ଓଡିଶା

odisha

ପୁରୁଣା ସ୍ମୃତିକୁ ତାଜା କଲେ ଅର୍ଜୁନ କପୁର, ସେୟାର କଲେ ପିଲାଦିନର ଫଟୋ

By ETV Bharat Odisha Team

Published : Sep 6, 2023, 7:03 AM IST

ଅର୍ଜୁନ କପୁର ନିଜ ପୁରୁଣା ସ୍ମୃତିକୁ ତାଜା କରିଛନ୍ତି । ସୋସିଆଲ ମିଡିଆରେ ଅଭିନେତା ତାଙ୍କ ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କର ଏକ ପିଲାଦିନର ଫଟୋ ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି ।

ପୁରୁଣା ସ୍ମୃତିକୁ ତାଜା କଲେ ଅର୍ଜୁନ କପୁର, ସେୟାର କଲେ ପିଲାଦିନର ଥ୍ରୋବ୍ୟାକ୍ ଫଟୋ
ପୁରୁଣା ସ୍ମୃତିକୁ ତାଜା କଲେ ଅର୍ଜୁନ କପୁର, ସେୟାର କଲେ ପିଲାଦିନର ଥ୍ରୋବ୍ୟାକ୍ ଫଟୋ

ହାଇଦ୍ରାବାଦ:ବଲିଉଡ ଅଭିନେତା ଅର୍ଜୁନ କପୁର ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ନିଜ ଫଟୋ ସେୟାର କରିଥାନ୍ତି । ବର୍ତ୍ତମାନ ଅଭିନେତା ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଫଟୋରେ କପୁର ବଂଶର ଅନେକ ବଲିଉଡ ଅଭିନେତା ଅଭିନେତ୍ରୀଙ୍କ ଏଥିରେ ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ଅଭିନେତା ନିଜ ପୁରୁଣା ସ୍ମୃତିକୁ ତାଜା କରିଛନ୍ତି ।

ଅର୍ଜୁନ କପୁର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଯାହାକୁ ସାଧାରଣତଃ ସହକାରୀ ନିର୍ଦ୍ଦେଶକ ତଥା ଅଭିନେତା ଅରମାନ ଜୈନ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, ଏହି ଫଟୋ ବୋଧେ ମୋର ତୃତୀୟ କିମ୍ବା 4ର୍ଥ ଜନ୍ମଦିନରେ ନିଆଯାଇଛି । ତେବେ ଏହି ପୋଷ୍ଟକୁ ପୁଣି ନିଜ ଷ୍ଟୋରୀରେ ସେୟାର କରି ଅର୍ଜୁନ ଲେଖିଛନ୍ତି, "ମେଜର ଥ୍ରୋବ୍ୟାକ୍ ଏବଂ ରଣବୀର ହେଉଛନ୍ତି ରଣବୀର"।

ସେୟାର ହୋଇଥିବା ଏହି ଫଟୋରେ ଆଧାର ଜୈନ, ଅନସୁଲା କପୁର, ହର୍ଷବର୍ଦ୍ଧନ କପୁର, ସୋନମ କପୁର, ରଣବୀର କପୁର ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିଛି । ଡାହାଣ ପାର୍ଶ୍ବରେ ରଣବୀର ଏବଂ ଅର୍ଜୁନ ବସିଥିବାର ନଜର ଆସିଛନ୍ତି । ରଣବୀରଙ୍କ କୋଳରେ ଜାହାନ କପୁର ମଧ୍ୟ ନଜର ଆସିଛନ୍ତି । ସମସ୍ତେ ଏକାଠି କ୍ୟାମେରା ଆଗରେ ପୋଜ ଦେଇଛନ୍ତି । ରଣବୀର କପୁର ହ୍ବାଇଟ ସାର୍ଟ ସହ ବ୍ଲାକ କ୍ୟାପରେ ନଜର ଆସିଥିବା ବେଳେ ଅର୍ଜୁନ କପୁର ବ୍ଲୁ ଟି-ସାର୍ଟରେ ନଜର ଆସିଛନ୍ତି । ସେହିପରି ଅର୍ଜୁନଙ୍କ ଭଉଣୀ ଅନସୁଲା କପୁର ହ୍ବାଇଟ ଆଉଟଫିଟରେ ନଜର ଆସିଥିବା ବେଳେ ସୋନମ କପୁର ଏକ ବ୍ଲାକ ଡ୍ରେସରେ ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ:‘ଇଣ୍ଡିଆ’ ନାଁ ପରିବର୍ତ୍ତନ ଚର୍ଚ୍ଚା; ବିଗ ବିଙ୍କ ଟ୍ବିଟ୍, କହିଲେ ‘ଭାରତ ମାତା କି ଜୟ’

ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଅର୍ଜୁନଙ୍କୁ ଦି ଲେଡି କିଲରରେ ଦେଖିବାକୁ ମିଳିବ। ସେପଟେ ରଣବୀର କପୁରଙ୍କୁ ଶେଷ ଚଳଚ୍ଚିତ୍ର ରୋମାଣ୍ଟିକ୍ କମେଡି ତୁ ଝୁଟି ମେ ମକ୍କାରେ ଦେଖିବାକୁ ମିଳିଥିଲା । ତେବେ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ତାଙ୍କ ଆଗାମୀ ପ୍ରୋଜେକ୍ଟ 'ଆନିମଲ୍‌'ରେ ନଜର ଆସିବେ। ଏହି ଫିଲ୍ମରେ ସେ ରଶ୍ମିକା ମନ୍ଦନାଙ୍କ ସହ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ। ତେବେ ଏହି ଫିଲ୍ମ ଅଗଷ୍ଟ 11 ରେ ରିଲିଜ ହେବାର ଥିଲା। ହେଲେ ଗଦର 2 ଏବଂ ଓଏମଜି 2 ଏକାସାଙ୍ଗେ ରିଲିଜ ହୋଇଥିବା ନେଇ ଏହି ଫିଲ୍ମର ରିଲିଜ ଡେଟ୍ ଘୁଞ୍ଚାଇଛନ୍ତି ନିର୍ମାତା। ଏହି ଫିଲ୍ମର ରିଲିଜ ଡେଟ୍ ଖୁବଶୀଘ୍ର ଘୋଷଣା କରିବେ ନିର୍ମାତା। ଏହି ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ABOUT THE AUTHOR

...view details