ଓଡିଶା

odisha

By ETV Bharat Odisha Team

Published : Oct 2, 2023, 10:25 AM IST

ETV Bharat / entertainment

Paris Fashion Week 2023: ଅଲ୍‌ ବ୍ଲାକ ଲୁକ୍‌ରେ ଛାଇଗଲେ ଐଶ୍ୱର୍ଯ୍ୟା, ନବ୍ୟା ମଧ୍ୟ ପ୍ୟାରିସରୁ ସେୟାର କଲେ ଫଟୋ

'ପ୍ୟାରିସ ଫ୍ୟାଶନ ଓ୍ୱିକ୍‌ 2023' ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ନବ୍ୟା ନଭେଲି ନନ୍ଦା ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । ଉଭୟଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ଐଶ୍ୱର୍ଯ୍ୟା ନବ୍ୟା
ଐଶ୍ୱର୍ଯ୍ୟା ନବ୍ୟା

ହାଇଦ୍ରାବାଦ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜ ପ୍ରତିଭା ଏବଂ ସୌନ୍ଦର୍ଯ୍ୟ ସହିତ ଦେଶ ପାଇଁ ସର୍ବଦା ଗୌରବ ଆଣିଛନ୍ତି । ଏଥର ଐଶ୍ୱର୍ଯ୍ୟାଙ୍କ ସହ ନବ୍ୟା ନଭେଲି ନନ୍ଦା ମଧ୍ୟ 'ପ୍ୟାରିସ ଫ୍ୟାଶନ ଓ୍ୱିକ୍‌' ରେ ଭାଗ ନେଇଛନ୍ତି । ଉଲ୍ଲେଖନୀୟ ଯେ, ଏହି ସମୟରେ 'ପ୍ୟାରିସ ଫ୍ୟାଶନ ଓ୍ୱିକ୍‌'ର ଲ’ଅରିଆଲ୍ ସୋ’ରେ ଭାଗ ନେବାକୁ ସେମାନେ ଯାଇଛନ୍ତି । ସୋସିଆଲ ମିଡିଆରେ ଐଶ୍ୱର୍ଯ୍ୟାଙ୍କ ସହ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦାଙ୍କ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଐଶ୍ୱର୍ଯ୍ୟା ଅଲ୍‌ ବ୍ଲାକ ଲୁକ୍‌ରେ ସୁପର ଷ୍ଟାଇଲିସ୍ ଦେଖାଯାଉଛନ୍ତି । ତେବେ ଏହି ଫଟୋଗୁଡ଼ିକ ଏକ ସାମ୍ବାଦିକ ସମ୍ମିଳନୀରେ ନିଆଯାଇଥିଲା, ଯେଉଁଠାରେ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଉପସ୍ଥିତ ଥିଲେ ।

ଐଶ୍ୱର୍ଯ୍ୟାଙ୍କ ଲୁକ୍‌ ବିଷୟରେ କହିବାକୁ ଗଲେ, ସେ ବୋସି ଲୁକ୍ କ୍ୟାରି କରିଛନ୍ତି । କଳା କୋଟ୍, କଳା ପ୍ୟାଣ୍ଟ ଏବଂ କଳା ଜୋତା ସହିତ ସେ ତାଙ୍କର ଗର୍ଜିଅସ୍‌ ଲୁକ୍କୁ ପୂରା କରିଛନ୍ତି । ସୋସିଆଲ ମିଡିଆରେ ଏହି ଲୁକ୍‌ର ପ୍ରଶଂସା ବହୁତ କରାଯାଉଛି । ଲୋ'ରିଆଲର ଭାରତୀୟ ଆମ୍ବାସାଡାର ହୋଇଥିବାର ଐଶ୍ୱର୍ଯ୍ୟା ପ୍ରତିବର୍ଷ ଏହି ଶୋ’ର ଏକ ଅଂଶ ହୁଅନ୍ତି ।

ନବ୍ୟା ନଭେଲି ନନ୍ଦା

ଏଥର ନବ୍ୟା ନଭେଲି ନନ୍ଦା 'ପ୍ୟାରିସ ଫ୍ୟାଶନ ଓ୍ୱିକ୍‌'ରେ ତାଙ୍କର ଡେବ୍ୟୁ ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ସେ ଲ’ଅରିଆଲ୍ ପ୍ୟାରିସର କଜ୍‌ ଆମ୍ବାସାଡର ଭାବରେ' ପ୍ୟାରିସ ଫ୍ୟାଶନ ଓ୍ୱିକ୍‌'ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ଗୋଟିଏ ପଟେ ଐଶ୍ୱର୍ଯ୍ୟା ନିଜର ଅଲ୍‌ ବ୍ଲାକ ଲୁକ୍ ସହିତ ସୋସିଆଲ ମିଡିଆରେ ଛାଇ ରହିଥିବାବେଳେ ନବ୍ୟା ନଭେଲି ନନ୍ଦା ଏକ ଧଳା ରଙ୍ଗର ପୋଷାକରେ ପ୍ରଶଂସକଙ୍କ ହୃଦୟ ଜିତି ନେଇଛନ୍ତି ।

