ଓଡିଶା

odisha

3 ରାଜ୍ୟରେ ଫୁଟିଲା ପଦ୍ମ: କଙ୍ଗନା କହିଲେ ‘ରାମ ଆସିଲେ’

By ETV Bharat Odisha Team

Published : Dec 3, 2023, 6:46 PM IST

Updated : Dec 3, 2023, 7:01 PM IST

Assembly Elections 2023 Results: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ୩ଟି ରାଜ୍ୟରେ ବିଜେପିର ଐତିହାସିକ ବିଜୟ ପାଇଁ ମୋଦି ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ପାର୍ଟି ପାଇଁ କିଛି ପୋଷ୍ଟ ମଧ୍ୟ କରିଛନ୍ତି । ଅଧିକ ପଢନ୍ତୁ,

୩ ରାଜ୍ୟରେ ବିଜେପିର ବିଜୟ! 'ରାମ ଆସିଲେ' କହି ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ବଲିଉଡ କୁଇନ
୩ ରାଜ୍ୟରେ ବିଜେପିର ବିଜୟ! 'ରାମ ଆସିଲେ' କହି ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ବଲିଉଡ କୁଇନ

ମୁମ୍ବାଇ:ବଲିଉଡ କୁଇନ କଙ୍ଗନା ରାଣାୱତ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ରାଜନୀତି ସହ ଜଡିତ ଘଟଣା ଉପରେ ନିଜ ମତ ରଖି ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଆଜି ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଚାଲି ଥିବା ବେଳେ 3 ରାଜ୍ୟରେ ବିପୁଳ ବିଜୟ ଆଡକୁ ଅଗ୍ରସର ହେଉଛି 3 ରାଜ୍ୟ । ଦଳର ଏହି ବିଜୟ ପାଇଁ କଙ୍ଗନା ରାଣାୱତ ମୋଦି ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

କଙ୍ଗନା ରାଣାୱତ ରବିବାର ସୋସିଆଲ ମିଡିଆରେ କିଛି ପୋଷ୍ଟ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି ଯେଉଁଥିରେ କ୍ୟାପସନରେ ସେ ଲେଖିଛନ୍ତି, 'ଭାରତ ଜନତା ପାର୍ଟିକୁ ତିନୋଟି ରାଜ୍ୟରେ ଐତିହାସିକ ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ।' କଙ୍ଗନା ଏକ୍ସରେ ମଧ୍ୟ କିଛି ପୋଷ୍ଟ ସେୟାର କରିଛନ୍ତି । ଏକ ପୋଷ୍ଟରେ ପିଏମ ମୋଦିଙ୍କ ପୋଷ୍ଟର ସେୟାର କରି ସେ ଲେଖିଛନ୍ତି, 'ରାମ ଆସିଛନ୍ତି ।'

କଙ୍ଗନାଙ୍କ ଏହି ଟ୍ବିଟ ପରେ ୟୁଜର୍ସ କମେଣ୍ଟ ବର୍ଷା କରିଛନ୍ତି । ଜଣେ ୟୁଜର୍ସ ଏହି ପୋଷ୍ଟରେ ଲେଖିଛନ୍ତି, ' କଙ୍ଗନା ତାଙ୍କୁ ହିନ୍ଦୁ ଭଗବାନଙ୍କ ସହ ତୁଳନା କରୁଛନ୍ତି । ହିନ୍ଦୁ ଧର୍ମରେ ଏହାର ଅନୁମତି ଅଛି କି ?' କଙ୍ଗନା ଏହାକୁ ରିଟ୍ୱିଟ କରି ଲେଖିଛନ୍ତି, 'ହଁ, ଏହା ଅନୁମତିପ୍ରାପ୍ତ । ଶ୍ରୀ କୃଷ୍ଣ ଗୀତାରେ କହିଛନ୍ତି, ଯିଏ ମୋର ଭକ୍ତ ମୋ ଭିତରେ ଅବତୀର୍ଣ୍ଣ, ମୁଁ ସେ, ତାଙ୍କ ଏବଂ ମୋ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ, ଆମ ଭଗବାନ ବହୁତ ସ୍ନେହଶୀଳ ଏବଂ ଶାନ୍ତିପୂର୍ଣ୍ଣ । କିଏ ହତ୍ୟାକରୁଛି, କିଏ ନାହିଁ । ତୁମେ ମଧ୍ୟ ଆମ ଦଳକୁ ଆସ । ଏହା ବ୍ୟତୀତ ମୋ ଉଦ୍ଦେଶ୍ୟର ଅର୍ଥ ହେଉଛି ମୋଦି ଜୀ ରାମ ଜୀଙ୍କୁ ଅଯୋଧ୍ୟାକୁ ଆଣିଛନ୍ତି । ତେଣୁ ଜନସାଧାରଣ ତାଙ୍କୁ ଆଣିଛନ୍ତି । କିନ୍ତୁ ଆପଣ ଯାହା ବୁଝିଛନ୍ତି ତାହା ମଧ୍ୟ ଭୁଲ୍ ନୁହେଁ ।

କଙ୍ଗନା ରାଣାୱତଙ୍କ ପୋଷ୍ଟ

ଅଭିନେତ୍ରୀ ଏକ୍ସରେ ପନୌତିର ଟ୍ରେଣ୍ଡ ଉପରେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି । ସେ ଲେଖିଛନ୍ତି, 'ଯେଉଁ ସନାତନ ରାବଣର ଅହଂକାର ଦ୍ୱାରା ଲିଭିନଥିଲା, ଯେଉଁ କଂସର ଗର୍ଜନ ଦ୍ୱାରା ସନାତନ କମ୍ପିତ ହୋଇନଥିଲା । ଯେଉଁ ସନାତନ ବାବର ଏବଂ ଔରଙ୍ଗାଜେବଙ୍କ ଅତ୍ୟାଚାର ଦ୍ୱାରା ଲିଭିନଥିଲା । ସେହି ସନାତନ କିପରି ଲିଭିବ ପପୁ ପନୌତିର ପ୍ରୟାସ! '

ଏହା ମଧ୍ୟ ପଢନ୍ତୁ:ମୋଦିଙ୍କ ହାତରେ ୱାଇନ୍ ଭିଡିଓ ଭାଇରାଲ: କଙ୍ଗନା କହିଲେ, କି କଳିଯୁଗ ଆସିଲା ?

କଙ୍ଗନାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, କଙ୍ଗନାଙ୍କୁ ଶେଷ ଥର ପାଇଁ ଆକ୍ସନ୍ ଫିଲ୍ମ 'ତେଜସ୍'ରେ ଦେଖିବାକୁ ମିଳିଥିଲା । ଅକ୍ଟୋବରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କ ମନ ଜିତିପାରିନଥିଲା । ବକ୍ସ ଅଫିସରେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା । ବର୍ତ୍ତମାନ ଏହି ଅଭିନେତ୍ରୀଙ୍କୁ ଆଗାମୀ ରାଜନୈତିକ ଡ୍ରାମା ଫିଲ୍ମ 'ଏମରଜେନ୍ସି'ରେ ଦେଖିବାକୁ ମିଳିବ, ଯେଉଁଥିରେ ସେ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ ।

Last Updated : Dec 3, 2023, 7:01 PM IST

ABOUT THE AUTHOR

...view details