ଓଡିଶା

odisha

ETV Bharat / entertainment

Big B turns 80: ତୁମେ ଅଦ୍ବିତୀୟ ଓ ନିଆରା, ଝିଅ ଶ୍ବେତାଙ୍କ ଭାବବିହ୍ବଳ ପୋଷ୍ଟ

Amitabh Bachchan Birthday, ଅମିତାଭ ବଚ୍ଚନଙ୍କୁ ଏକ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ତାଙ୍କ ପରିବାର ସଦସ୍ୟ । ଅଧିକ ପଢନ୍ତୁ

ତୁମ ପରି କେହି କେବେ ଥିଲେ ନା ରହିବେ, ପୋଷ୍ଟରେ ଏମିତି ଲେଖିଲେ ଝିଅ ଶ୍ବେତା
ତୁମ ପରି କେହି କେବେ ଥିଲେ ନା ରହିବେ, ପୋଷ୍ଟରେ ଏମିତି ଲେଖିଲେ ଝିଅ ଶ୍ବେତା

By

Published : Oct 11, 2022, 11:07 AM IST

ମୁମ୍ବାଇ: ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ (Amitabh Bachchan) ଆଜି ତାଙ୍କର 80 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଅମିତାଭ ବଚ୍ଚନଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି । ଗତକାଲି ରାତିରେ ଅମିତାଭ ବଚ୍ଚନ ତାଙ୍କ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଇ ମୁମ୍ବାଇରେ ଥିବା ତାଙ୍କ ବାସଭବନ 'ଜଲସା' ବାହାରେ ଉପସ୍ଥିତ ଥିବା ଲୋକଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ସମୟରେ ଅମିତାଭ ବଚ୍ଚନ ତାଙ୍କ ଝିଅ ଶ୍ବେତା ବଚ୍ଚନଙ୍କ ସହ ଥିଲେ । ଅନ୍ୟପକ୍ଷରେ, ଶ୍ବେତା ବଚ୍ଚନ ସୋସିଆଲ ମିଡିଆରେ ତାଙ୍କ ପିତାଙ୍କ ସହ ତାଙ୍କର କିଛି ଫଟୋ ସେୟାର କରିଛନ୍ତି, ଏଥିସହିତ ସେ ଏକ ସ୍ୱତନ୍ତ୍ର ପୋଷ୍ଟ ମଧ୍ୟ ଲେଖିଛନ୍ତି ।

ଶ୍ବେତା ବଚ୍ଚନ ଆବିଦା ପରବିନ୍‌ ଏବଂ ନସିବୋ ଲାଲଙ୍କ ଲିରିକ୍ସ ପୋଷ୍ଟରେ ଲେଖିଛନ୍ତି, 'ପିରା ନୁ ମେଁ ସିନେ ଲାମ୍ବା ଚେ ମେଁ ହସଦି ଜାୱାନ୍ ଧୁପ୍ପା ଦେ ନାଲ.....' ଏହି ପୋଷ୍ଟ ସହିତ ସେୟାର ହୋଇଥିବା ପ୍ରଥମ ଫଟୋରେ ଶ୍ବେତା ବଚ୍ଚନ ଏବଂ ଅମିତାଭଙ୍କ ବଣ୍ଡିଂ ଦେଖିବାକୁ ମିଳିଛି । ଦ୍ୱିତୀୟ ଫଟୋ ହେଉଛି ବିଗ୍ ବି ସହିତ ଶ୍ବେତାଙ୍କର ପିଲାଦିନର ଫଟୋ, ଯେଉଁଥିରେ ସେମାନେ ହାତ ଧରାଧରି ହୋଇଥିବାର ନଜର ଆସିଛନ୍ତି । ତୃତୀୟ ଫଟୋରେ ବିଗ୍ ବି ତାଙ୍କ ସ୍ୱର୍ଗତ ପିତା ହରିବଂଶ ରାୟ ବଚ୍ଚନ ଏବଂ ତେଜି ବଚ୍ଚନଙ୍କ ସହ ନଜର ଆସିଛନ୍ତି ।

ତେବେ କେବଳ ପରିବାର ସଦସ୍ୟ ନୁହଁନ୍ତି, ବଡ ବଡ ଷ୍ଟାର୍ସ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସାଧାରଣ ଦର୍ଶକଙ୍କ ଠାରୁ ନେଇ ବଲିଉଡ ସେଲିବ୍ରିଟି ସୋସିଆଲ ମିଡିଆରେ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । ଏଥିସହିତ ଦକ୍ଷିଣ ଏବଂ ଚଳଚ୍ଚିତ୍ରର ଛୋଟ ବଡ ଅଭିନେତା ମଧ୍ୟ ଅମିତାଭ ବଚ୍ଚନଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି ।

ବିଗ୍ ବିଙ୍କ ଜନ୍ମଦିନର ଏହି ଖାସ୍‌ ଉତ୍ସବରେ ତାଙ୍କ ଚଳଚ୍ଚିତ୍ର 'ଗୁଡବାଏ'ର ଏକ ନୂଆ ଗୀତ ମୁକ୍ତିଲାଭ କରିଛି । ଏହି ଗୀତରେ ଜନ୍ମଦିନ ଭୋଜି ପାଳନ କରୁଥିବା ଦେଖିବାକୁ ମିଳିଛି । ବିଗ୍ ବିଙ୍କୁ ନେଇ PVR ଜୁହୁରେ ତାଙ୍କ ଚଳଚ୍ଚିତ୍ରଗୁଡିକ ମଧ୍ୟ ପ୍ରଦର୍ଶିତ ହୋଇଥିଲା, ଯେଉଁଠାରେ ଅନନ୍ୟା ପାଣ୍ଡେ ତାଙ୍କ ପରିବାର ସହିତ ପହଞ୍ଚିଥିଲେ । ସ୍କ୍ରିନିଂରେ ଶନୟା କପୁରଙ୍କୁ ତାଙ୍କ ପିତା ସଞ୍ଜୟ କପୁରଙ୍କ ସହ ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details