ଓଡିଶା

odisha

ETV Bharat / entertainment

ଦୀପାବଳିରେ Drishyam 2ର ନିର୍ମାତା ଦେଉଛନ୍ତି ବମ୍ପର ଅଫର୍‌, ଜାଣନ୍ତୁ କ'ଣ

ଦୀପାବଳି ଅବସରରେ ଦୃଶ୍ୟମ୍ ୨ ପାଇଁ ବୁକ୍ ହୋଇଥିବା ଟିକେଟ୍ ଉପରେ 25% ରିହାତି ମିଳିବ । ଏନେଇ ଫିଲ୍ମର ନିର୍ମାତା ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

By

Published : Oct 24, 2022, 1:04 PM IST

ଦୀପାବଳିରେ Drishyam 2 ର ନିର୍ମାତା ଦେଉଛନ୍ତି ବମ୍ପର ଅଫର୍‌, ଜାଣନ୍ତୁ କ'ଣ
ଦୀପାବଳିରେ Drishyam 2 ର ନିର୍ମାତା ଦେଉଛନ୍ତି ବମ୍ପର ଅଫର୍‌, ଜାଣନ୍ତୁ କ'ଣ

ହାଇଦ୍ରାବାଦ: ପ୍ରେକ୍ଷାଳୟରେ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ବଲିଉଡ ଏବେ ଭିନ୍ନ ଭିନ୍ନ ପଦକ୍ଷେପ ଆପଣାଉଛି । କେତେବେଳେ ଏକ ନିର୍ଦ୍ଦିଷ୍ଟ ଦିନରେ ରିହାତି ଦିଆଯାଉଛି ତ ପୁଣି କେତେବେଳେ ଟିକେଟ୍ 75 ଟଙ୍କାରେ ଉପଲବ୍ଧ ହେଉଛି । ବର୍ତ୍ତମାନ ଅଜୟ ଦେବଗନ୍ ତାଙ୍କ ଫିଲ୍ମ ଦୃଶ୍ୟମ୍ ୨ ନେଇ ଆସୁଛନ୍ତି । ଦୀପାବଳି ଅବସରରେ ଫିଲ୍ମର ନିର୍ମାତା ଦୃଶ୍ୟମ୍ ୨କୁ ନେଇ ଏକ ଖୁସି ଖବର ସେୟାର କରିଛନ୍ତି । ଦୃଶ୍ୟମ୍ ୨ ଚଳଚ୍ଚିତ୍ରରେ ଅଜୟ ଦେବଗନ୍ ସମେତ ତବୁ, ଶ୍ରୀୟା ସରଣ ଏବଂ ଇଶିତା ଦତ୍ତା ପ୍ରମୁଖ ଭୂମିକାରେ ନଜର ଆସିବେ ।

କିଛି ଦିନ ପୂର୍ବରୁ ନିର୍ମାତାମାନେ ଦୃଶ୍ୟମ୍ ୨ର ଟ୍ରେଲର ରିଲିଜ୍ କରିଥିଲେ । ଏହାର ଟ୍ରେଲରକୁ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି । ଏବେ ଫିଲ୍ମ ବିଷୟରେ ଆଉ ଏକ ଖୁସି ଖବର ଆସୁଛି । କିଛି ଦିନ ପୂର୍ବରୁ ନିର୍ମାତାମାନେ କହିଥିଲେ ଯେ, ଅକ୍ଟୋବର 2ରେ ଫିଲ୍ମ ପାଇଁ ଟିକେଟ ବୁକିଂ କଲେ 50 ପ୍ରତିଶତ ରିହାତି ମିଳିବ । ବର୍ତ୍ତମାନ ନିର୍ମାତାମାନେ ଦର୍ଶକଙ୍କ ପାଇଁ ଆଉ ଏକ ଖୁସି ଖବର ସେୟାର କରିଛନ୍ତି ।

ଏହା ବି ପଢନ୍ତୁ:Drishyam 2 trailer: ଅଜୟ ଦେବଗନଙ୍କ ଦୃଶ୍ୟମ୍‌ ୨ର ଦମଦାର ଟ୍ରେଲର ରିଲିଜ୍‌

ଦିୱାଲୀ ଅବସରରେ ଦୃଶ୍ୟମ୍ ୨ ପାଇଁ ବୁକ୍ ହୋଇଥିବା ଟିକେଟ୍ ଉପରେ 25% ରିହାତି ମିଳିବ ବୋଲି ନିର୍ମାତାମାନେ ଘୋଷଣା କରିଛନ୍ତି । ଦୃଶ୍ୟମ୍ ୨ ଦୀପାବଳି ଅବସରରେ ଏହି ସ୍ୱତନ୍ତ୍ର ଅଫର ଘୋଷଣା କରିଛି । ଅକ୍ଟୋବର 24 ଏବଂ 25ରେ ଟିକେଟ ବୁକିଂ ଉପରେ 25% ରିହାତି ମିଳିବ । ଯେଉଁମାନେ ଆଗରୁ ବୁକ୍ କରିଛନ୍ତି ସେମାନଙ୍କ ପାଇଁ ଏହି ବିଶେଷ ଉପହାର ରହିଛି ।

ଦୃଶ୍ୟମ୍ ୨ ଗୁଲଶାନ କୁମାର, ଟି-ସିରିଜ୍ ଏବଂ ପାନୋରାମା ଷ୍ଟୁଡିଓ, ଭୂଷଣ କୁମାର, କୁମାର ମଙ୍ଗତ ପାଠକ, ଅଭିଷେକ ପାଠକ ଏବଂ କୃଷ୍ଣ କୁମାରଙ୍କ ଦ୍ୱାରା ନିର୍ମିତ । ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ନଭେମ୍ବର 18ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ଏହି ଚଳଚ୍ଚିତ୍ରର ସଂଗୀତକୁ ରକଷ୍ଟାର ଡିଏସପି ଦେଇଛନ୍ତି । ଦୃଶ୍ୟମ୍ ୨, ପ୍ରସିଦ୍ଧ ଅଭିନେତା ମୋହନଲାଲଙ୍କ ଦ୍ୱାରା ମାଲାୟାଲମ୍ ଚଳଚ୍ଚିତ୍ରର ରିମେକ୍ ।

ABOUT THE AUTHOR

...view details