ମୁମ୍ବାଇ:ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ବଲିଉଡର ପାୱାର ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ । ଏହି ଦମ୍ପତି ନିଜ ପ୍ରେମ ସହିତ ଲୋକଙ୍କୁ ଭଲ ପାଇବା ଶିଖାନ୍ତି । କିନ୍ତୁ କିଛି ସମୟ ପାଇଁ ସେମାନଙ୍କ ଅଲଗା ହେବାର ଖବର ଖୁବ୍ ଭାଇରାଲ ହୋଇଥିଲା । ଏହି ଖବର ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ବର୍ତ୍ତମାନ ଦୀପିକା-ରଣଭୀରଙ୍କ ପ୍ରଶଂସକମାନେ ଆଉ ନିରାଶ ହେବା ଆବଶ୍ୟକ ନାହିଁ । ଦୀପିକା-ରଣଭୀର କାଲି ଏକାଠି ଥିଲେ, ଆଜି ମଧ୍ୟ ଏକାଠି ଅଛନ୍ତି । ଏକ ସାକ୍ଷାତକାରରେ ଦୀପିକା ସ୍ପଷ୍ଟ କରିଛନ୍ତି ଯେ, ଦମ୍ପତିଙ୍କ ମଧ୍ୟରେ ସବୁ ଠିକ୍ ଅଛି ।
ଦୀପିକା-ରଣଭୀର ପ୍ରଶଂସକଙ୍କ ପାଇଁ ଖୁସି ଖବର
ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କୁ ଏକାଠି ଦେଖିବାକୁ ଲୋକମାନେ ଆଗ୍ରହୀ । ରଣଭୀର ଦୀପିକାଙ୍କ ପ୍ରତି ଥିବା ଭଲପାଇବାକୁ ସର୍ବସାଧାରଣରେ ସ୍ୱୀକାର କରିଛନ୍ତି । ହେଲେ ସର୍ବସାଧାରଣରେ ଦୀପିକା ତାଙ୍କ ସମ୍ପର୍କ ବିଷୟରେ କମ୍ କଥା କୁହନ୍ତି । କିନ୍ତୁ ହଁ, ରଣଭୀରଙ୍କ ପ୍ରତି ଥିବା ତାଙ୍କର ଭଲପାଇବା ତାଙ୍କ ନୀରବତା ହିଁ ଦେଖାଯାଏ । ଏଥିସହ ଉଭୟଙ୍କ ଛାଡପତ୍ର ଖବର ଏକ ଟ୍ୱିଟ ମାଧ୍ୟମରେ ଭାଇରାଲ ହୋଇଥିଲା । କିନ୍ତୁ ଦମ୍ପତିଙ୍କ ମଧ୍ୟରୁ କେହି ଏହା ଉପରେ ପ୍ରତିକ୍ରିୟା ଦେଇନଥିଲେ । ଏଥିରେ ରଣଭୀର-ଦୀପିକାଙ୍କ ପ୍ରଶଂସକମାନେ ବିରକ୍ତ ହୋଇଥିଲେ । ବର୍ତ୍ତମାନ ଏକ ସାକ୍ଷାତକାରରେ ଦୀପିକା ରଣଭୀରଙ୍କ ବିଷୟରେ କଥାବାର୍ତ୍ତା କରିଛନ୍ତି ।