ଓଡିଶା

odisha

ETV Bharat / entertainment

ଫିଲ୍ମ 'ଆନିମଲ' ପାଇଁ ବବି ଦେୱଲଙ୍କ ଫିଟନେସ୍ ପ୍ରସ୍ତୁତି

ଫିଲ୍ମ 'ଆନିମଲ' ପାଇଁ ଜୋରଦାର ପ୍ରସ୍ତୁତି ଚଳାଛନ୍ତି ଅଭିନେତା ବବି ଦେୱଲ । ଏଥିପାଇଁ ଜିମ୍ ଯିବା ସହ ଫିଟନେସ ଉପରେ ଖୁବ ଧ୍ୟାନ ଦେଉଛନ୍ତି । ଅଧିକ ପଢନ୍ତୁ

animal movie
ଆନିମଲ ଚଳଚ୍ଚିତ୍ର

By ETV Bharat Odisha Team

Published : Nov 25, 2023, 10:01 PM IST

ହାଇଦ୍ରାବାଦ: ଫିଲ୍ମ 'ଆନିମଲ' ପାଇଁ ଜୋରଦାର ପ୍ରସ୍ତୁତି ଚଳାଛନ୍ତି ଅଭିନେତା ବବି ଦେୱଲ । ତାଙ୍କୁ ଏଥିରେ ଭିଲେନ ଭୂମିକାରେ ଦେଖିବାକୁ ମିଳିବ । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ରଣବୀର କପୁର ଓ ତାଙ୍କ ବିପକ୍ଷରେ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ ଦେଖିବାକୁ ମିଳିବ । ଏହାସହ ବବି ଦେୱଲଙ୍କୁ ମଧ୍ୟ ଏକ ଜବରଦସ୍ତ ଭୂମିକାରେ ଦେଖିବାକୁ ମିଳିବ । ଏଥିପାଇଁ ଜିମ୍ ଯିବା ସହ ଫିଟନେସ ଉପରେ ଖୁବ ଧ୍ୟାନ ଦେଉଛନ୍ତି । ତେବେ ୫୪ ବର୍ଷ ବୟସରେ ମଧ୍ୟ ସେ ନିଜକୁ ପୁରା ଫିଟ୍ ରଖିଛନ୍ତି ।

'ଆନିମଲ' ଫିଲ୍ମର ଅଫର ଆସିବା ପରେ ପରେ ହିଁ ବବି ଦେୱଲ ନିଜର ଫିଟନେସ୍ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବବି ଦେୱଲଙ୍କ ଫିଟନେସ ଟ୍ରେନର କହିଛନ୍ତି ଯେ, ସେ ଦୀର୍ଘ 4 ମାସ କାଳ କଠିନ ପରିଶ୍ରମ କରିଛନ୍ତି । ବବି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜିମରେ ତାଙ୍କର ବାୟାମ ସମୟର ଫଟୋ ଓ ଭିଡିଓ ସେୟାର କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଟ୍ରେଲରରେ ରଣବୀର କପୁରଙ୍କୁ ଅଧିକ ସ୍କ୍ରିନ ସମୟ ମିଳିଛି । ଆଉ ଟ୍ରେଲର ଶେଷରେ ବବିଙ୍କୁ ୨ ରୁ ୩ ଟି ସଟ ମିଳିଛି ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଭିନେତା ଅନିଲ କପୁର ମଧ୍ୟ ରଣବୀରଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି। 'ଆନିମଲ' ରେ ରଣବୀର ଓ ଅନିଲ କପୁରଙ୍କୁ ବାପ ପୁଅ ଭୂମିକାରେ ଦେଖିବାକୁ ମିଳିବ । ହେଲେ ଶେଷରେ ବବି ଦେୱଲଙ୍କ ଭୂମିକା ଖୁବ ଆକର୍ଷଣୀୟ ରହିଛି । ଟ୍ରେଲରର ଶେଷ ଆଡକୁ ବବି ଦେୱଲଙ୍କ ଅଭିନୟର ଝଲକ ମଧ୍ୟ ଫ୍ୟାନ୍ସଙ୍କ ମନ ମୋହିଛି । ତେବେ ୪୧ ବର୍ଷୀୟ ରଣବୀରଙ୍କ ଲୁକ୍ ତୁଳନାରେ ୫୪ ବର୍ଷୀୟ ବବି ଦେୱଲଙ୍କ ଲୁକ୍ ଅଧିକ ଆକର୍ଷଣୀୟ ରହିବ ବୋଲି ଚର୍ଚ୍ଚା ଚାଲିଛି ।

ଏହା ବି ପଢନ୍ତୁ...ଆସୁଛି ହ୍ରିତିକଙ୍କ ଫାଇଟର ଟିଜର, ଘୋଷଣା ହେଲା ତାରିଖ

ତେବେ ବବି ଦେୱଲ ୧୯୯୫ରେ 'ବରସାତ୍' ଚଳଚ୍ଚିତ୍ରରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ନିଜର କର୍ଲି ହେଆର ଷ୍ଟାଇଲ ସହ ଲେଦର ଜ୍ୟାକେଟରେ ନଜର ଆସିଥିବା ବବି ଫ୍ୟାନ୍ସଙ୍କ ମନ ଜିତିଥିଲେ । ହେଲେ ଏହା ପରେ ପରେ ୧୯୯୮ରେ ରିଲିଜ ହୋଇଥିବା ଫିଲ୍ମ 'ସୋଲଜର' ବ୍ୟତୀତ ଅନ୍ୟ ସମସ୍ତ ଚଳଚ୍ଚିତ୍ର ବକ୍ସ ଅଫିସରେ ସେତେଟା କମାଲ କରିପାରିନଥିଲା । ତେବେ ଏଥର 'ଆନିମଲ'ରେ ପୁଣି ଥରେ ଦମଦାର କମବ୍ୟାକ୍ କରିବାକୁ ନିଜର ଜି ଜାନ ଲଗାଇ ଦେଇଛନ୍ତି ଅଭିନେତା ବବି ଦେୱଲ ।

ABOUT THE AUTHOR

...view details