ହାଇଦ୍ରାବାଦ: ଚାହତ ପାଣ୍ଡେ ଜଣେ ଲୋକପ୍ରିୟ ଟିଭି ଅଭିନେତ୍ରୀ । ଚାହତ୍ 'ଦୁର୍ଗା: ମାତା କି ଛାୟା', 'ହମାରୀ ବହୁ ସିଲ୍କ' ଭଳି ଅନେକ ସୋ’ରେ ଦମଦାର ଭୂମିକାରେ ଅଭିନୟ କରିଛନ୍ତି । ଏହି ଅଭିନେତ୍ରୀ ବର୍ତ୍ତମାନ ନାଥ ଜେଓ୍ୱର ୟା ଜଞ୍ଜୀରରେ ନଜର ଆସୁଛନ୍ତି। ଏହି ସୋ’ରେ ଚାହତ ପାଣ୍ଡେ ମୁଖ୍ୟ ଭୂମିକାରେ ଅଛନ୍ତି। ତେବେ ସେ ରାଜନୀତିରେ ଅଧିକ ଫୋକସ ଦେବା ପାଇଁ ସୋ’ ସହିତ ନିଜ ଅଭିନୟ କ୍ୟାରିୟରରୁ ବିରତି ନେବାକୁ ଯାଉଛନ୍ତି। ଆଗାମୀ ନିର୍ବାଚନ ହେତୁ ଅଭିନେତ୍ରୀଙ୍କୁ ତାଙ୍କ ସୋ’ରେ ଆଉ ଦେଖିବାକୁ ମିଳିବନାହିଁ । ଚାହତଙ୍କ ସ୍ଥାନରେ ଇଶିତା ଗାଙ୍ଗୁଲି ନଜର ଆସିବେ। ଏକ ସାକ୍ଷାତକାରରେ ଚାହତ ତାଙ୍କ ନିଷ୍ପତ୍ତି ବିଷୟରେ ଖୋଲାଖୋଲି ଭାବେ କହିଥିବାବେଳେ ସେ କାହିଁକି ରାଜନୀତିରେ ଯୋଗଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ?
ଚାହାତ ପାଣ୍ଡେ ଅଭିନୟ କ୍ୟାରିୟର ଛାଡି ରାଜନୀତି କରୁଛନ୍ତି କି?
ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଚାହତ ପାଣ୍ଡେ କହିଛନ୍ତି, ‘‘ହଁ, ମୁଁ ମୋର ରାଜନୈତିକ କ୍ୟାରିୟର ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଛି ଏବଂ ମଧ୍ୟପ୍ରଦେଶର ଦମୋହରୁ ବିଧାୟକ ପଦ ପାଇଁ ଆମ୍ ଆଦମୀ ପାର୍ଟିରୁ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି । ମୁଁ ମୋର ଅଭିନୟ କ୍ୟାରିୟର ଛାଡୁ ନାହିଁ । ମୁଁ ଉଭୟ କ୍ଷେତ୍ରରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଚେଷ୍ଟା କରୁଛି, ତଥାପି, ମୁଁ କିଛି ସମୟ ପାଇଁ ବ୍ରେକ୍ରେ ରହିବି । ମୁଁ ମୋର ସୋ’ ନାଥ ପାଇଁ ବ୍ରେକ୍ ଦିନରେ ସୁଟିଂ କରିପାରିବି ।’’
ଚାହତ ରାଜନୀତିରେ ଯୋଗଦେବାକୁ କାହିଁକି ଚାହୁଁଛନ୍ତି ?