ଓଡିଶା

odisha

ETV Bharat / entertainment

An Action Hero ର ଧମାକାଦାର ଟ୍ରେଲର ରିଲିଜ, ନୂଆ ଅବତାରରେ ଆସିଲେ ଆୟୁଷ୍ମାନ

ଆନ୍‌ ଆକ୍ସନ୍ ହିରୋର ଧମାକାଦାର ଟ୍ରେଲର ରିଲିଜ । ଆୟୁଷ୍ମାନ ଖୁରାନା (Ayushmann Khurrana) ଏବଂ ଜୟଦୀପ ଅହଲାୱତ (Jaideep Ahlawat)ଙ୍କ ଫିଲ୍ମ An Action Hero ର ଟ୍ରେଲର ମୁକ୍ତିଲାଭ କରିଛି । ଅଧିକ ପଢନ୍ତୁ

By

Published : Nov 11, 2022, 4:21 PM IST

An Action Hero ର ଧମାକାଦାର ଟ୍ରେଲର ରିଲିଜ, ନୂଆ ଅବତାରରେ ଆସିଲେ ଆୟୁଷ୍ମାନ
An Action Hero ର ଧମାକାଦାର ଟ୍ରେଲର ରିଲିଜ, ନୂଆ ଅବତାରରେ ଆସିଲେ ଆୟୁଷ୍ମାନ

ମୁମ୍ବାଇ: An Action Hero ର ଧମାକାଦାର ଟ୍ରେଲର ରିଲିଜ । ଆୟୁଷ୍ମାନ ଖୁରାନା (Ayushmann Khurrana) ଏବଂ ଜୟଦୀପ ଅହଲାୱତ (Jaideep Ahlawat)ଙ୍କ ଫିଲ୍ମ 'ଆନ୍‌ ଆକ୍ସନ୍ ହିରୋ' (An Action Hero)ର ଟ୍ରେଲର ମୁକ୍ତିଲାଭ କରିଛି । ଏହି ଫିଲ୍ମରେ ଆୟୁଷ୍ମାନଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିବ । ଟ୍ରେଲରଟି ବହୁତ ପ୍ରମିସିଙ୍ଗ୍‌ ଲାଗୁଥିବାବେଳେ ଆୟୁଷ୍ମାନଙ୍କ ପ୍ରତ୍ୟେକ ଚଳଚ୍ଚିତ୍ର ପରି ଏହି ଚଳଚ୍ଚିତ୍ରର କାହାଣୀ ମଧ୍ୟ ଭିନ୍ନ ଦେଖାଯାଉଛି । ଏହା ସହିତ ଜୟଦୀପଙ୍କ ଲୁକ୍ ଏବଂ ଅଭିନୟ ମଧ୍ୟ ଟ୍ରେଲରରେ ଆକର୍ଷିତ କରୁଛି ।

'ଆନ୍‌ ଆକ୍ସନ୍ ହିରୋ'ର ଟ୍ରେଲର ଅନୁଯାୟୀ, ଫିଲ୍ମର କାହାଣୀ ଜଣେ ଅଭିନେତାଙ୍କୁ ନେଇ, ଯିଏ ଏକ ହତ୍ୟା ମାମଲାରେ ଫସିଯାଏ । ଆୟୁଷ୍ମାନ ଏବଂ ଜୟଦୀପଙ୍କ ଅଭିନୟ ହେଉଛି ଟ୍ରେଲରର ସେଣ୍ଟର । ଏଥିସହିତ ଟ୍ରେଲରରେ ମଲାଇକା ଆରୋରାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି । ଖବର ମୁତାବକ, ମଲାଇକା ଏକ ଡ୍ୟାନ୍ସ ନମ୍ବର କରିଛନ୍ତି । ଅନିରୁଦ୍ଧ ଆୟର୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଚଳଚ୍ଚିତ୍ରଟି ଜଣେ ଅଭିନେତାଙ୍କ କ୍ୟାମେରାର ପଛ ଏବଂ ସାମ୍ନାର କାହାଣୀ କହିଥାଏ । ଏହି ଚଳଚ୍ଚିତ୍ରଟି ଆନନ୍ଦ ଏଲ ରାୟଙ୍କ ଦ୍ୱାରା ନିର୍ମିତ । ଏହା ଆୟୁଷ୍ମାନ ଖୁରାନାଙ୍କର ପ୍ରଥମ ଆକ୍ସନ୍ ଫିଲ୍ମ ।

ଆୟୁଷ୍ମାନଙ୍କ ସହ ନଜର ଆସିବେ ଅକ୍ଷୟ କୁମାର

ଆୟୁଷ୍ମାନ ଫିଲ୍ମର ପୋଷ୍ଟର ରିଲିଜ କରିଛନ୍ତି । ଏହି ପୋଷ୍ଟର ସହିତ ଆୟୁଷ୍ମାନ କ୍ୟାପସନ୍ ଦେଇଛନ୍ତି, 'ଫଟା ପୋଷ୍ଟର ଔର ନିକଲା ଆକ୍ସନ୍ ହିରୋ' । ଲଢିବାର ଅଭିନୟ ତ କରିନେଲି, କଣ ପ୍ରକୃତରେ ଲଢି ପାରିବି ? ଏହି ଫିଲ୍ମ ଡିସେମ୍ବର ୨ ରେ ମୁକ୍ତିଲାଭ କରିବ । ସୁତ୍ରରୁ ପ୍ରକାଶ ଯେ, ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କୁ ମଧ୍ୟ ଏକ ବିଶେଷ ଭୂମିକାରେ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଅକ୍ଷୟ ଏବଂ ଆୟୁଷ୍ମାନ ଏକାଠି ନଜର ଆସିବେ । ଗୁରୁବାର ଏହି ଚଳଚ୍ଚିତ୍ରର ଟ୍ରେଲର ଲଞ୍ଚ ପୂର୍ବରୁ ଆୟୁଷ୍ମାନ ଏବଂ ଜୟଦୀପ ଏକ ପ୍ରି-ପାର୍ଟିର ଆୟୋଜନ କରିଥିଲେ ।

ABOUT THE AUTHOR

...view details