ଉଲ୍ଲେଖନୀୟ ଯେ, ନବ୍ୟା ନଭେଲି ନନ୍ଦା ପ୍ରଥମ ଥର ପାଇଁ ‘ପ୍ୟାରିସ ଫ୍ୟାଶନ ୱିକ୍‌’ରେ ରାମ୍ପ ଓ୍ୱାକ୍ କରୁଥିବାର ନଜର ଆସିଥିଲେ । ଏହାର ଭିଡିଓ ତାଙ୍କ ମା’ ଶ୍ୱେତା ବଚ୍ଚନ ନନ୍ଦା ସେୟାର କରିଛନ୍ତି । ନବ୍ୟା ତାଙ୍କ ମା’ ଏବଂ ଜେଜେମା’ ଜୟା ବଚ୍ଚନଙ୍କ ସହ ‘ପ୍ୟାରିସ ଫ୍ୟାଶନ ଓ୍ୱିକ୍‌’ ଇଭେଣ୍ଟରେ ପହଞ୍ଚିଥିଲେ । ଯେତେବେଳେ ନବ୍ୟା ‘ଫ୍ୟାଶନ ୱିକ’ର ରାମ୍ପରେ ଚାଲୁଥିଲେ, ଶ୍ୱେତା ମଧ୍ୟ ତାଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା ​​। ରାମ୍ପ ଓ୍ୱାକ୍‌ ସମୟରେ ନବ୍ୟା ବହୁତ ଖୁସି ନଜର ଆସିଥିଲେ । ତାଙ୍କ ମୁହଁରେ ଆତ୍ମବିଶ୍ୱାସ ଏବଂ ଉତ୍ସାହ ସ୍ପଷ୍ଟ ଦେଖାଯାଉଥିଲା ।

ଏହା ମଧ୍ୟ ପଢନ୍ତୁ: ଆରାଧ୍ୟାଙ୍କ ସହ ବିମାନବନ୍ଦରରେ ନଜର ଆସିଲେ ଐଶ୍ୱର୍ଯ୍ୟା, ଝିଅର ହାତ ଧରି ଦେଲେ ଏମିତି ପୋଜ୍‌

‘ପ୍ୟାରିସ ଫ୍ୟାଶନ ଓ୍ୱିକ୍‌' ରେ ରାମ୍ପ ଓ୍ୱାକ୍‌ ପାଇଁ ନବ୍ୟା ନଭେଲି ନନ୍ଦା ଏକ ନାଲି ରଙ୍ଗର ଅଫ୍ ସୋଲ୍ଡର ମିନି ଡ୍ରେସ୍‌ ପିନ୍ଧିଥିଲେ । ଏକ ଭିଡିଓ ସେୟାର କରି ମା’ ଶ୍ୱେତା ବଚ୍ଚନ ନନ୍ଦା ଲେଖିଛନ୍ତି, “ଲିଟିଲ୍ ମିସ୍ ଲ’ଅରିଆଲ୍” । ନବ୍ୟା ଏଥିରେ ସ୍ମାଇଲ ଇମୋଜି ସହ ପ୍ରତିକ୍ରିୟା ଦେଇଛନ୍ତି । ଏହାପୂର୍ବରୁ ନବ୍ୟା ନିଜର ଉତ୍ସାହ ବ୍ୟକ୍ତ କରିଥିଲେ। ଏକ ଭିଡିଓ ସେୟାର କରିବାବେଳେ ସେ କହିଥିଲେ ଯେ, ସେ ରାତିରେ ପ୍ୟାରିସ ଫ୍ୟାଶନ ଓ୍ୱିକ୍‌ରେ ଅଂଶଗ୍ରହଣ କରିବେ ଏବଂ ଏହାକୁ ନେଇ ଉତ୍ସାହିତ ଅଛନ୍ତି । ସେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି।

ଭାବୁକ ହେଲେ ନବ୍ୟାଙ୍କ ମା’ ଶ୍ୱେତା ବଚ୍ଚନ

ତାଙ୍କ ପ୍ରଶଂସକ ଏବଂ ଫଲୋର୍ସ ନବ୍ୟା ନଭେଲି ନନ୍ଦାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏତେ କମ ବୟସରେ ପ୍ୟାରିସ ଫ୍ୟାଶନ ଓ୍ୱିକ୍‌ର ଅଂଶ ହୋଇଥିବାରୁ ତାଙ୍କ ମା’ ଏବଂ ଜେଜେମା ବହୁତ ଖୁସି ଅଛନ୍ତି । ଶ୍ୱେତାଙ୍କ ମା’ ଜୟା ବଚ୍ଚନଙ୍କ ସହ ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଏହାସହିତ ନବ୍ୟା ନଭେଲି ନନ୍ଦା ତାଙ୍କ ମା’ ଏବଂ ଜେଜେମାଙ୍କୁ ତାଙ୍କର ଶକ୍ତି ବୋଲି ବର୍ଣ୍ଣନା କରିଛନ୍ତି । ନବ୍ୟା ଜଣେ ଉଦ୍ୟୋଗୀ ଏବଂ ଅନେକ ବ୍ରାଣ୍ଡକୁ ମଧ୍ୟ ସମର୍ଥନ କରୁଛନ୍ତି । ତେବେ ନବ୍ୟା ଅଭିନୟ ଜଗତରରେ କ୍ୟାରିୟର କରିବେ ନାହିଁ ବୋଲି ପୂର୍ବରୁ କହି ସାରିଛନ୍ତି ।

ABOUT THE AUTHOR

...view details