ଓଡିଶା

odisha

ETV Bharat / entertainment

Himesh Reshammiya Birthday: ଟୋପି ପାଇଁ ଚର୍ଚ୍ଚାରେ ଥିଲେ ହିମେଶ ରେଶମିଆ, ବାପାଙ୍କ ଇଚ୍ଛା କରାଇ ଦେଲା ମ୍ୟୁଜିସିଆନ୍

50 ବର୍ଷରେ ପାଦ ଥାପିଲେ ହିମେଶ ରେଶମିଆ । ତାଙ୍କ ନିଆରା ଷ୍ଟାଇଲରେ ପ୍ରଶଂସକମାନଙ୍କୁ ବହୁତ ପ୍ରଭାବିତ କରିଥିଲେ । ଆଜି ସେ ଇଣ୍ଡଷ୍ଟ୍ରିର ସଫଳ କଳାକାରମାନଙ୍କ ମଧ୍ୟରୁ ଜଣେ । ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ଜୀବନର କିଛି ରୋଚକ କଥା । ଜାଣନ୍ତୁ

By

Published : Jul 23, 2023, 12:54 PM IST

ଭାଇଙ୍କ ମୃତ୍ୟୁ ଏବଂ ପିତାଙ୍କ ଇଚ୍ଛା ପାଇଁ ମ୍ୟୁଜିସିଆନ୍ ହେଲେ ହିମେଶ
ଭାଇଙ୍କ ମୃତ୍ୟୁ ଏବଂ ପିତାଙ୍କ ଇଚ୍ଛା ପାଇଁ ମ୍ୟୁଜିସିଆନ୍ ହେଲେ ହିମେଶ

ହାଇଦ୍ରାବାଦ:ହିମେଶ ରେଶମିଆ ତାଙ୍କର ଭିନ୍ନ ଷ୍ଟାଇଲ ପାଇଁ ଜଣାଶୁଣା । ଆଜି ହିମେଶ ରେଶମିଆଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ସଂଗୀତଜ୍ଞ ଭାବରେ ବିବେଚନା କରାଯାଏ । ହେଲେ ଏକ ସମୟ ଥିଲା ଯେତେବେଳେ ତାଙ୍କ କାମ ପାଇଁ ସେ ଉଚିତ୍ ମାନ୍ୟତା ପାଇନଥିଲେ । ଏପରିକି ତାଙ୍କ ଷ୍ଟାଇଲ ଏବଂ ସ୍ବରକୁ ନେଇ ତାଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ପରବର୍ତ୍ତୀ ସମୟରେ ଏହି ଷ୍ଟାଇଲ ଏବଂ ସ୍ବର ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେବା ସହ ଅନେକ ଲୋକଙ୍କ ପ୍ରିୟ ଷ୍ଟାର କରାଇପାରିଛି ।

ହିମେଶ ରେଶମିଆ 23 ଜୁଲାଇ 1973ରେ ଗୁଜୁରାଟର ଭାବନଗରରେ ଜନ୍ମଗ୍ରହଣ କରିଥିଲେ । ସେ ଆଜି ତାଙ୍କର 50 ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ପିତା ଜଣେ ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ତାଙ୍କର ଏକ ବଡ ଭାଇ ମଧ୍ୟ ଥିଲେ । ପିତାଙ୍କ ଇଚ୍ଛା ଥିଲା ଯେ ତାଙ୍କ ପିଲାମାନେ ମଧ୍ୟ ତାଙ୍କ ପରି ସଂଗୀତଜ୍ଞ ହେବା ଉଚିତ୍ । ହେଲେ 11 ବର୍ଷ ବୟସରେ ହିମେଶଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା । ପରେ ବଡ ପୁଅର ଦେହାନ୍ତ ହେବା ପରେ ପିତାଙ୍କ ଏହି ଅଧୁରା ସ୍ବପ୍ନ ସାନପୁଅ ପୂରଣ କରିଥିଲେ ।

ହିମେଶ ରେଶମିଆଙ୍କ ପିତା ଏକ ଫିଲ୍ମ କରିବାକୁ ଚାହୁଁଥିଲେ ଏବଂ ସେ ଏଥିରେ ସଲମାନ ଖାନଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ । ଏହି ଚଳଚ୍ଚିତ୍ର ମାଧ୍ୟମରେ ସେ ହିମେଶ ରେଶମିଆଙ୍କୁ ମଧ୍ୟ ଏହି ଉପାୟରେ ଲଞ୍ଚ କରିବାକୁ ଚାହୁଁଥିଲେ । କିନ୍ତୁ ଏହା ହୋଇପାରିଲା ନାହିଁ । ଯେତେବେଳେ ସଲମାନ ଖାନ ହିମେଶଙ୍କ କାର୍ଯ୍ୟ ଦେଖିଥିଲେ, ସେତେବେଳେ ସେ ଏଥିରେ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କ ଫିଲ୍ମରେ ହିମେଶ କମ୍ପୋଜିସନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

