ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଯୁବ ନିର୍ଦ୍ଦେଶକ ଅଟଲି ପ୍ରଥମ ପ୍ୟାନ ଇଣ୍ଡିଆ ଚଳଚ୍ଚିତ୍ର 'ଜବାନ' ସହ ବଲିଉଡରେ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମ ଜରିଆରେ ଶାହାରୁଖ ଖାନଙ୍କ ସହ ପ୍ରଥମ ଥର ପାଇଁ କାମ କରିଛନ୍ତି ଅଟଲି । ଏହି ଫିଲ୍ମ ରିଲିଜ ହେବା ମାତ୍ରେ ସାରା ଦେଶରେ ଧମାକା କରିଛି । ପ୍ରଥମ ଦିନରେ ବିଶ୍ବବ୍ୟାପୀ 150କୋଟି ଆୟ କରି ଅନେକ ଫିଲ୍ମର ରେକର୍ଡକୁ ଭାଙ୍ଗିଛି । ସମସ୍ତେ ଏହି ଫିଲ୍ମର ଫ୍ୟାନ ହୋଇଥିବା ବେଳେ ବର୍ତ୍ତମାନ ଅଟଲି ମଧ୍ୟ ନିଜ ଫିଲ୍ମର ଫ୍ୟାନ ହୋଇଛନ୍ତି । ତାଙ୍କ ପତ୍ନୀ ପ୍ରିୟା ଅଟଲି ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ।
ଅଟଲିଙ୍କ କ୍ୟାରିଅର୍ ଚଳଚ୍ଚିତ୍ର ପଞ୍ଚମ ଚଳଚ୍ଚିତ୍ର ହେଉଛି 'ଜବାନ'। ଯାହା ବିଶ୍ବସ୍ତରରେ ସଫଳତା ହାସଲ କରିବା ସହ ଅନେକ ଫିଲ୍ମର ରେକର୍ଡକୁ ପଛରେ ପକାଇଛି । ଏହିପରି ଫିଲ୍ମ 'ଜବାନ୍' ଅଟଲିଙ୍କ କ୍ୟାରିୟରର ମଧ୍ୟ ସବୁଠାରୁ ବଡ ଓପନର ଫିଲ୍ମ ହୋଇଛି । ଏହି ଫିଲ୍ମରେ ତାଙ୍କର କାର୍ଯ୍ୟକୁ ପ୍ରଶଂସା କରାଯାଉଛି । ଫିଲ୍ମକୁ ନେଇ ସମସ୍ତଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ଅଟଲି ଫିଲ୍ମର ବଡ ଫ୍ୟାନ ହୋଇଛନ୍ତି । ଏବେ ସୁଦ୍ଧା ସେ ନିଜ ଫିଲ୍ମକୁ 9 ଥର ଦେଖିସାରିଲେଣି । ଇନଷ୍ଟାଗ୍ରାମରେ ତାଙ୍କ ପତ୍ନୀ ପ୍ରିୟା ଅଟଲି ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି ।
ଫଟୋରେ ଅଟଲି ଏକ ଲାଲ ରଙ୍ଗର ସାର୍ଟ ସହ ବ୍ଲାକ ପ୍ୟାଣ୍ଟରେ ସୋଫାରେ ବସିଥିବାର ନଜର ଆସିଛନ୍ତି । ଅଟଲିଙ୍କ ଏହି ଫୋଟୋ ସେୟାର କରି ସେ ଲେଖିଛନ୍ତି, POV ଅର୍ଥାତ୍ (ପଏଣ୍ଟ ଅଫ୍ ଭ୍ୟୁ) ଜବାନକୁ 9ଥର ଦେଖିଛନ୍ତି । ଏଥିସହ ପ୍ରିୟା ତାଙ୍କ ସ୍ୱାମୀ ଏବଂ ତାଙ୍କ ଚଳଚ୍ଚିତ୍ରକୁ ଏହି ପୋଷ୍ଟ ଜରିଆରେ ଶୁଭକାମନା ମଧ୍ୟ ଜଣାଇଛନ୍ତି । ସୂଚନା ଥାଉ କି, ଚଳଚ୍ଚିତ୍ର ଜବାନର ସୁଟିଂ ସମୟରେ ଏହି ଦମ୍ପତି ଏକ ଶିଶୁର ପିତାମାତା ହୋଇଥିଲେ ଏବଂ ବର୍ତ୍ତମାନ ଉଭୟ ଚଳଚ୍ଚିତ୍ରର ସଫଳତା ସହ ସେମାନଙ୍କ ପିତାମାତା ହେବାର ଖୁସିକୁ ବି ବେଶ ଉପଭୋଗ କରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ:ଥିଏଟରରେ ଜବାନ କ୍ରେଜ, ପ୍ରଥମ ଶୋ' ଦେଖିବାକୁ ପତ୍ନୀଙ୍କ ସହ ଥିଏଟର ଅଟଲି
ସୂଚନା ଥାଉ କି, ଜବାନ୍ ଫିଲ୍ମ ପ୍ରଥମ ଦିନରେ 75 କୋଟି ବ୍ୟବସାୟ କରିଛି ଏବଂ ସାରା ବିଶ୍ୱରେ 150 କୋଟି ସଂଗ୍ରହ କରିଛି। ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ଫିଲ୍ମ ଜବାନ ନିର୍ମାଣ ପାଇଁ ଫି ଭାବରେ ଅଟଲିଙ୍କୁ 30 କୋଟି ଟଙ୍କା ଦେଇଛନ୍ତି । ଗୌରୀ ଖାନ ଏହି ଚଳଚ୍ଚିତ୍ରର ନିର୍ମାତା ଅଟନ୍ତି । ଏହି ଚଳଚ୍ଚିତ୍ରରେ ଶାହାରୁଖଙ୍କ ବ୍ୟତୀତ ବିଜୟ ସେଥୁପତି, ନୟନତାରା, ସାନ୍ୟା ମାଲହୋତ୍ରା, ଦୀପିକା ପାଦୁକୋନ, ସୁନୀଲ ଗ୍ରୋଭର ଏବଂ ଅନ୍ୟାନ୍ୟ ତାରକା ମଧ୍ୟ ଅଭିନୟ କରିଛନ୍ତି । 300କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ ଭାଷାରେ ରିଲିଜ କରିଛି।