ହାଇଦ୍ରାବାଦ: ଅକ୍ଷୟ କୁମାର ତାଙ୍କ ଚଳଚ୍ଚିତ୍ର OMG 2 ଫିଲ୍ମର ଟିଜର ରିଲିଜ ହେବା ପରଠାରୁ ଏହା ଶିରୋନାମାରେ ରହିଆସିଛି । ଫିଲ୍ମର ରିଲିଜ୍ ବିଷୟରେ ଅନେକ କଳ୍ପନାଜଳ୍ପନା ହୋଇଥିଲା, କିନ୍ତୁ ଶେଷରେ ଫିଲ୍ମକୁ ସେନ୍ସର ବୋର୍ଡ ସାର୍ଟିଫିକେଟ୍ ପ୍ରଦାନ କରିଛି । ଫିଲ୍ମକୁ ସେନ୍ସର ବୋର୍ଡ 'A' ସାର୍ଟିଫିକେଟ୍ ଦେଇଛି । ଏହା ସହିତ ଫିଲ୍ମରେ କିଛି ପରିବର୍ତ୍ତନ କରାଯିବ । ଏହା ଅଗଷ୍ଟ 11ରେ ରିଲିଜ ହେବ ।
ରିପୋର୍ଟ ଅନୁସାରେ, 12 ବର୍ଷରେ ଅକ୍ଷୟ କୁମାରଙ୍କ କୌଣସି ଫିଲ୍ମ 'A' ସାର୍ଟିଫିକେଟ୍ ପାଇନାହିଁ । ଶେଷ ଥର ପାଇଁ ତାଙ୍କ ଚଳଚ୍ଚିତ୍ର ଦେଶୀ ବଏଜ୍ 'A' ସାର୍ଟିଫିକେଟ୍ ପାଇଥିଲା । ଯାହା 2011ରେ ପ୍ରେକ୍ଷାଳୟରେ ରିଲିଜ କରିଥିଲା । ଦେଶୀ ବଏଜରେ ଅକ୍ଷୟଙ୍କ ସହ ଦୀପିକା ପାଦୁକୋନ, ଜନ୍ ଆବ୍ରାହମ ଏବଂ ଚିତ୍ରଗଣ୍ଡା ସିଂ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।
ସୂଚନା ଅନୁସାରେ, ଫିଲ୍ମର ଟିଜର ରିଲିଜ ପରେ କିଛି ସିନକୁ ନେଇ ବିରୋଧର ସ୍ବର ଉଠିଥିଲା । ଯାହାକୁ ନେଇ ଗତ ମାସରେ କେନ୍ଦ୍ରୀୟ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ ସମୀକ୍ଷା ପାଇଁ ପଠାଇଥିଲା । ଏଭଳି ନିଷ୍ପତ୍ତି ନିଆଯାଇଥିଲା କାରଣ ଯେପରି ଆଦିପୁରୁଷକୁ ନେଇ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା, ସେହି ସମାନ ଘଟଣା ପୁଣି ନ ଘଟୁ । ବାସ୍ତବରେ ଅକ୍ଷୟ ଏହି ଚଳଚ୍ଚିତ୍ରରେ ଭଗବାନ ଶିବଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । OMG 2 ବର୍ତ୍ତମାନ 'A' ସାର୍ଟିଫିକେଟ୍ ପାଇଛି । ଫିଲ୍ମରେ 20ରୁ ଅଧିକ ସିନ ଉପରେ ପରିବର୍ତ୍ତନ କରାଯାଇଛି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଭଗବାନ ଶିବ ଭୂମିକାରେ ନଜର ଆସିବେ । ବର୍ତ୍ତମାନ ଫିଲ୍ମରେ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଅକ୍ଷୟଙ୍କୁ ଶିବଙ୍କ ଦୂତ କିମ୍ବା ଶିବଙ୍କ ଭକ୍ତ ଭାବରେ ଦର୍ଶାଯିବ ।