ହାଇଦ୍ରାବାଦ: 'ଦ କାଶ୍ମୀର ଫାଇଲ୍ସ' ବିବେକ ଅଗ୍ନିହୋତ୍ରୀଙ୍କୁ ଦେଶର most wanted director ଙ୍କ ଲିଗରେ ସ୍ଥାନିତ କରିଛି। 'କାଶ୍ମୀର ଫାଇଲ୍ସ' ଭଳି ଏକ ଚମତ୍କାର ଚଳଚ୍ଚିତ୍ର ନିର୍ମାଣ କରିବା ପରେ ବର୍ତ୍ତମାନ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଦ୍ୱିତୀୟ କାହାଣୀକୁ ପରଦାରେ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଫିଲ୍ମର ନାମ 'ଦିଲ୍ଲୀ ଫାଇଲ୍ସ' ବୋଲି ସେ କହିଛନ୍ତି। ଏଥିସହ ସେ ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ରାଜି ହୋଇଛନ୍ତି। ବିବେକ ଅଗ୍ନିହୋତ୍ରୀ 15 ଏପ୍ରିଲ ସକାଳେ ଟ୍ୱିଟ କରି ଫିଲ୍ମ ଘୋଷଣା କରିଛନ୍ତି। ନିର୍ଦ୍ଦେଶକ ଲେଖିଛନ୍ତି - ବର୍ତ୍ତମାନ ସମୟ ଆସିଛି ଯେତେବେଳେ ମୁଁ ଅନ୍ୟ ଏକ ଫିଲ୍ମରେ କାମ କରିବା ଉଚିତ୍ ।
କାଶ୍ମୀର ଫାଇଲ୍ସର ସଫଳତା ପାଇଁ କୃତଜ୍ଞତା
ବିବେକ ଅଗ୍ନିହୋତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, 'ମୁଁ ସେହି ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ କାଶ୍ମୀର ଫାଇଲ୍ସକୁ ଏତେ ମାତ୍ରାରେ ଭଲପାଇବା ଦେଇଛନ୍ତି । ଗତ 4 ବର୍ଷରୁ ଆମେ ଅତି ଆନ୍ତରିକତାର ସହିତ ଏହି ଚଳଚ୍ଚିତ୍ର ନିର୍ମାଣ କରିଛୁ । ହୋଇପାରେ ମୁଁ ଆପଣଙ୍କ TL କୁ ସ୍ପାମ୍ କରିଥାଇପାରେ କିନ୍ତୁ କାଶ୍ମୀରୀ ହିନ୍ଦୁମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟ ବିଷୟରେ ଲୋକଙ୍କୁ ଅବଗତ କରାଇବା ଜରୁରୀ ଅଟେ । ମୋ ପାଇଁ ଏକ ନୂଆ ଚଳଚ୍ଚିତ୍ରରେ କାମ କରିବାର ସମୟ ଆସିଛି । ଏହା ପରେ ବିବେକ ଆଉ ଏକ ଟ୍ୱିଟରେ ତାଙ୍କର ଆଗାମୀ ଫିଲ୍ମ ନେଇ ସୂଚନା ଦେଇଛନ୍ତି । ତାଙ୍କ ଚଳଚ୍ଚିତ୍ରର ନାମ କହିବା ସହିତ ବିବେକ ଅଗ୍ନିହୋତ୍ରୀ ଲେଖିଛନ୍ତି, 'ଦ ଦିଲ୍ଲୀ ଫାଇଲ୍ସ' ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