ହାଇଦ୍ରାବାଦ: 'ପୁଷ୍ପା: ଦି ରାଇଜ୍'ର ଚମତ୍କାର ସଫଳତା ପରେ, ସଙ୍ଗୀତକାର ଦେବୀଶ୍ରୀ ପ୍ରସାଦ ବହୁ ପ୍ରତିକ୍ଷିତ ସିକ୍ୱେଲ ପାଇଁ ତିନୋଟି ଗୀତ ରଚନା କରିଛନ୍ତି। ପ୍ରକାଶ ଯେ, ଆଗାମୀ ଚଳଚ୍ଚିତ୍ର 'ପୁଷ୍ପା: ଦ ରୁଲ' କିମ୍ବା 'ପୁଷ୍ପା ୨' ପାଇଁ ଡିଏସପି ପୂର୍ବରୁ ହିଁ ତିନୋଟି ଗୀତ ରଚନା କରିସାରିଛନ୍ତି।
ଚଳଚ୍ଚିତ୍ରଟିକୁ ଦୁଇ ଭାଗରେ ବିଭକ୍ତ କରିବାର କୌଣସି ଯୋଜନା ନ ଥିଲା । ଏଥିପାଇଁ DSP ପ୍ରଥମେ କିଛି ଗୀତ ରଚନା କରିଥିଲେ। ଏହି ଯୋଜନାକୁ ମଧ୍ୟଭାଗରେ ଛାଡି ଚଳଚ୍ଚିତ୍ରଟିକୁ ଦୁଇ ଭାଗରେ ତିଆରି କରିଥିଲେ ନିର୍ମାତା । ପ୍ରଥମ ଭାଗ ପାଇଁ ଡିଏସପିଙ୍କୁ ମ୍ୟୁଜିକ ରାପ କରିବାକୁ ପଡିଥିଲା। ବର୍ତ୍ତମାନ ନିର୍ମାତାମାନେ ଦ୍ୱିତୀୟ ଭାଗ ପାଇଁ ସୁଟିଂ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି । ଦେବୀ ପ୍ରଥମରୁ ପ୍ରସ୍ତୁତ କରିଥିବା ଗୀତ ପାଇଁ ସାମାନ୍ୟ ପରିବର୍ତ୍ତନରେ କାମ କରିଛନ୍ତି।