ହାଇଦ୍ରାବାଦ: ହାଇଦ୍ରାବାଦର ସନବର୍ଣ୍ଣ ଫେଷ୍ଟିଭାଲରେ ଡିଜେ ମାର୍ଟିନ ଗାରିକ୍ସଙ୍କ ସହ ନଜର ଆସିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଉଭୟଙ୍କୁ ସୁପରହିଟ୍ ଫିଲ୍ମ ପୁଷ୍ପାର ହିଟ୍ ଗୀତ `ଉ ଆଣ୍ଟାଭା' ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଦର୍ଶକ ବେଶ ଉତ୍ସାହିତ ହୋଇଥିଲେ । ଏହି ଇଭେଣ୍ଟ୍ର 2ଟି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅଲ୍ଲୁ।
ଅଲ୍ଲୁ ଏକ କଳା ଟି ସାର୍ଟ ଏବଂ କଳା କାର୍ଗୋ ପ୍ୟାଣ୍ଟ ସହ କାଜୁଆଲ୍ ଲୁକ୍ରେ ନଜର ଆସିଥିବା ବେଳେ ଆଇକନ୍ ଲେଖାଯାଇଥିବା ଏକ କ୍ୟାପ୍ ମଧ୍ୟ ପିନ୍ଧିଥିଲେ । ଅଲ୍ଲୁ ଇଭେଣ୍ଟର 2ଟି ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ପ୍ରଥମଟିରେ ଡିଜେ ମାର୍ଟିନଙ୍କ ସହ ଅଭିନେତା ଅଲ୍ଲୁ ନଜର ଆସିଥିବା ବେଳେ ଦ୍ବିତୀୟଟି ଦର୍ଶକଙ୍କ ସହ ଫଟୋ ରହିଛି । ଫଟୋଗୁଡିକ ସେୟାର କରି ଅଲ୍ଲୁ କ୍ୟାପସନରେ ଲେଖିଛନ୍ତି, "କି ମଜା ରାତି । Oo anta va @martingarrix। Hydrabad Thaggedele।"
ଅଲ୍ଲୁ ଅର୍ଜୁନ ଇନଷ୍ଟାଗ୍ରାମ ଷ୍ଟୋରୀରେ ସନବର୍ଣ୍ଣ ଫେଷ୍ଟିଭାଲର 3ଟି ପୋଷ୍ଟ ସେୟାର କରିଥିଲେ । ପ୍ରଥମଟି ଥିଲା ମଞ୍ଚରୁ ଏକ ଛୋଟ ଭିଡିଓ, ଯାହା ରଙ୍ଗୀନ ଆଲୋକରେ ସଜ୍ଜିତ ପାର୍ଟିର ରହିଥିଲା । ଦ୍ବିତୀୟ ପୋଷ୍ଟଟି ଡିଜେ ମାର୍ଟିନ ଗାରିକ୍ସଙ୍କ ସହିତ ଥିଲା, ଯେଉଁଥିରେ ସେ ଲେଖିଥିଲେ, ଏହା ଏକ ବ୍ଲାଷ୍ଟ । ତୃତୀୟଟି ପୁଣି ସେହି ସମାନ ଛବି ଥିଲା ଯାହା ସେ ବିଶ୍ବସ୍ତରୀୟ ସ୍ବୀକୃତିପ୍ରାପ୍ତ ଡିଜେ ସହିତ ଦର୍ଶକଙ୍କ ସମ୍ମୁଖରେ ଏକ ପୋଷ୍ଟରେ ସେୟାର କରିଥିଲେ । ଫଟୋ ଦେଖି ଅନେକ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି ।