ଓଡିଶା

odisha

ETV Bharat / entertainment

Cannes 2022: ଅନୁରାଗ ଠାକୁରଙ୍କ ରେଡ କାର୍ପେଟରେ ଚାଲିବେ ଅକ୍ଷୟ କୁମାର, AR Rahman - କାନ୍ସ ଫେଷ୍ଟିଭାଲରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର

75ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ଭାରତ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଉତ୍ସବ ଚଳିତ ବର୍ଷ ମେ 17 ରୁ 28 ମେ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ଦିବସରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଅନେକ ବଲିଉଡ ସେଲିବ୍ରିଟି ରେଡ କାର୍ପେଟ ଚାଲିବେ । ଅଧିକ ପଢନ୍ତୁ

ମନ୍ତ୍ରୀ ଅନୁରାଗ ଠାକୁରଙ୍କ ରେଡ କାର୍ପେଟରେ ଚାଲିବେ ଅକ୍ଷୟ କୁମାର, ଏଆର୍ ରେହମାନ
ମନ୍ତ୍ରୀ ଅନୁରାଗ ଠାକୁରଙ୍କ ରେଡ କାର୍ପେଟରେ ଚାଲିବେ ଅକ୍ଷୟ କୁମାର, ଏଆର୍ ରେହମାନ

By

Published : May 11, 2022, 5:48 PM IST

ନୂଆଦିଲ୍ଲୀ:75ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ଭାରତ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଉତ୍ସବ ଚଳିତ ବର୍ଷ ମେ 17 ରୁ 28 ମେ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଦେଶବ୍ୟାପୀ ବିଭିନ୍ନ ସ୍ଥାନରୁ ଚଳଚ୍ଚିତ୍ର ତାରକାମାନଙ୍କୁ ନେଇ ଯାଉଥିବା ପ୍ରତିନିଧିଦଳକୁ ଆସନ୍ତା ୧୭ ତାରିଖ ଦିନ ମହୋତ୍ସବରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। କେବଳ ଏତିକି ନୁହେଁ, ଏହି ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ଦିବସରେ ଅନେକ ବଲିଉଡ ସେଲିବ୍ରିଟି ଭାରତର ଏକ ପ୍ରତିନିଧୀ ଦଳ ଭାବରେ ରେଡ କାର୍ପେଟ ଚାଲିବାକୁ ପ୍ରସ୍ତୁତ ଅଛନ୍ତି। କାନ୍ସରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଭାରତର ପ୍ରତିନିଧିତ୍ୱ କରିବେ ।

ରେଡ୍ କାର୍ପେଟରେ ନଜର ଆସିବେ ଏହି ସେଲିବ୍ରିଟି

ଦେଶର ସଙ୍ଗୀତ ଶିଳ୍ପ ସହ ଜଡ଼ିତ ଅନେକ କଳାକାର ଏହି ପ୍ରତିନିଧି ଦଳରେ ରହିବେ। ସେମାନେ ହେଉଛନ୍ତି-

ଅକ୍ଷୟ କୁମାର(ଅଭିନେତା ଓ ପ୍ରଯୋଜକ, ବଲିଉଡ)

ଏ. ଆର୍ ରେହମାନ (ଆନ୍ତର୍ଜାତିକ ସଙ୍ଗୀତ ନିର୍ଦ୍ଦେଶକ)

ମାମେ ଖାଁ (ଲୋକ ସଙ୍ଗୀତ ପ୍ରଯୋଜକ ଓ ଗାୟକ)

ନୱାଜ ଉଦ୍ଦିନ ସିଦ୍ଦିକ (ଅଭିନେତା, ବଲିଉଡ)

ନୟନ ତାରା (ଅଭିନେତ୍ରୀ, ମାଲୟାଲମ, ତାମିଲ)

ପୂଜା ହେଗଡେ (ଅଭିନେତ୍ରୀ, ହିନ୍ଦୀ, ତେଲୁଗୁ),

ପ୍ରସୂନ ଯୋଶୀ (ଅଧ୍ୟକ୍ଷ ସିବିଏଫ୍‌ସି)

ଆର୍ ମାଧବନ (ଅଭିନେତା ଓ ପ୍ରଯୋଜକ)

ରିକି କେଜ (ସଙ୍ଗୀତ ପ୍ରଯୋଜକ)

