ହାଇଦ୍ରାବାଦ: ଗୋଟାଏ ପରେ ଗୋଟାଏ ଫ୍ଲପ୍ ଫିଲ୍ମ ପରେ ମଧ୍ୟ ହାର ମାନିନାହନ୍ତି ଖିଲାଡି ଅକ୍ଷୟ କୁମାର । ନିଜ ଆଗାମୀ ଫିଲ୍ମର ତାରିଖ ଘୋଷଣା ସହ ଫିଲ୍ମର ଫାଷ୍ଟ୍ ଲୁକ୍ ସେୟାର କରିଛନ୍ତି ଅକ୍ଷୟ । ସୋସିଆଲ ମିଡିଆରେ ନିଜ ଆଗାମୀ ଫିଲ୍ମର ଫାଷ୍ଟ୍ ଲୁକ୍ ସେୟାର କରିଥିବା ଦେଖିବାକୁ ମିଳିଛି । ଯାହାକୁ ଫ୍ୟାନ୍ସ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି ।
ବଲିଉଡ ଅଭିନେତା ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ନିଜ ଆଗାମୀ ଫିଲ୍ମର ପ୍ରଥମ ପୋଷ୍ଟର ସହ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । ଫିଲ୍ମଟି ସେପ୍ଟେମ୍ବର 1, 2023ରେ ରିଲିଜ ହେବ । ଫିଲ୍ମର ପୋଷ୍ଟର ସେୟାର କରି ଅକ୍ଷୟ ଲେଖିଛନ୍ତି, ୱି ଆର୍ ରେଡି ଟୁ ଟେକ୍ ଅଫ୍ । ଏହି ପ୍ରଡକ୍ସନ ନଂ-27 ଅନଟାଇଟେଲ୍ଡ ଫିଲ୍ମଟି ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରେ ୱାର୍ଲ୍ଡ୍ ୱାଇଡ୍ ରିଲିଜ୍ ହେବ । ଏହି ପୋଷ୍ଟ ନେଇ ଫ୍ୟାନ୍ସଙ୍କ ବହୁ ପ୍ରତିକ୍ରିୟା ଦେଖିବାକୁ ମିଳିଛି।
ସାଉଥ ଅଭିନେତା ସୂରିୟାଙ୍କ ଅଭିନୀତ ଫିଲ୍ମ ସୁରାରାଇ ପୋଟ୍ରୁ ଫିଲ୍ମର ହିନ୍ଦୀ ରିମେକ୍ ହେଉଛି ଅକ୍ଷୟଙ୍କ ଆଗାମୀ ଫିଲ୍ମ (ପ୍ରଡକ୍ସନ ନଂ-27 ଅନଟାଇଟେଲ୍ଡ ଫିଲ୍ମ)। ସୁଧା କଙ୍ଗାରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରାଧିକା ମଦନ ଏବଂ ପରେଶ ରାୱଲ ମୂଖ୍ୟ ଭୁମିକାରେ ନଜର ଆସିବେ । ଅରିଜିନାଲ୍ ଭର୍ସନ ଫିଲ୍ମରେ ସୂରିୟା, ପରେଶ ରାୱଲ ଏବଂ ଅପର୍ଣ୍ଣା ବାଲାମୁରାଲୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହି ଫିଲ୍ମ ସରଳୀକରଣ ଡେକାନର ପ୍ରତିଷ୍ଠାତା କ୍ୟାପଟେନ ଜି.ଆର ଗୋପୀନାଥଙ୍କ ଜୀବନୀ ଉପରେ ଆଧାରିତ ।