ହାଇଦ୍ରାବାଦ: ଜାନୁଆରୀ ୨୨ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଯାହାକୁ ନେଇ ବିଶ୍ବବାସୀ ଉତ୍ସାହିତ ରହିଛନ୍ତି । ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ବଲିଉଡ ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ଅଯୋଧ୍ୟାରେ ଏକ ଜାଗା କିଣିଛନ୍ତି । ଏହି ଜାଗା ସେ ମୁମ୍ବାଇର ଏକ ଡେଭଲପର ଦ ହାଉସ ଅଫ ଅଭିନନ୍ଦନ ଲୋଢାଙ୍କ ଜରିଆରେ କିଣିଛନ୍ତି । ଏହା ୭ ଷ୍ଟାର ମିକ୍ସ ୟୁଜ ଏକ୍ଲେବ-ଦ ସରାୟାରେ ଅଛି । ଏହି ଫ୍ଲଟର ଦାମ ପ୍ରାୟ ୧୪.୫ କୋଟି ଟଙ୍କା ଅଟେ ବୋଲି ଜଣାପଡିଛି ।
ମିଡିଆ ରିପୋର୍ଟ ଅନୁସାରେ, ଜମି କିଣିବା ବେଳେ ଅମିତାଭ ବଚ୍ଚନ କହିଛନ୍ତି, ‘‘ମୁଁ ଅଯୋଧ୍ୟାର ସରାୟାରେ ଜାଗା କିଣି ବେଶ ଉତ୍ସାହିତ । ଏହା ଏକ ଏଭଳି ସହର ଯାହା ମୋ ମନରେ ବିଶେଷ ସ୍ଥାନ ନେଇଛି । ଅଯୋଧ୍ୟାର ସାଶ୍ବତ ଆଧ୍ୟାତ୍ମିକତା ଏବଂ ସାଂସ୍କୃତିକ ସମୃଦ୍ଧି ଏକ ଭାବନାତ୍ମକ ସମ୍ବନ୍ଧ ତିଆରି କରିଛି । ଯାହା ଭୌଗୋଳିକ ସୀମା ଠାରୁ ଅଧିକ । ଅଯୋଧ୍ୟାରେ ମୋର ଏହି ଯାତ୍ରା ଆରମ୍ଭ । ଯେଉଁଠାରେ ପରମ୍ପରାଏବଂ ଆଧୁନିକତା ମୂଳ ରୂପରେ ଅସ୍ତିତ୍ବର ସହ ରହିଛି । ମୁଁ ବୈଷିକ ଆଧ୍ୟାତ୍ମିକ ରାଜଧାନୀରେ ନିଜର ଘର ତିଆରି କରିବାକୁ ବେଶ ଉତ୍ସାହିତ ରହିଛି ।