ଶେଖର କପୁର (ଚଳଚ୍ଚିତ୍ର ନିର୍ମାତା)

ତମନ୍ନା ଭାଟିଆ (ଅଭିନେତ୍ରୀ ହିନ୍ଦୀ, ତେଲୁଗୁ ଓ ତାମିଲ ଚଳଚ୍ଚିତ୍ର)

ବାଣୀ ତ୍ରିପାଠୀ (ଅଭିନେତ୍ରୀ)

ଚଳଚ୍ଚିତ୍ର ଜରିଆରେ ଭାରତରେ ବିବିଧତା, ସଂସ୍କୃତି, ଐତିହ୍ୟ, ଗାଥା ଓ ବିକାଶ ବାର୍ତ୍ତାକୁ ଲୋକଲୋଚନକୁ ଆଣିବା ଚଳିତବର୍ଷର ଯୋଜନା ରହିଛି। ବିଭିନ୍ନ ବିଷୟର ପ୍ରତିନିଧିତ୍ୱ କରୁଥିବା ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ଦେଶର କୋଣ-ଅନୁକୋଣରୁ ପ୍ରତିନିଧିମାନଙ୍କୁ ଚୟନ କରାଯାଇଛି। ସେହିପରି ଚଳିତବର୍ଷ କାନ୍ସ ପାଇଁ କେତେକ ଅଭିନବ ଓ ନୂତନ ବିଷୟବସ୍ତୁ ମଧ୍ୟ ବଛାଯାଇଛି।

ଉଲ୍ଲେଖଯୋଗ୍ୟ, କାନ୍ସ ଚଳଚ୍ଚିତ୍ର ମହୋତ୍ସବର ଚଳିତ ସଂସ୍କରଣରେ ଭାରତ ଆନୁଷ୍ଠାନିକ ସମ୍ମାନ ମାର୍ଚ ଡ୍ୟୁ ଫିଲ୍ମ ପାଇବ। ଏଭଳି ସମ୍ମାନ ପ୍ରଥମଥର ନିମନ୍ତେ କୌଣସି ଦେଶକୁ ପ୍ରଦାନ କରାଯାଉଥିବା ବେଳେ, ଏହା ଭାରତ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ପ୍ରଦାନ କରାଯାଉଛି। ଚଳିତବର୍ଷ ଭାରତ ଓ ଫ୍ରାନ୍ସ ମଧ୍ୟ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛନ୍ତି।

ଜୁରି ସଦସ୍ୟଙ୍କ ମଧ୍ୟରେ ସାମିଲ ଅଛନ୍ତି ଦୀପିକା ପାଦୁକୋନ

୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଚଳିତ ଥର ଭାରତୀୟ ଦର୍ଶକମାନଙ୍କ ନିମନ୍ତେ ଏକ ଚିତାକର୍ଷକ ଘଟଣା ହେବାକୁ ଯାଉଛି। ଗୋଟିଏ ପଟେ ଅଭିନେତାମାନେ ରେଡ କାର୍ପେଟରେ ନଜର ଆସିବେ, ଅନ୍ୟ ପଟେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନ ମୁଖ୍ୟ ଫିଚର ଫିଲ୍ମ ପ୍ରତିଯୋଗିତାରେ ଜଣେ ଜୁରି ଭାବେ ନଜର ଆସିବେ । ଦୀପିକାଙ୍କ ବ୍ୟତୀତ ଏହି ଜୁରି ସଦସ୍ୟଙ୍କ ମଧ୍ୟରେ ଚଳଚ୍ଚିତ୍ର ନିର୍ମାତା ରେବିକା ହଲ୍, ସ୍ୱିଡେନର ଅଭିନେତା ନୋମି ରାପ୍ସ, ଇଟାଲୀୟ ଅଭିନେତା ଜସ୍ମିନ୍ ତ୍ରିଙ୍କା, ଇରାନର ଚଳଚ୍ଚିତ୍ର ନିର୍ମାତା ଅସଗର ଫରହାଦି, ଫ୍ରେଞ୍ଚ ଚଳଚ୍ଚିତ୍ର ନିର୍ମାତା ଲାଜ ଲି, ଜେଫ ନିକୋଲ୍ସ ଏବଂ ନିର୍ଦ୍ଦେଶକ ବାକହିମ ଟ୍ରିୟର ସାମିଲ ଅଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details