିଲା ଯେ, ‌ଏବେ ବି ଏହାର ପ୍ରଭାବ ଲୋକଙ୍କ ଉପରେ ରହିଛି । ଗୀତକୁ ନେଇ କେବଳ ଶ୍ରୋତା ନୁହେଁ, ଏବେ ବି ଥମିନାହିଁ ଫାଲଗୁନି ପାଠକ ରାଗ । ସବୁବେଳେ ଶାନ୍ତ ରହୁଥିବା ଫାଲଗୁନି ପାଠକ୍ ପୁଣି ଥରେ ଗାୟିକା ନେହା କକ୍କରଙ୍କ ଉପରେ ବର୍ଷିଛନ୍ତି । କହିବାକୁ ଗଲେ ଦୁଇ ଗାୟିକାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଏବେ ବି ଜାରି ରହିଛି ।

ଏକ ସାକ୍ଷାତକାର ଜରିଆରେ ଫାଲଗୁନି ପାଠକ୍ ନେହା କକ୍କରଙ୍କୁ ପୁଣି ଅପମାନିତ କରିଛନ୍ତି । ଫାଲଗୁନି କହିଛନ୍ତି ଯେ, ଆଡପ୍ଟ କରନ୍ତୁ କିନ୍ତୁ ଏହାକୁ ଭଲ ଉପାୟରେ କରନ୍ତୁ । ଆଜିକାଲି ରିମିକ୍ସ ପ୍ରସ୍ତୁତ କରାଯାଉଛି ଏବଂ ଆହୁରି ଭଲ ମଧ୍ୟ ପ୍ରସ୍ତୁତ କରାଯାଉଛି ଯାହାକୁ ଆମେ ମଞ୍ଚରେ ଗାଇଥାଉ । କିନ୍ତୁ ଏହାକୁ ଭଲ ଭାବରେ ବ୍ୟବହାର କରନ୍ତୁ । ତୁମେ ଏହାକୁ ଖରାପ କାହିଁକି କରି ଦେଉଛ ? ଫାଲଗୁନି ପାଠକଙ୍କ ଏହି ବୟାନରୁ ତାଙ୍କର ଅସନ୍ତୋଷ ସ୍ପଷ୍ଟ ହୋଇଛି । ତେବେ ଗାୟିକା ସ୍ପଷ୍ଟ କରିଛନ୍ତି ଯେ, ତାଙ୍କୁ ଗୀତର ରିମିକ୍ସ ଭର୍ସନକୁ ନେଇ କୌଣସି ଅସୁବିଧା ନାହିଁ । କିନ୍ତୁ ଯେଉଁଭଳି ଏହା ତିଆରି ହୋଇଛି ତାହା ଫାଲଗୁନି ପାଠକଙ୍କୁ ପସନ୍ଦ ନାହିଁ ।

ଏହା ବି ପଢନ୍ତୁ: O Sajna ଗୀତକୁ ନେଇ ତେଜୁଛି ଅସନ୍ତୋଷ, ଉଠିଲା ନେହାଙ୍କୁ ବ୍ୟାନ ଦାବି

ଆଜି ବି ମୋ ଗୀତରେ ସତେଜତା ଅଛି- ଫାଲଗୁନି

ତାଙ୍କ ଗୀତ 'ମେନେ ପାୟଲ ହେ ଛନକାଇ' ବିଷୟରେ କହି ଫାଲଗୁନି ପାଠକ୍ କହିଛନ୍ତି- ମୁଁ ଭାବୁଛି ଏହି ଗୀତ 2000 ମସିହାରେ ଆସିଥିଲା । ଆଜି ବି ମୋ ଗୀତରେ ସତେଜତା ଅଛି । ମୁଁ ଯେତେବେଳେ ଏହି ଗୀତରେ ଅଭିନୟ କରେ, ଲୋକମାନେ ସମାନ ପ୍ରତିକ୍ରିୟା ଦିଅନ୍ତି । ସମାନ ଭଲପାଇବା ଦିଅନ୍ତି, ଯାହା ସେମାନେ ପ୍ରଥମ ଦିନରେ ଦେଇଥିଲେ । ଏହାକୁ ରିକ୍ରିଏଟ୍‌ କରନ୍ତୁ, ଏଥିରେ ଏକ ଭିନ୍ନ ରିଦିମ୍‌ ଦିଅନ୍ତୁ, ଏହାକୁ ଆଧୁନିକ କରନ୍ତୁ କିନ୍ତୁ ଏହାକୁ ଏକ ଭଲ ଉପାୟରେ କରନ୍ତୁ, ଠିକ୍ ନା? ତା’ର ଯେଉଁ ବ୍ୟୁଟି ଅଛି, ଯେଉଁ ସିମ୍ପଲିସିଟି ଅଛି, ତାକୁ ସ୍ପର୍ଶ କରନ୍ତୁ ନାହିଁ ।

ABOUT THE AUTHOR

...view details