ହାଇଦ୍ରାବାଦ:ପଠାନ ଏବଂ ଜବାନ ପରେ ବର୍ଷର ତୃତୀୟ ଚଳଚ୍ଚିତ୍ର 'ଡଙ୍କି' ସହ ଶାହରୁଖ ଖାନ ପରଦାକୁ ଫେରିଛନ୍ତି । ଭାରତରେ ଏହି ଚଳଚ୍ଚିତ୍ରର ପ୍ରଥମ ଶୋ' ସକାଳ 5:55ରେ ଆରମ୍ଭ ହୋଇଥିବା ବେଲେ ଫିଳ୍ମକୁ ନେଇ ବେଶ ଉତ୍ସାହିତ ଥିଲେ ଫ୍ୟାନ୍ସ । ଏହାପରେ ଫ୍ୟାନ୍ସ ଫିଲ୍ମକୁ ନେଇ ଅନେକ ରିଭ୍ୟୁ ସେୟାର କରି ପ୍ରଶଂସା କରିଥିଲେ । ଏବଂ ଫିଲ୍ମକୁ ମାଷ୍ଟରପିସ୍ ଟ୍ୟାଗ ଦେଇଥିଲେ । ବର୍ତ୍ତମାନ ଫିଲ୍ମର ପ୍ରଥମ ଦିନର କଲେକ୍ସନ ସାମ୍ନାକୁ ଆସିଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଚଳଚ୍ଚିତ୍ରଟି ୩୦ କୋଟି ଟଙ୍କା ଆୟ କରିଛି ।
ସାକ୍ନିକ୍ଙ୍କ ରିପୋର୍ଟ ଅନୁସାରେ, ଭାରତର ପ୍ରାୟ ୪ ହଜାର ସ୍କ୍ରିନରେ ରିଲିଜ୍ ହେବାର ପ୍ରଥମ ଦିନରେ ୧୫ ହଜାରରୁ ଅଧିକ ଶୋ' ସହ ଡଙ୍କି ରିଲିଜ ହୋଇଛି । ପ୍ରଥମ ଦିନର କଲେକ୍ସନ ବିଷୟରେ କହିବାକୁ ଗଲେ, ଡଙ୍କି ଗୁରୁବାର ଦିନ ସମସ୍ତ ଭାଷାରେ ୩୦ କୋଟି ଟଙ୍କା ଆୟ କରିଛି । ଯାହା ଆଶା କରାଯାଉଥିବା ଆୟ ଠାରୁ କମ୍ ରହିଛି । କମେଡି-ଡ୍ରାମାରେ ପୂର୍ଣ୍ଣ ଏହି ଚଳଚ୍ଚିତ୍ରର ହାର ଅନ୍ୟ ଫିଲ୍ମ ତୁଳନାରେ ମୋଟ ୨୫.୭୧ % ରହିଛି ।
ଏହି ଫିଲ୍ମ ଆଶାଠାରୁ କମ ଆୟ କରିଥିବା ବେଳେ ଶାହାରୁଖଙ୍କ ପୂର୍ବ ବ୍ଲକବଷ୍ଟର ଫିଲ୍ମ ପଠାନ ଜବାନଠାରୁ ଅପେକ୍ଷାକୃତ କମ୍ ରହିଛି । ଏପରିକି ସନ୍ନି ଦେଓଲଙ୍କ ଗଦର ୨, ଏସଆରକେଙ୍କ ପଠାନ ଏବଂ ଜବାନ, ଏବଂ ରଣବୀର କପୁରଙ୍କ ଆନିମଲ ମଧ୍ୟ ପ୍ରଥମ ଦିନରେ ଡଙ୍କି ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ 'ପଠାନ' ଏହାର ଓପନିଂ ଦିନରେ ୫୭ କୋଟି ଟଙ୍କା ରୋଜଗାର କରିଥିଲା । ପଠାନଙ୍କ ରେକର୍ଡ ଭାଙ୍ଗି ଜବାନ ୭୪.୫୦ କୋଟି ଟଙ୍କା ରୋଜଗାର କରିଥିଲା । ଏବଂ ସନ୍ନି ଦେଓଲଙ୍କ ଗଦର ୨ ପ୍ରଥମ ଦିନରେ ୪୦.୧ କୋଟି ଟଙ୍କା ସହ ଆୟ କରିଥିଲା ।