ହାଇଦ୍ରାବାଦ: ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି ଆଲିଆ ଭଟ୍ଟ । ଏହି ଗୁଡ ନ୍ୟୁଜ୍ ସେ ନିଜେ ସେୟାର କରିଛନ୍ତି । ଏହି ଖବର ଏବେ ଫ୍ୟାନ୍ମାନଙ୍କୁ ଯେତିକି ସରପ୍ରାଇଜ କରିଛି ସେତିକି ଚକିତ ମଧ୍ୟ କରିଦେଇଛି । ଏହି ଦମ୍ପତି ସୋମବାର (ଜୁନ୍ 27) ସୋସିଆଲ ମିଡିଆରେ କହିଛନ୍ତି, 'ଆମ ବେବି ଆସୁଛି' । ଆଲିଆଙ୍କ ଠାରୁ ଖୁସି ଖବର ପାଇବା ପରଠୁ ପ୍ରଶଂସକ ଏବଂ ବଲିଉଡ ସେଲିବ୍ରିଟିମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏହି କ୍ରମରେ କରଣ ଜୋହର ଠାରୁ ଆରମ୍ଭ କରି ପ୍ରିୟଙ୍କା ଚୋପ୍ରା ପର୍ଯ୍ୟନ୍ତ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏହା ବି ପଢନ୍ତୁ: ବିବାହର ଅଢେଇ ମାସ ପରେ ଖୁସି ଖବର ଦେଲେ ଆଲିଆ, ପ୍ରତିକ୍ରିୟା ରଖିଲେ ଶାଶୁ
ଏହି ଖବର ଶୁଣିବା ପରେ ଆଲିଆ ଭଟ୍ଟଙ୍କ ପିତା-ମାତାଙ୍କ (ସୋନି ରଜଦାନ-ମହେଶ ଭଟ୍ଟ) ଖୁସି କହିଲେ ନସରେ । ଝିଅ ଆଲିଆ ଭଟ୍ଟଙ୍କ ଗର୍ଭବତୀ ଖବରକୁ ନେଇ ମହେଶ ଭଟ୍ଟ କହିଛନ୍ତି, 'ମୋର ବେବିକୁ ବର୍ତ୍ତମାନ ବେବି ମିଳିବାକୁ ଯାଉଛି, ମୁଁ ରଣବୀର ଏବଂ ଆଲିଆଙ୍କ ପାଇଁ ବହୁତ ଖୁସି, ବର୍ତ୍ତମାନ ଆମ ପରିବାର ବଢୁଛି ଏବଂ ବର୍ତ୍ତମାନ ମୋତେ ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ଲେ କରିବା ପାଇଁ ପ୍ରସ୍ତୁତ ହେବାକୁ ପଡିବ ଏବଂ ତାହା ହେଉଛି ନାନା(ଅଜା)ଙ୍କ ଭୂମିକା, ଏହା ପ୍ରକୃତରେ ଏକ ଗ୍ରାଣ୍ଡ୍ ଡେବ୍ୟୁ ହେବାକୁ ଯାଉଛି ।