1998 ମସିହାରେ ସଲମାନ ଖାନଙ୍କ ଫିଲ୍ମ 'ପ୍ୟାର କ୍ୟା ତୋ ଡରନା କ୍ୟା' ସହିତ ହିମେଶ ବଲିଉଡରେ ଡେବ୍ୟୁ କରିଥିଲେ । ଏଠାରୁ ସେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିୟର ଶୁଭାରମ୍ଭ କରିଥିଲେ । ସଙ୍ଗୀତରେ ଡେବ୍ୟୁ କରିବା ପରେ ହିମେଶ ରେଶମିଆ ଅନେକ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଥିଲେ, କିନ୍ତୁ 2000 ଦଶକରେ 'ତେରେ ନାମ' ଚଳଚ୍ଚିତ୍ରର ଗୀତ ତାଙ୍କୁ ଏକ ଷ୍ଟାର କରିଥିଲା । ଏଥିପାଇଁ ସେ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପାଇଁ ଅନେକ ପୁରସ୍କାର ଗ୍ରହଣ କରିଥିଲେ । ଏହା ପରେ ସେ 'ଏତରାଜ', 'ଆଶିକ୍ ବନାୟା ଆପନେ' ଏବଂ 'ମେନେ ପ୍ୟାର୍ କ୍ୟୁଁ କିୟା' ଭଳି ଗୀତ ସହ ନିଜକୁ ପ୍ରମାଣିତ କରିଥିଲେ ।

ଏହା ପରେ ସଲମାନ ଖାନଙ୍କ ଅନେକ ଚଳଚ୍ଚିତ୍ର ପାଇଁ ହିମେଶ ସଂଗୀତ ଦେଇଥିଲେ । ବନ୍ଧନ, ଏବଂ ହେଲୋ ଭାଇ, କହିଁ ପ୍ୟାର୍ ନା ହୋ ଜାଏ, ତେରେ ନାମ, ୟେ ହେ ଜଲୱା, ଦିଲ୍ ନେ ଜିସେ ଅପନା କା, କ୍ୟୁଙ୍କି, ମେନେ ପ୍ୟାର୍ କ୍ୟୁଁ କିୟା, ବଡିଗାର୍ଡ, କିକ୍, ପ୍ରେମ ରତନ ଧନ ପାୟୋ, ରେଡି ଏବଂ କିସି କା ଭାଇ କିସି କି ଜାନ ସାମିଲ ରହିଛି । ହିମେଶ ରେଶମିଆ ଗତ ଅଢେଇ ଦଶନ୍ଧି ଧରି ସଲମାନ ଖାନଙ୍କ ଚଳଚ୍ଚିତ୍ର ପାଇଁ ସଂଗୀତ ରଚନା କରିଆସୁଛନ୍ତି । ସେ ସଲମାନଙ୍କ ଫିଲ୍ମରେ ଅନେକ ହିଟ ଗୀତ ଦେଇ ଲୋକଙ୍କ ପ୍ରଶଂସା ସାଉଁଟି ପାରିଛନ୍ତି ।

ହିମେଶ 2005ରେ ଇମ୍ରାନ ହାଶମୀଙ୍କ ଫିଲ୍ମ 'ଆଶିକ୍' ନିର୍ମାଣ କରିଥିଲେ ଏବଂ 'ଆଶିକ୍ ବନାୟା ଆପନେ' ଗୀତ ସହ ପ୍ଲେ-ବେକ ଗୀତରେ ପାଦ ଦେଇଥିଲେ । ଏହି ସମୟ ମଧ୍ୟରେ କେବଳ ତାଙ୍କର ଗୀତ ଗୁଡ଼ିକ ଉପରେ ଆଲୋଚନା କରାଯାଇ ନଥିଲା, ବରଂ ଏହି ସମୟରେ ପିନ୍ଧିଥିବା କ୍ୟାପ୍ ମଧ୍ୟ ଅନେକ ଚର୍ଚ୍ଚାରେ ରହିଥିଲା, ଯାହା ପରେ ଏହି କ୍ୟାପ ପିନ୍ଧିବା ଷ୍ଟାଇଲ ତାଙ୍କ ସିଗନେଚର ଷ୍ଟାଇଲ ହୋଇଗଲା । ସେପଟେ ସଙ୍ଗୀତ ବ୍ୟତୀତ ହିମେଶ ମଧ୍ୟ ଚଳଚ୍ଚିତ୍ରରେ ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଥିଲେ, କିନ୍ତୁ ଏହା ହୋଇପାରିଲା ନାହିଁ । ଦର୍ଶକମାନେ ତାଙ୍କ ଚଳଚ୍ଚିତ୍ରକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ତାଙ୍କ ସ୍ୱର ଏବଂ ଗୀତକୁ ଗୁରୁତ୍ୱ ଦେଇଥିଲେ । ସେ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଏବଂ ଏପର୍ଯ୍ୟନ୍ତ 12 ଟି ଗୀତ ରିଆଲିଟି ଶୋ’ର ଜଜ ରହିସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହିମେଶ ରେଶମିଆଙ୍କୁ ଅଭିନୟ କରିବାକୁ ଅନୁରୋଧ କଲେ ରାନୁ

ସେପଟେ ହିମେଶଙ୍କ ବ୍ୟକ୍ତିଗତ ଜୀବନୀ ବିଷୟରେ କହିବାକୁ ଗଲେ, ହିମେଶ ରେଶମିଆ 21 ବର୍ଷ ବୟସରେ କୋମଲଙ୍କୁ ବିବାହ କରିଥିଲେ । ଉଭୟ 22 ବର୍ଷ ଧରି ଏକାଠି ରହିଥିଲେ । କିନ୍ତୁ ଅଭିନେତ୍ରୀ ସୋନିଆ କପୁରଙ୍କ ଆସିବା ପରେ ହିମେଶ କୋମଲଙ୍କ ସହ ସମ୍ପର୍କ ଭାଙ୍ଗି 2018ରେ ସୋନିଆଙ୍କୁ ବିବାହ କରିଥିଲେ ।

ABOUT THE AUTHOR

...view details