ହାଇଦ୍ରାବାଦ:ଦେଶର ଇଂରାଜୀ ନାଁ ଇଣ୍ଡିଆ ବଦଳରେ ଭାରତକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜି-୨୦ ସମ୍ମିଳନୀରେ ବିଶ୍ବନେତାଙ୍କୁ ନିମନ୍ତ୍ରଣ କରିବା ଲାଗି 'ପ୍ରେସିଡେଣ୍ଟ ଅଫ ଇଣ୍ଡିଆ' ବଦଳରେ 'ପ୍ରେସିଡେଣ୍ଟ ଅଫ ଭାରତ' ଲେଖାହୋଇଛି । ଯାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ବିଗ ବି ଅମିତାଭ ବଚ୍ଚନଙ୍କ ଏକ ଟ୍ବିଟ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଇଣ୍ଡିଆ ବନାମ ଭାରତ ଚର୍ଚ୍ଚା ମଧ୍ୟରେ ଅମିତାଭ ନିଜ ଟ୍ବିଟରରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଜାତୀୟ ପତାକା ଇମୋଜି ସହ ଲେଖିଛନ୍ତି, ‘ଭାରତ ମାତା କି ଜୟ‘ । ତେବେ ଏହି ଟ୍ବିଟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏବଂ ପେଷ୍ଟ ସେୟାର ହେବାର ମାତ୍ର କିଛି ସମୟ ମଧ୍ୟରେ ଏହି ପୋଷ୍ଟକୁ 20ହଜାର ଉପରେ ଲାଇକ ମିଳିସାରିଲାଣି । ଏବଂ ପ୍ରତିକ୍ରିୟାରେ ୟୁଜର୍ସ ତାଙ୍କୁ ଏହି ଟ୍ବିଟ ପଛର କାରଣ ପଚାରିଛନ୍ତି । ତେବେ ଏହି ଅଭିନେତାଙ୍କ ଏହି ଟ୍ବିଟ ଦେଖିଲେ ଲାଗୁଛି ଯେ, ବିଗ୍ ବି ଭାରତର ନାମ ପରିବର୍ତ୍ତନ ସପକ୍ଷରେ ନିଜର ସମର୍ଥନ ଜଣାଇଛନ୍ତି।
ସୂଚନା ଥାଉ କି, ସେପ୍ଟେମ୍ବର 9 ଏବଂ 10 ରେ ହେବାକୁ ଯାଉଥିବା ଜି 20 ସମ୍ମିଳନୀ ବିଶ୍ବର ଅନେକ ନେତା ଯୋଗ ଦେବେ। ଏଥିପାଇଁ 9 ତାରିଖରେ ଆୟୋଜିତ ହେବାକୁ ଥିବା ରାତ୍ରି ଭୋଜନ ଲାଗି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ଯେଉଁଥିରେ 'ପ୍ରେସିଡେଣ୍ଟ ଅଫ ଇଣ୍ଡିଆ' ବଦଳରେ 'ପ୍ରେସିଡେଣ୍ଟ ଅଫ ଭାରତ' ଲେଖାହୋଇଛି । ଯାହାକୁ ନେଇ ବର୍ତ୍ତମାନ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ଏନେଇ ଅନେକ ନେତା ମତାମତ ଏବଂ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।