କୋଲକାତା: ଆଖି ବୁଝିଲେ ପୁଣି ଜଣେ ବଙ୍ଗୀୟ ଅଭିନେତ୍ରୀ । ୨୧ ବର୍ଷୀୟ ମଡେଲ ତଥା ଅଭିନେତ୍ରୀ ବିଦିଶା ଦେ ମଜୁମଦାର ନିଜ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି। ବୁଧବାର ରାତିରେ ବିଦିଶାଙ୍କ ମୃତଦେହ ତାଙ୍କ ଫ୍ଲାଟରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ପୋଲିସ ଘଟଣାର ତଦନ୍ତ କରୁଛି । ବଙ୍ଗୀୟ ଅଭିନେତା ବିଦିଶାଙ୍କ ବିଷୟରେ କୁହାଯାଉଛି ଯେ ସେ ତାଙ୍କ ପ୍ରେମିକଙ୍କ ସହ ଫ୍ଲାଟରେ ରହୁଥିଲେ ।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ବିଦିଶା ଗତ ୪ ମାସ ହେଲା ନଗର ବଜାରରେ ଏକ ଭଡ଼ା ଘରେ ରହୁଥିଲେ । ବୁଧବାର ସନ୍ଧ୍ୟାରେ ଏହି ବାସଭବନରେ ବିଦିଶାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । କବାଟ ତାଲା ଭାଙ୍ଗି ପୋଲିସ ଘର ଭିତରକୁ ପଶିଥିଲା ଏବଂ ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା । ମୃତଦେହ ନିକଟରେ ଏକ ସୁସାଇଡ ନୋଟ ମିଳିଥିଲା, କ୍ୟାନସରରେ ପୀଡ଼ିତ ହେବାରୁ ସେ ଏପରି ପଦକ୍ଷେପ ନେଉଥିବା ଉଲ୍ଲେଖ ଅଛି । ହେଲେ ଏହାକୁ ତାଙ୍କ ପରିବାର ଲୋକ ଓ ସାଙ୍ଗମାନେ ଗ୍ରହଣ କରିପାରୁ ନ ଥିବାବେଳେ ବିଦିଶା କ୍ୟାନସରରେ ଆକ୍ରାନ୍ତ ହେବା ସମ୍ପୂର୍ଣ୍ଣ ମିଥ୍ୟା ଖବର ବୋଲି କହିଛନ୍ତି ।