ହାଇଦ୍ରାବାଦ: ଆଜିକାଲି ଶିରୋନାମାରେ ରହିଛି ସଲମାନ ଖାନଙ୍କ ଶୋ' ବିଗ୍ ବସ୍ ୧୭ । ବର୍ତ୍ତମାନ ଶୋ' ଶେଷ ହେବାର ସମୟ ଆସିଲାଣି । କୁହାଯାଉଛି ଯେ, ଜାନୁଆରୀ ଶେଷରେ ଶୋ' ବିଜେତା ଘୋଷଣା କରିବ । ଏ ସବୁ ଭିତରେ ପ୍ରତିଯୋଗୀଙ୍କ ମଧ୍ୟରେ ଏବେ କଡା ମୁକାବିଲା ଦେଖିବାକୁ ମିଳୁଛି । ବର୍ତ୍ତମାନ ଶୋ'ର ପ୍ରତିଯୋଗୀ ଅଙ୍କିତା ଲୋଖଣ୍ଡେ ଚର୍ଚ୍ଚାରେ ରହିଛନ୍ତି । କେତେବେଳେ ବିକିଙ୍କ ସହ ଇଣ୍ଟିମେଣ୍ଟ ହେବାକୁ ନେଇ ତ କେତେବେଳେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇବା ନେଇ ଆଉ କେତେବେଳେ ବିକିଙ୍କ ସହ ଝଗଡ଼ାକୁ ନେଇ ଲାଇମ ଲାଇଟରେ ରହିଥାନ୍ତି । ଏବେ ଅଙ୍କିତା ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଆଶ୍ଚର୍ଯ୍ଯଜନକ ଖୁଲାସା କରିଛନ୍ତି ।
ଶୋ'ର ଲାଟେଷ୍ଟ ଏପିସୋଡରେ ଆୟଶା ଖାନ ମୁନାୱର ଫାରୁକି ତାଙ୍କୁ ଧୋକା ଦେଇଥିବା କହି କାନ୍ଦିବାରେ ଲାଗନ୍ତି । ଆୟଶା କହିଛନ୍ତି ଯେ, 'ଷ୍ଟାଣ୍ଡ ଅପ କମେଡିଆନ ମୋ ସହ ସେତେବେଳେ ସମ୍ପର୍କ ରଖିଥିଲେ ଯେତେବେଳେ ସେ ନାଜିଲାଙ୍କୁ ଡେଟ କରୁଥିଲେ । ଏହା ସହ ସେ କାନ୍ଦିବାରେ ଲାଗନ୍ତି ଏବଂ କୁହନ୍ତି ମୋର ଏଥିରେ ଭୁଲ କ'ଣ? ମୁଁ କେବେ ମଧ୍ୟ ତାଙ୍କ ସହ କିମ୍ବା ଅନ୍ୟ କାହା ସହ ମଧ୍ୟ ଭୁଲ କରିନାହିଁ । ଯଦି ସେ ନାଜିଲାଙ୍କ ସହ ସମ୍ପର୍କରେ ଥିଲେ ତେବେ ସେ ମୋ ସହ ସମ୍ପର୍କ ରଖିବାର ନଥିଲା । ମୁଁ କିଛି ବୁଝିପାରୁନି । ମୋ ହୃଦୟ ସବୁବେଳେ ଭାଙ୍ଗୁଛି ।'