ଓଡିଶା

odisha

ରିୟା କପୁରଙ୍କ ବାର୍ଥ ଡେ' ପାର୍ଟିରେ ମଲାଇକା ଓ ଅର୍ଜୁନ, ମିଡିଆକୁ ଏଡାଇ ଗଲେ

By

Published : Mar 5, 2023, 3:37 PM IST

ଫିଲ୍ମ ନିର୍ମାତା ରିୟା କପୁରଙ୍କ ଜନ୍ମଦିନ ପାର୍ଟିରେ ନଜର ଆସିଥିଲେ ପ୍ରେମୀଯୁଗଳ ମଲାଇକା ଆରୋରା ଏବଂ ଅର୍ଜୁନ କପୁର । ହେଲେ ଉଭୟ ସେଠାରେ ଗଣମାଧ୍ୟମକୁ ଅଣଦେଖା କରିଥିଲେ, ଜାଣନ୍ତୁ କାହିଁକି ?

ଗଣମାଧ୍ୟମକୁ ଅଣଦେଖା କଲେ ମଲାଇକା ଏବଂ ଅର୍ଜୁନ
ଗଣମାଧ୍ୟମକୁ ଅଣଦେଖା କଲେ ମଲାଇକା ଏବଂ ଅର୍ଜୁନ

ହାଇଦ୍ରାବାଦ: ବଲିଉଡର ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅଭିନେତା ଅର୍ଜୁନ କପୁର ସବୁବେଳେ ଏକାଠି ନଜର ଆସିବା ନେଇ ଏବଂ ନିଜ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ବେଳେ ଉଭୟଙ୍କୁ ପୁଣି ଏକାଠି ଦେଖିବାକୁ ମିଳିଛି । ଶନିବାର ଫିଲ୍ମ ନିର୍ମାତା ରିୟା କପୁରଙ୍କ ଜନ୍ମଦିନ ପାର୍ଟିରେ ଉଭୟ ଏକାଠି ନଜର ଆସିଥିଲେ । ହେଲେ ସେଠାରେ ଏହି ପ୍ରେମୀ ଯୁଗଳ ଗଣମାଧ୍ୟମକୁ ଏଡ଼ାଇ ଯାଇଥିଲେ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଗଣମାଧ୍ୟମକୁ ଅଣଦେଖା କଲେ ମଲାଇକା ଏବଂ ଅର୍ଜୁନ

ମାର୍ଚ୍ଚ 5 ଅର୍ଥାତ ଶନିବାର ଭୀରେ ଡି ୱେଡିଂ ପ୍ରଡ୍ୟୁସର ରିୟା କପୁରଙ୍କ 35ତମ ଜନ୍ମଦିନ ପାର୍ଟିରେ ମଲାଇକା ଏବଂ ଅର୍ଜୁନଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହି ସମୟରେ ଉଭୟଙ୍କ ସ୍ପଷ୍ଟ୍‌ କରାଯାଇଥିଲା । ହେଲେ ଉଭୟ ଗଣମାଧ୍ୟମକୁ ଅଣଦେଖା କରିଥିଲେ । ମଲାଇକା ମୁହଁ ବୁଲାଇଦେଉଥିବା ବେଳେ ଅର୍ଜୁନ ମୁହଁ ଲୁଚାଉଥିବାର ନଜର ଆସିଥିଲେ ।

ତେବେ ଏହି ଘଟଣାର ପାପାରାଜି ଓ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଏହି ଯୋଡି ଦୁହିଁଙ୍କ ଉପରେ ଅସନ୍ତୋଷ ଥିବା ଦେଖିବାକୁ ମିଳିଛି । ଏହି ଦମ୍ପତି ଏକ ପାର୍ଟିରେ ଯୋଗ ଦେବାକୁ ଆସିଥିଲେ କିନ୍ତୁ ଖୁସି ମନୋଭାବରେ ରହିବା ପରିବର୍ତ୍ତେ ସେମାନଙ୍କୁ କିଛି ଦୁଃଖି ଥିବା ଦେଖାଯାଇଥିଲା । ତେବେ ଉଭୟଙ୍କ ଏଭଳି ମୁଡ୍‌ର ଭିଡିଓକୁ ହଜାରରେ ଅଧିକ ପ୍ରଶଂସକ ଦେଖିବା ସହ ଚକିତ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ଅଛି ବୋଲି ପ୍ରଶ୍ନ କରିବା ସହ ଅନେକ ମନ୍ତବ୍ୟ ଦେଇଛନ୍ତି ୟୁଜର୍ସ ।

ଜଣେ ପ୍ରଶଂସକ ଲେଖିଛନ୍ତି, "ସେମାନେ ଫଟୋ ଉଠାଇବାକୁ ଚାହୁଁ ନାହାନ୍ତି ସେମାନଙ୍କ ଫଟୋ ନଉଠାଇବା ଉଚିତ୍‌ । ସେହିପରି ଏହି ଲଭ୍‌ ବାର୍ଡଙ୍କ ସପୋର୍ଟ କରି ଜଣେ ପ୍ରଶଂସକ ଲେଖିଛନ୍ତି, "ସେମାନେ କ୍ଳାନ୍ତ, ଆପଣମାନେ ବୁଝିବା ଉଚିତ୍ । " ଅନ୍ୟ ଜଣେ ଲେଖିଛନ୍ତି, "ଯଦି ତୁମେ ଚେହେରାକୁ ଭଲ ପାଅ, ତେବେ ଅର୍ଜୁନ କାହିଁକି ତୁମେ ତୁମର ଚେହେରାକୁ ଲୁଚାଇଛ ?" ଆଉ ଜଣେ ମଜାଳିଆ କମେଣ୍ଟ୍‌ ଦେଇ ଲେଖିଛନ୍ତି "ମଲାଇକା ତାଙ୍କ ପାଇଁ ଉର୍ଫିଙ୍କ ସହ ଫଟୋ ଉଠାଇବା ପାଇଁ ଝଗଡ଼ା ଲାଗିଥିବେ ।"

ସୂଚନା ଥାଉ କି, ଅଭିନେତାମାନେ ଗଣମାଧ୍ୟମକୁ ଅଭିବାଦନ ଜଣାଇ ନାହାଁନ୍ତି କିମ୍ବା ପରସ୍ପର ସହ କଥାବାର୍ତ୍ତା କରୁ ନଥିବାରୁ ଉଭୟଙ୍କ ମଧ୍ୟରେ ଭୁଲ ବୁଝାମଣା କିମ୍ବା ବିବାଦ ହୋଇଥିବା ନେଇ ବର୍ତ୍ତମାନ ଆଲୋଚନାର ବିଷୟ ହୋଇଛି । ତେବେ ଭାଇରାଲ ହୋଇଥିବା ଭିଡିଓରେ ମଲାଇକା ଏକ ମଷ୍ଟାର୍ଡ୍‌ ରଙ୍ଗର ସାର୍ଟ ପିନ୍ଧିଥିବାର ନଜର ଆସିଥିବା ବେଳେ ଅର୍ଜୁନ ନୀଳ ରଙ୍ଗର ଜିନ୍ସ, ବ୍ରାଉନ୍ ରଙ୍ଗର ଫୁଲ୍ ସ୍ଲିଭ୍ ଟି-ସାର୍ଟ ସହ କାଜୁଆଲ୍ ଲୁକରେ ନଜର ଆସିଥିଲେ ।

ABOUT THE AUTHOR

...view details