ଓଡିଶା

odisha

By

Published : Feb 28, 2023, 7:17 AM IST

ETV Bharat / entertainment

ଅସୀମ ରିଆଜଙ୍କ ଉପରେ ରାଗିଲେ ଶେହନାଜ ଗିଲ୍, ଜାଣନ୍ତୁ କାହିଁକି

ଅସୀମ ରିଆଜ ସିଦ୍ଧାର୍ଥ ଶୁକ୍ଲାଙ୍କୁ ବିଗ୍ ବସ୍ 13ର 'ଫିକ୍ସଡ' ବିଜେତା ବୋଲି କହିବା ନେଇ ଅସୀମ ରିଆଜଙ୍କ ଉପରେ ରାଗିଲେ ଶେହନାଜ ଗିଲ । ଜାଣନ୍ତୁ କ'ଣ କହିଲେ ଶେହନାଜ

ଅସୀମ ରିଆଜଙ୍କ ଉପରେ ରାଗିଲେ ଶେହନାଜ
ଅସୀମ ରିଆଜଙ୍କ ଉପରେ ରାଗିଲେ ଶେହନାଜ

ମୁମ୍ବାଇ:ପୁଣି ଚର୍ଚ୍ଚାରେ ବଲିଉଡ ତାରକା ସଲମାନ ଖାନଙ୍କ ସବୁଠାରୁ ଲୋକପ୍ରିୟ ଟିଭି ରିଆଲିଟି ସୋ' ବିଗ୍ ବସ୍ ସିଜନ୍ 13ର ବିଜେତା ତଥା ଟେଲିଭିଜନ ଅଭିନେତା ସିଦ୍ଧାର୍ଥ ଶୁକ୍ଲା, ପ୍ରତିଯୋଗୀ ଶେହନାଜ୍ ଗିଲ୍ ଏବଂ ଅସୀମ ରିଆଜ୍ । ନିକଟରେ ଏକ ସାକ୍ଷାତକାରରେ ଅସୀମ ବିଗ୍ ବସ୍ 13ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ସିଦ୍ଧାର୍ଥ ଶୁକ୍ଲା ବିଗ୍ ବସ୍ 13ର 'ଫିକ୍ସଡ' ବିଜେତା ଥିଲେ । ତେବେ ଏହାକୁ ନେଇ ସିଦ୍ଧାର୍ଥଙ୍କ ଗର୍ଲଫ୍ରେଣ୍ଡ ଶେହନାଜ ଗିଲ ପ୍ରତିକ୍ରିୟା ରଖିଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ବିଗ୍ ବସ୍ 13ର ପ୍ରଥମ ରନର୍ ଅପ୍ ଆସୀମ୍ ରିଆଜଙ୍କୁ ସିଦ୍ଧାର୍ଥ ଶୁକ୍ଲା ବିଷୟରେ ପଚରାଯାଇଥିଲା । ସେ କହିଥିଲେ ଯେ, ଫାଇନାଲରେ ଶେଷ 15 ମିନିଟରେ ଲାଇଭ୍ ଭୋଟିଂ କରି ସୋ ନିର୍ମାତାମାନେ ତାଙ୍କ ପ୍ରତି ଅନ୍ୟାୟ କରିଥିଲେ ଏବଂ ସେ ହାରିଗଲେ । ଏହାସହ ଅସୀମ ସିଦ୍ଧାର୍ଥଙ୍କୁ 'ଫିକ୍ସଡ' ବିଜେତା ବୋଲି ମଧ୍ୟ କହିଥିଲେ । ସେ ଆହୁରିମଧ୍ୟ କହିଛନ୍ତି ଯେ, ରାତିରେ ସିଦ୍ଧାର୍ଥ ଶୁକ୍ଲାଙ୍କର ମୃତ୍ୟୁ ହେଲା, ସେ ମୋ ସ୍ବପ୍ନରେ ଆସି ମୋତେ ଆଲିଙ୍ଗନ କରିଥିଲେ । ମୁଁ ଅନୁଭବ କଲି ଯେ କିଛି ଠିକ୍ ନୁହେଁ । ଏହାପରେ ମୁଁ ମୋ ବନ୍ଧୁର କଲ ପାଇ ଟିଭିରେ ଏହି ଖବର ଦେଖିଥିଲି ଏବଂ ମୁଁ ବିଶ୍ବାସ କରିପାରିଲିନି ଯାହା ସିଦ୍ଧାର୍ଥଙ୍କ ସହିତ ଘଟିଲା ।

ଅସୀମଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ସିଦ୍ଧାର୍ଥ ଶୁକ୍ଲାଙ୍କ ଗର୍ଲଫ୍ରେଣ୍ଡ ଶେହନାଜ ଗିଲ । ସେ କହିଛନ୍ତି ଯେ, ବିଗ୍ ବସ୍ 13ରେ ସିଦ୍ଧାର୍ଥ ଏବଂ ଅସୀମଙ୍କ ମଧ୍ୟରେ ସବୁବେଳେ ତିକ୍ତତା ଲାଗି ରହୁଥିଲା । ଘରେ ଉଭୟଙ୍କ ମଧ୍ୟରେ ଅନେକ ଥର ଝଗଡା ହୋଇଥିଲା ଏବଂ ସୋ’ର ନିୟମ ବିରୁଦ୍ଧରେ ଯାଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ସମସ୍ତେ ଭାବିଥିଲେ ଯେ କେବଳ ଅସୀମ ରିଆଜ୍ ଏହି ସୋ' ଜିତିବେ । ଶେଷରେ ଟାଇଟଲ ହାତେଇବା ନେଇ ସିଦ୍ଧାର୍ଥ ଏବଂ ଅସୀମ ମୁହାଁମୁହିଁ ହୋଇଥିଲେ ଏବଂ ସିଦ୍ଧାର୍ଥ ଟ୍ରଫି ଜିତିଥିଲେ ।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶେହନାଜ ଗିଲଙ୍କ ବିଷୟରେ କୁହାଯାଉଛି ଯେ ସେ ଆଉ ପୂର୍ବ ପରି ନୁହଁନ୍ତି, ଏବେ ପରିପକ୍ବ ହୋଇଯାଇଛନ୍ତି । ସେ ଏଭଳି କଥା ପ୍ରତି ଧ୍ୟାନ ଦିଅନ୍ତି ନାହିଁ ଏବଂ ଏଭଳି କଥାରେ ନୀରବ ରହିବା ବୁଦ୍ଧିମାନ ଅଟେ । ସୂଚନାଥାଉ କି, ଲୋକପ୍ରିୟ ଟେଲିଭିଜନ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଆଉ ଦୁନିଆରେ ନାହାଁନ୍ତି । ସେପ୍ଟେମ୍ବର 2021ରେ ସିଦ୍ଧାର୍ଥ ଶୁକ୍ଲା ମାତ୍ର 40 ବର୍ଷ ବୟସରେ ହୃଦଘାତରେ ପ୍ରାଣ ହରାଇଥିଲେ ।

ABOUT THE AUTHOR

...view details