ଓଡିଶା

odisha

ତିରୁପତି ମନ୍ଦିରରେ ଚପଲ ପିନ୍ଧି ବୁଲିଲେ ନୟନତାରା, ମିଳିଲା ଲିଗାଲ ନୋଟିସ୍‌

By

Published : Jun 11, 2022, 1:42 PM IST

ବିବାହ ପରେ ପରେ ବିବାଦରେ ଛନ୍ଦି ହେଲେ ଅଭିନେତ୍ରୀ ନୟନତାରା । ତାଙ୍କ ପାଖକୁ ଆସିଛି ଆଇନଗତ ନୋଟିସ। ମନ୍ଦିର ପ୍ରଶାସନ ତାଙ୍କ ବିରୋଧରେ ଆଇନଗତ ନୋଟିସ ଜାରି କରିଛନ୍ତି । ଅଧିକ ପଢନ୍ତୁ

ବିବାହ ପରେ ବିବାଦରେ ଛନ୍ଦି ହେଲେ ନୟନତାରା
ବିବାହ ପରେ ବିବାଦରେ ଛନ୍ଦି ହେଲେ ନୟନତାରା

ଅମରାବତୀ:ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତାମିଲ୍‌ ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଘ୍ନେଶ ଶିବନ । ଚେନ୍ନାଇରେ ବଡ ଧୁମ୍‌ଧାମରେ ବିବାହ କରିବା ପରେ ଦୁହେଁ ତିରୁପତି ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ, କିନ୍ତୁ ମନ୍ଦିର ପ୍ରଶାସନ ସେମାନଙ୍କ ବିରୋଧରେ ଆଇନଗତ ନୋଟିସ ଜାରି କରିଛନ୍ତି ।

ବିବାହ ପରେ ନୟନତାରାଙ୍କୁ ନୋଟିସ୍‌
ବିବାହ ପରେ ବିବାଦରେ ଛନ୍ଦି ହେଲେ ନୟନତାରା

ବିବାହ ପର ଦିନ ଅର୍ଥାତ ଗତ 10 ତାରିଖ ଦିନ ନୟନତାରା ଏବଂ ନିର୍ଦ୍ଦେଶକ ବିଘ୍ନେଶ ଭଗବାନଙ୍କ ଆଶୀର୍ବାଦ ନେବା ପାଇଁ ଆନ୍ଧ୍ର ପ୍ରଦେଶର ତିରୁପତି ପ୍ରଭୁ ଭେଙ୍କଟେଶ୍ୱର ମନ୍ଦିରରେ ପହଞ୍ଚିଥିଲେ । ତିରୁପତି ମନ୍ଦିର ପରିସରରେ ନୟନତାରା ଚପଲ ପିନ୍ଧି ବୁଲିଥିଲେ । ଏହାକୁ ନେଇ ଏବେ ବିବାଦ ଉପୁଜିଛି । ତିରୁମାଲା ତିରୁପତି ଦେଶସ୍ଥାନମ୍‌ ବୋର୍ଡର ମୁଖ୍ୟ ଭିଜିଲାନ୍ସ ସିକ୍ୟୁରିଟି ଅଫିସର ନରସିମ୍ହା କିଶୋରଙ୍କ କହିବାନୁସାରେ, ନୟନତାରା ଏକ ପବିତ୍ର ସ୍ଥାନରେ ଚପଲ ପିନ୍ଧି ଚାଲୁଥିବାର ଦେଖିବାକୁ ମିଳିଥିଲା । ଏହା ସେହି ପବିତ୍ର ସ୍ଥାନ, ଯାହାକୁ ସ୍ଥାନୀୟ ଲୋକ ବହୁତ ମହତ୍ତ୍ବ ଦେଇଥାନ୍ତି ।

କେବଳ ଏତିକି ନୁହେଁ ସିକ୍ୟୁରିଟି ଅଫିସର ଏହା ମଧ୍ୟ କହିଛନ୍ତି ଯେ, ନୟନତାରା ଏବଂ ବିଘ୍ନେଶ ସେମାନଙ୍କ ସହ ଫଟୋଗ୍ରାଫରଙ୍କୁ ମଧ୍ୟ ମନ୍ଦିର ଭିତରକୁ ଆଣିଥିଲେ ଯାହା ବେଆଇନ ଅଟେ । ତିରୁମାଲା ତିରୁପତି ଦେଶସ୍ତାନମ୍ ବ୍ୟକ୍ତିଗତ କ୍ୟାମେରାକୁ ଅନୁମତି ଦିଏ ନାହିଁ । ନରସିଂହ କିଶୋର ଆହୁରି କହିଛନ୍ତି, 'ନୟନତାରା ଚପଲ ପିନ୍ଧି ବୁଲୁଥିବା ଦେଖାଯାଇଥିଲା। ଆମର ସୁରକ୍ଷା ଦଳ ତୁରନ୍ତ ପ୍ରତିକ୍ରିୟା ଦେଇଛନ୍ତି । ଆମେ ସିସିଟିଭିରେ ମଧ୍ୟ ଦେଖିଛୁ ଯେ ସେମାନେ ସେଠାରେ ଏକ ଫଟୋସୁଟ୍ କରିଥିଲେ । ନୟନତାରାଙ୍କ ଜୋତା ପିନ୍ଧି ମନ୍ଦିର ପରିସରରେ ବୁଲିବା ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ବିରୋଧରେ ଆକ୍ସନ ନିଆଯାଇଛି ।

ଆମେ ତାଙ୍କ ସହ ମଧ୍ୟ କଥା ହୋଇଛୁ ଏବଂ ସେ ଭଗବାନ ବାଲାଜୀ, ଟିଟିଡି ଏବଂ ତୀର୍ଥଯାତ୍ରୀଙ୍କୁ କ୍ଷମା ମାଗୁଥିବା ଏକ ଭିଡିଓ ଜାରି କରିବାକୁ ଚାହୁଁଛନ୍ତି । ତଥାପି, ଆମେ ନୋଟିସ ଜାରି କରିଛୁ।' ତେବେ ଏହି ଭୁଲ ପାଇଁ ବିଘ୍ନେଶ ତିରୁପତି ଦେବସ୍ଥାନମ୍‌କୁ ଏକ ଚିଠି ଲେଖିଛନ୍ତି । ବିଘ୍ନେଶ ସ୍ପଷ୍ଟ ଭାବରେ କହିଥିଲେ ଯେ, ଅଜାଣତରେ ଏକ ଭୁଲ୍ ହୋଇଛି ଏବଂ ସେ କ୍ଷମା ମାଗିବା ପାଇଁ ଏକ ଭିଡିଓ ଜାରି କରିବେ ।

ତିରୁପତି ମନ୍ଦିର ପରିଦର୍ଶନ ସମୟରେ ନୟନତାରା ଏବଂ ବିଘ୍ନେଶ ଶିବନଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ଅଭିନେତ୍ରୀ ହଳଦିଆ ଏବଂ ସବୁଜ ରଙ୍ଗର ଶାଢୀ ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେ ମଙ୍ଗଳସୁତ୍ର ଏବଂ ସୁନା ଅଳଙ୍କାର ସହିତ ନିଜର ଲୁକକୁ ପୂରା କରିଥିଲେ । ଏଥିସହିତ ବିଘ୍ନେଶ ଧୋତି-କୁର୍ତ୍ତା ପିନ୍ଧିଥିବାର ନଜର ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details