ନୂଆଦିଲ୍ଲୀ: ଅଭିନେତା ଟାଇଗର ଶ୍ରଫ୍ ବି-ଟାଉନର ସଫଳ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ । ସେ 'ହେରୋପନ୍ତି' ଚଳଚ୍ଚିତ୍ର ସହିତ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିଲେ । ଟାଇଗର ଶ୍ରଫ୍ ଆକ୍ସନ ଏବଂ ଡ୍ୟାନ୍ସିଂ ସ୍କିଲ ସହିତ ଅଳ୍ପ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି । ବର୍ତ୍ତମାନ ଟାଇଗରଙ୍କ ପାଖରେ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ ଅଛି, ଯେଉଁଥି ପାଇଁ ସେ ଦିନରାତି କାମ କରୁଛନ୍ତି । ତେବେ ଟାଇଗର ଶ୍ରଫଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯାହା ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି ।
ଟାଇଗର ଶ୍ରଫ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଆହତ ହୋଇଥିବା ଜଣାପଡିଛି । ସେୟାର ହୋଇଥିବା ଏହି ଭିଡିଓରେ ଟାଇଗରଙ୍କ ମୁହଁରେ କ୍ଷତ ଚିହ୍ନ ରହିଛି ଏବଂ ରକ୍ତ ବାହାରୁଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ଅଭିନେତାଙ୍କ ପାଇଁ ଚିନ୍ତିତ ଅଛନ୍ତି। ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଏହି ଭିଡିଓ ତାଙ୍କ ଫିଲ୍ମ ସୁଟିଂ ସମୟର ।