ଓଡିଶା

odisha

ETV Bharat / entertainment

ବିଶ୍ବ ଦରବାରରେ ଚମକିଲା RRR, ବିଦେଶୀ ଭାଷା ଚଳଚ୍ଚିତ୍ର ପାଇଁ ହାତେଇଲା କ୍ରିଟିକ୍ସ ଚଏସ ଆଓ୍ବାର୍ଡ - କ୍ରିଟିକ୍ସ ଚଏସ ଆଓ୍ବାର୍ଡ

ପୁଣି ଥରେ ବିଶ୍ବ ଦରବାରରେ ଭାରତର ନାଁ ଉଚ୍ଚା କରିଲା ଏସ୍.ଏସ୍‌ ରାଜାମୌଲିଙ୍କ ଫିଲ୍ମ 'RRR' । ଶ୍ରେଷ୍ଠ ବିଦେଶୀ ଭାଷା ଚଳଚ୍ଚିତ୍ର ପାଇଁ RRRକୁ ମିଳିଲା କ୍ରିଟିକ୍ସ ଚଏସ ଆଓ୍ବାର୍ଡ । ଅଧିକ ପଢନ୍ତୁ

Critics Choice Awards
Critics Choice Awards

By

Published : Jan 16, 2023, 10:50 AM IST

ହାଇଦ୍ରାବାଦ: ପୁଣି ଆଉ ଏକ ଆଓ୍ବାର୍ଡ ହାତେଇଲା ଏସ୍.ଏସ୍‌ ରାଜାମୌଲିଙ୍କ ଫିଲ୍ମ 'RRR' । ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ପରେ 'RRR'କୁ ମିଳିଲା କ୍ରିଟିକ୍ସ ଚଏସ ଆଓ୍ବାର୍ଡ । ନାଟୁ ନାଟୁ ଗୀତ ପାଇଁ ଏହି ଆଓ୍ବାର୍ଡ ମିଳିଥିବା ସୂଚନା । ଲସ ଆଞ୍ଜେଲସରେ ଏହି ସମାରୋହ ଆୟୋଜିତ ହୋଇଥିବା ବେଳେ ଶ୍ରେଷ୍ଠ ବିଦେଶୀ ଭାଷା ଚଳଚ୍ଚିତ୍ର ପାଇଁ କ୍ରିଟିକ୍ସ ଚଏସ ଆଓ୍ବାର୍ଡ ମିଳିଛି । ତେବେ ଏନେଇ କ୍ରିଟିକ୍ସ ଚଏସ ଆଓ୍ବାର୍ଡ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

କ୍ରିଟିକ୍ସ ଚଏସ ଆଓ୍ବାର୍ଡ ପକ୍ଷରୁ କୁହାଯାଇଛି, "ବିଦେଶ ଭାଷା ଚଳଚ୍ଚିତ୍ର ପାଇଁ କ୍ରିଟିକ୍ସ ଚଏସ ଆଓ୍ବାର୍ଡ ହାତେଇଥିବା ଫିଲ୍ମର ପରିବାରକୁ ଶୁଭେଚ୍ଛା ।" RRR ମୁଭିର ପକ୍ଷରୁ ଟ୍ବିଟ ଯୋଗେ କୁହାଯାଇଛି, "ପୁଣି ଥରେ ନାଟୁ ନାଟୁ । ପୁଣି ଥରେ ଆମେ RRR ଫିଲ୍ମର ନାଟୁନାଟୁ ଗୀତ ପାଇଁ କ୍ରିଟିକ୍ସ ଚଏସ ଆଓ୍ବାର୍ଡ ପାଇଲୁ । "

ଏହା ମଧ୍ୟ ପଢନ୍ତୁ: Golden Globes ଆୱାର୍ଡ ହାତେଇଲା RRRର ନାଟୁ ନାଟୁ ଗୀତ

ନାଟୁ ନାଟୁ ଗୀତର କମ୍ପୋଜର ଏମଏମ କିରାଭାନୀ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, " ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ମୁଁ ଏହି ଆଓ୍ବାର୍ଡ ପାଇ ବହୁତ ଖୁସି । ସମାଲୋଚକମାନଙ୍କ ଦ୍ବାରା ମୁଁ ଏହି ଆଓ୍ବାର୍ଡ ପାଇଛି । ମୋର ସମାଲୋଚକ, ଗୀତିକାର, ମୋର ଗାୟକ, ମୋ ପ୍ରୋଗ୍ରାମର ଏବଂ ମୋର ନିର୍ଦ୍ଦେଶକ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।" ତେବେ କିରାଭାନୀଙ୍କ ନାଟୁନାଟୁ ଗୀତ ଲସ ଆଞ୍ଜେଲସ ଫିଲ୍ମ କ୍ରିଟିକ୍ସ ଆସୋସିଏସନ ପକ୍ଷରୁ ବେଷ୍ଟ ମ୍ୟୁଜିକ କୋର ଆଓ୍ବାର୍ଡ ମିଳିଥିଲା । ତେବେ RRRର ଇନଷ୍ଟାଗ୍ରାମ ପେଜ ପକ୍ଷରୁ ମଧ୍ୟ ଟିମକୁ ଧନ୍ୟବାଦ ଦିଆଯାଇଛି ।

ତେବେ RRR ହେଉଛି ଏକମାତ୍ର ଭାରତୀୟ ଚଳଚ୍ଚିତ୍ର, ଯାହା ଅନ୍ତର୍ଜାତୀୟ ପୁରସ୍କାର ବର୍ଗରେ ସ୍ଥାନ ପାଇଛି । ଏହି ଚଳଚ୍ଚିତ୍ରରେ ଜୁନିଅର ଏନଟିଆର ବ୍ୟତୀତ ରାମ ଚରଣ ଏବଂ ଆଲିଆ ଭଟ୍ଟ, ଶ୍ରୀୟା ସରନ, ଅଜୟ ଦେବଗନ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । RRR ସାରା ବିଶ୍ୱରେ 1200 କୋଟିରୁ ଅଧିକ ରୋଜଗାର କରିଥିଲା ​​।

ଗତ ଜାନୁଆରୀ ୧୧ ତାରିଖରେ ନାଟୁନାଟୁ ଗୀତକୁ ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ମିଳିଥିଲା । ଗୋଲଡେନ୍ ଗ୍ଲୋବ ପୁରସ୍କାର 2023 ପୂର୍ବରୁ ନିର୍ଦ୍ଦେଶକ ଏସ୍ ରାଜାମୌଲି ମଧ୍ୟ ଏହି ଚଳଚ୍ଚିତ୍ର ପାଇଁ ନ୍ୟୁୟର୍କ ଚଳଚ୍ଚିତ୍ର ସମାଲୋଚକ ସର୍କଲ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଗ୍ରହଣ କରିଥିଲେ । ଏହା ପୂର୍ବରୁ ବିଦେଶୀ ଭାଷା ଶ୍ରେଣୀରେ 1988ରେ ସଲାମ ବମ୍ବେ ଏବଂ ସେହିପରି ୨୦୦୧ର ଫିଲ୍ମ ମନସୁନ ବୋଡିଂ ଗୋଲ୍ଡେନ୍ ଗ୍ଲୋବ ଆଓ୍ବାର୍ଡ ପାଇଁ ମନୋନିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details