ଓଡିଶା

odisha

ETV Bharat / entertainment

The Kerala Story: ଉତ୍ତରପ୍ରଦେଶରେ ଟ୍ୟାକ୍ସ ଫ୍ରି' କଲେ ଯୋଗୀ, ମନ୍ତ୍ରୀଙ୍କ ସହ ଦେଖିବେ ଫିଲ୍ମ

ବିବାଦ ମଧ୍ୟରେ ରିଲିଜ ହୋଇଛି ଫିଲ୍ମ ଦ କେରଳ ଷ୍ଟୋରୀ। ଅନେକ ସ୍ଥାନରେ ଫିଲ୍ମକୁ ବ୍ୟାନ କରାଯାଇଥିବା ବେଳେ ଅନେକ ଜାଗାରେ ଫିଲ୍ମ ଭଲ ପ୍ରଦର୍ଶନ କରୁଛି। ନିକଟରେ ପଶ୍ଚିମବଙ୍ଗରେ ଫିଲ୍ମକୁ ବ୍ୟାନ କରାଯାଇଛି। ସେପଟେ ଉତ୍ତରପ୍ରଦେଶରେ ଫିଲ୍ମକୁ ଟିକସମୁକ୍ତ ଘୋଷଣା କରାଯାଇଛି। ଅଧିକ ପଢନ୍ତୁ

ଉତ୍ତରପ୍ରଦେଶରେ ଟ୍ୟାକ୍ସ ଫ୍ରି କଲେ ଯୋଗୀ, ମେ 12ରେ ମନ୍ତ୍ରୀଙ୍କ ସହ ଦେଖିବେ ଫିଲ୍ମ
ଉତ୍ତରପ୍ରଦେଶରେ ଟ୍ୟାକ୍ସ ଫ୍ରି କଲେ ଯୋଗୀ, ମେ 12ରେ ମନ୍ତ୍ରୀଙ୍କ ସହ ଦେଖିବେ ଫିଲ୍ମ

By

Published : May 9, 2023, 12:41 PM IST

ଲକ୍ଷ୍ନୌ: ବିବାଦ ପରେ ବି ରିଲିଜ ହୋଇଥିବା ଫିଲ୍ମ ଦ କେରଳ ଷ୍ଟୋରୀ ଭଲ ପ୍ରଦର୍ଶନ କରିବାରେ ସଫଳ ହେଉଛି। ଅନେକ ସ୍ଥାନରେ ଫିଲ୍ମକୁ ବ୍ୟାନ କରାଯାଇଥିବା ବେଳେ ଅନେକ ସ୍ଥାନରେ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଛି। ନିକଟରେ ମଧ୍ୟପ୍ରଦେଶ ପରେ ଏବେ ଉତ୍ତରପ୍ରଦେଶରେ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଛି। ଉତ୍ତରପ୍ରଦେଶରେ ଦ କେରଳ ଷ୍ଟୋରୀ ଫିଲ୍ମକୁ ଟିକସକୁ ମୁକ୍ତ କରିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ପୁରା କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ମେ 12ରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂରେ ଫିଲ୍ମ ଦେଖିବେ ବୋଲି କୁହାଯାଉଛି ।

ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କ ରାଜ୍ୟରେ ଏହି ଫିଲ୍ମ ଉପରେ ଟ୍ୟାକ୍ସ ଫ୍ରି କରିଥିଲେ। ବର୍ତ୍ତମାନ ୟୁପି ହେଉଛି ଦ୍ୱିତୀୟ ରାଜ୍ୟ ଯେଉଁଠାରେ ଏହାକୁ ଟିକସମୁକ୍ତ କରାଯିବ । ସିଏମ୍ ଯୋଗୀ ଟ୍ୱିଟ୍ କରି ଫିଲ୍ମକୁ ନେଇ ଏହି ସୂଚନା ଦେଇଛନ୍ତି । ସେପଟେ ଏହାପୂର୍ବରୁ ପଶ୍ଚିମବଙ୍ଗରେ ଏହି ଫିଲ୍ମର ସ୍କ୍ରିନିଂକୁ ତୁରନ୍ତ ବାରଣ କରାଯାଇଥିଲା ।

ସୂଚନା ଥାଉ କି, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ କେରଳକୁ ବଦନାମ କରିବା ପାଇଁ 'ଦ କେରଳ ଷ୍ଟୋରୀ' ପ୍ରସ୍ତୁତ କରାଯାଇଛି । ରାଜ୍ୟରେ ସାମ୍ପ୍ରଦାୟିକ ଅସ୍ଥିରତା ସୃଷ୍ଟିକୁ ରୋକିବା ଓ ରାଜ୍ୟରେ କୌଣସି ହିଂସାକୁ ଏଡାଇବା ସହ ଶାନ୍ତି ବଜାୟ ରଖିବା ପାଇଁ ଏହାକୁ ବ୍ୟାନ୍‌ କରାଯିବା ଜରୁରୀ ବୋଲି ମମତା କହିଥିଲେ । ଏବଂ ସେ ‘ଦି କାଶ୍ମୀର ଫାଇଲ୍ସ’ ମୁଭି ସହ ‘ଦି କେରଳ ଷ୍ଟୋରୀ’ ଫିଲ୍ମକୁ ତୁଳନା କରିଥିଲେ।

ତେବେ ଏହି ଫିଲ୍ମଟି ଭିପୁଲ ଅମୃତଲାଲ ଶାହାଙ୍କ ଦ୍ବାରା ନିର୍ମିତ ଏବଂ ସୁଦୀପ୍ତୋ ସେନ୍ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ଅଦା ଶର୍ମା, ଯୋଗିତା ବିହାନୀ, ସିଦ୍ଧ ଇଦାନୀ ଏବଂ ସୋନିଆ ବାଲାନି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ଧର୍ମାନ୍ତରୀକରଣ ଉପରେ ଆଧାରିତ । ଏହି ଫିଲ୍ମରେ କେରଳର 32,000 ନିଖୋଜ ଝିଅଙ୍କ କାହାଣୀକୁ ନେଇ ନିର୍ମିତ ହୋଇଥିବା ଦାବି କରିଛନ୍ତି ଫିଲ୍ମ ନିର୍ମାତା । ଯେଉଁମାନଙ୍କ ଚିନ୍ତାଧାରା ପରିବର୍ତ୍ତନ କରି ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଥିଲା । ପରେ ତାଙ୍କୁ ଆଇଏସଆଇଏସ ସହ ଯୋଡି ଆତଙ୍କବାଦୀ କରାଯାଇଥିଲା । ଫିଲ୍ମର ଟ୍ରେଲର ରିଲିଜ ହେବା ପରଠୁ ବିବାଦ ଘେରକୁ ଆସିଥିଲା । କେରଳ ହାଇକୋର୍ଟ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଥିଲେ। କୋର୍ଟ କହିଥିଲେ ଯେ ଫିଲ୍ମର ଟ୍ରେଲରରେ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ କିଛି ନାହିଁ ।

ABOUT THE AUTHOR

...view details