ଓଡିଶା

odisha

ETV Bharat / entertainment

Neeraj Chopra wins Gold: ସୁନାପୁଅ ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛାର ସୁଅ - ନୀରଜ ଚୋପ୍ରା କରୀନା କପୁର

ମନୋରଞ୍ଜନ ଜଗତରୁ ଅନୁପମ ଖେର, କରୀନା କପୁର, ସାହିଦ କପୁର ଏବଂ ଫରହାନ ଅଖତର ଗୋଲଡେନ୍ ବୟ ନୀରଜ ଚୋପ୍ରାଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Aug 28, 2023, 12:20 PM IST

ହାଇଦ୍ରାବାଦ: ପୁଣି ଇତିହାସ ରଚିଲେ ଗୋଲ୍ଡେନ୍‌ ବଏ ନୀରଜ ଚୋପ୍ରା । ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ ପଦକ । ବିଶ୍ୱସ୍ତରୀୟ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ । ନୀରଜ ଚୋପ୍ରା ବିଶ୍ବ ଆଥଲେଟିକ ଚମ୍ପିଆନସିପ୍‌ ଜାଭେଲିନ୍‌ ଥ୍ରୋ' ଫାଇନାଲ୍‌ରେ ସେ 88.17 ମିଟର ଜାଭେଲିନ୍‌ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଦୀର୍ଘ 40ବର୍ଷ ପରେ ଭାରତକୁ ଆଥଲେଟ୍‌ରେ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି । ନୀରଜଙ୍କ ସଫଳତା ପରେ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରାଙ୍କ ଏହି ଐତିହାସିକ ବିଜୟ ସହିତ ସମଗ୍ର ଦେଶ ପୁଣି ଥରେ ଆନନ୍ଦିତ ହୋଇଉଠିଛି । ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ରାଜନୈତିକ ନେତା, ବ୍ୟବସାୟ, କ୍ରୀଡା ଏବଂ ମନୋରଞ୍ଜନ ବ୍ୟକ୍ତିତ୍ୱ ନୀରଜଙ୍କୁ ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏଥି ସହ ଅନୁପମ ଖେର ଏବଂ ଫରହାନ ଅଖତର ତାର ବିଜୟ ପାଇଁ ଷ୍ଟାର ଖେଳାଳିଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି।

ଅନୁପମ ଖେର ସ୍ୱର୍ଣ୍ଣ ପଦକ ଜିତିଥିବାରୁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏକ ଭିଡିଓ ସେୟାର କରିଛନ୍ତି । ଅନୁପମ ଖେର ଏହି ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରି ପୋଷ୍ଟରେ ଲେଖିଛନ୍ତି, "ନୀରଜ ଚୋପ୍ରା କି ଜୟ …… ଭାରତ ମାତା କି ଔର୍‌ ଭୀ ଜୟ !!!"

କଙ୍ଗନା ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, "ଅଭିନନ୍ଦନ ଭାରତ। ନିଃସନ୍ଦେହରେ ସବୁ ସମୟର ସର୍ବଶ୍ରେଷ୍ଠ ନୀରଜ ଚୋପ୍ରା ।"

ସେହିପରି କରୀନା କପୁର ଲେଖିଛନ୍ତି, "ତୁମ ପାଇଁ ଗର୍ବିତ ନୀରଜ ଚୋପ୍ରା, ୱାର୍ଲ୍ଡ ଚମ୍ପିଆନ୍"

ସାହିଦ କପୁର ଲେଖିଛନ୍ତି, "ଆମର ବିଶ୍ୱ ଚାମ୍ପିଆନଙ୍କୁ ଶୁଭେଚ୍ଛା ନୀରଜ ଚୋପ୍ରା, ଆମ ଗର୍ବ ।"

ଏହା ମଧ୍ୟ ପଢନ୍ତୁ: World Athlethics Championships: ପ୍ରଥମ ଭାରତୀୟ ଭାବେ ଐତିହାସିକ ସ୍ବର୍ଣ୍ଣ ଜିତିଲେ ନୀରଜ, ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଏଥି ସହିତ ଖେଳ ଆରମ୍ଭ ପୂର୍ବରୁ ଫରହାନ ଅଖତର ନୀରଜଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଠାରେ ସମଗ୍ର ଦେଶ ସୋସିଆଲ ମିଡିଆରେ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଦକ୍ଷିଣ ତାରକା ନାଗବାବୁ କୋନିଡେଲା ମଧ୍ୟ ନୀରଜ ଚୋପ୍ରାଙ୍କୁ ତାଙ୍କ ଏକ୍ସ ଆକାଉଣ୍ଟରେ (ପୂର୍ବରୁ ଟ୍ୱିଟର) ଅଭିନନ୍ଦନ ଜଣାଇଛନ୍ତି । ବଲିଉଡର ବିଶିଷ୍ଟ ଅଭିନେତା କେକେ ମେନନ୍ ମଧ୍ୟ ସୋସିଆଲ ମିଡିଆରେ ନୀରଜ ଚୋପ୍ରାଙ୍କୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

25ବର୍ଷୀୟ ନୀରଜଙ୍କର ଏହି ସଫଳତାରେ ଆଜି ସାରା ଦେଶ ଗର୍ବ ଅନୁଭବ କରୁଛି । ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଶ୍ବ ଆଥଲେଟିକ୍‌ ଚମ୍ପଆନସିପ୍‌ରେ ଭାରତର ଏହା ତୃତୀୟ ପଦକ । ପୂର୍ବରୁ 2022 ସଂସ୍କରଣରେ ନୀରଜ ରୌପ୍ୟ ଓ ମହିଳା ଲଙ୍ଗ ଜମ୍ପର ଅଞ୍ଜୁ ବବି ଜର୍ଜ 2003ରେ ପ୍ୟାରିସ ସଂସ୍କରଣରେ କାଂସ୍ୟ ପଦକ ଜିତିଥିଲେ । ଏଥି ସହ ନୀରଜ ଚୋପ୍ରା ମଧ୍ୟ ତାଙ୍କ ଐତିହାସିକ ବିଜୟ ପାଇଁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ନୀରଜ ମଧ୍ୟ ତାଙ୍କ ବିଜୟ ମୂହୁର୍ତ୍ତର ଫଟୋ ସେୟାର କରିଛନ୍ତି ।

ABOUT THE AUTHOR

...view details