ଓଡିଶା

odisha

ହଲିଉଡରେ ଏଣ୍ଟ୍ରି ମାରିବେ ରିଚା, ମିଳିଲା ଅଫର

By

Published : Apr 3, 2022, 9:45 AM IST

ସୁନ୍ଦର ଏବଂ ଷ୍ଟାଇଲିଶ ଦେଖାଯାଉଥିବା ବଲିଉଡର ଜଣାଶୁଣା ଚେହେରା ପାଲଟିଛନ୍ତି ରିଚା ଚଢା। ବିଭିନ୍ନ ଚରିତ୍ର ପାଇଁ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କୁ ନେଇ ଏବେ ନୂଆ ଖବର ଶୁଣିବାକୁ ମିଳୁଛି । ଅଧିକ ପଢନ୍ତୁ

ହଲିଉଡରେ ଏଣ୍ଟ୍ରି ମାରିବେ ରିଚା
ହଲିଉଡରେ ଏଣ୍ଟ୍ରି ମାରିବେ ରିଚା

ମୁମ୍ବାଇ: ସୁନ୍ଦର ଏବଂ ଷ୍ଟାଇଲିଶ ଦେଖାଯାଉଥିବା ବଲିଉଡ୍‌ର ଜଣାଶୁଣା ଚେହେରା ପାଲଟିଛନ୍ତି ରିଚା ଚଢା। ହିନ୍ଦୀ ଫିଲ୍ମରେ ବିଭିନ୍ନ ଚରିତ୍ର ପାଇଁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କୁ ନେଇ ଏବେ ନୂଆ ଖବର ଶୁଣିବାକୁ ମିଳୁଛି । ବଲିଉଡରେ ନିଜର ଦମଦାର ଅଭିନୟ କରିବା ପରେ ଏବେ ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ରିଚା ।

ଅଭିନେତ୍ରୀ ରିଚା ଚଢାଙ୍କୁ ହଲିଉଡ ଫିଲ୍ମ ଆପ୍ରୋଚ କରାଯାଇଛି। ଏ ନେଇ ତାଙ୍କୁ ବଡ ଅଫର ମଧ୍ୟ ମିଳିଛି । ରିଚା ଜଣେ ରାଜକୀୟ ମାଲିକାଣୀ ଭୂମିକାରେ ନଜର ଆସିବେ। ଏହି ପ୍ରୋଜେକ୍ଟ ପାଇଁ ରିଚା ନିଜର ଟ୍ରେନିଂ ତଥା ତାଲିମ୍‌ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଏବେ ରିଚା ଘୋଡାଚାଳନା ଅଭ୍ୟାସରେ ବ୍ୟସ୍ତ ଅଛନ୍ତି । ଏହା ପୂର୍ବରୁ ରିଚା ବଏଫ୍ରେଣ୍ଡ ତଥା ଅଭିନେତା ଅଲ୍ଲୀ ଫେଜଲଙ୍କ ସହିତ ବିଗ୍‌ ବଜଟେ ଫିଲ୍ମରେ ନଜର ଆସିଥିଲେ। ଯାହାର ଫଟୋ ଏବଂ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ହଲିଉଡରେ ବଏଫ୍ରେଣ୍ଡଙ୍କୁ ସଫଳତା ମିଳିବା ପରେ ଏବେ ରିଚା ମଧ୍ୟ ହଲିଉଡରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି।

ରିଚା ଅଲ୍ଲୀ ଫୈଜଲଙ୍କୁ ଦୀର୍ଘ ଦିନରୁ ଡେଟ୍‌ କରୁଛନ୍ତି। ଖବର ଆସିଥିଲା କି ଦହେଁ ଖୁବ୍‌ ଶୀଘ୍ର ବିବାହ କରିବେ । କୋରୋନା ପାଇଁ ତାଙ୍କ ବିବାହ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ଦୁହିଁଙ୍କ ବିବାହକୁ ନେଇ ଅନେକ ଦିନରୁ ଫ୍ୟାନ୍ସମାନେ ଚାହିଁ ରହିଛନ୍ତି।

ABOUT THE AUTHOR

...view details