ହାଇଦ୍ରବାଦ:ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ କ୍ୟାଟ୍ରିନା କୈଫଙ୍କ ଡିପ ଫେକ ଭିଡିଓ ଭାଇରାଲ ପରେ ଏବେ ବଲିଉଡ ଅଭିନେତ୍ରୀ କାଜୋଲ ମଧ୍ୟ ଡିପ ଫେକ ମାମଲାର ଶିକାର ହୋଇଛନ୍ତି । କାଜୋଲଙ୍କ ଏକ କ୍ଲିପ ସାମ୍ନାକୁ ଆସିଛି । ଭିଡିଓରେ ସେ ପୋଷାକ ବଦଳାଉଥିବାର ଦେଖିବାକୁ ମିଳିଛି ।
ବାସ୍ତବରେ ଏହି ଭିଡିଓଟି ରୋଜି ବ୍ରିନ ନାମକ ଜଣେ ବ୍ରିଟିଶ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କର । ଯାହାକୁ ଏଡିଟ କରାଯାଇ ରୋଜିଙ୍କ ମୁହଁ ପରିବର୍ତ୍ତେ କୌଜଲଙ୍କ ଯୋଡା ଯାଇଥିଲା । ଏହି ଭିଡିଓଟି ମୂଳତଃ ଇନଫ୍ଲୁଏନ୍ସର ରୋଜି ବ୍ରିନଙ୍କର ଜୁନ ୫, ୨୦୨୩ରେ ଟିକଟକରେ ସେୟାର କରାଯାଇଥିଲା । ଭିଡିଓରେ ସେ ପୋଷାକ ବଦଳାଉଥିବାର ନଜର ଆସିଛନ୍ତି । ବର୍ତ୍ତମାନ ଏହି ଭିଡିଓକୁ ଏଡିଟ କରାଯାଇ କାଜୋଲଙ୍କ କରାଯାଇଛି । ରୋଜିଙ୍କ ଚେହେରା ପରିବର୍ତ୍ତେ କାଜୋଲ ଚେହେରା ବଦଳାଇ ଭିଡିଓଟି ଭାଇରାଲ କରାଯାଇଛି ।
ସୂଚନା ଥାଉ କି, ରଶ୍ମିକା ମନ୍ଦାନାଙ୍କ ଏକ ଡିପ୍ଫେକ୍ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜାରା ପଟେଲଙ୍କ ମୁହଁ ପରିବର୍ତ୍ତେ ଏଡିଟ୍ କରାଯାଇ ରଶ୍ମିକାଙ୍କ ମୁହଁ ଯୋଡା ଯାଇଥିଲା । ଯାହା ପରେ ରଶ୍ମିକା ମନ୍ଦାନାଙ୍କୁ ସମର୍ଥନ କରି ଘଟଣାକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ସହ କ୍ଷୋଭ ପ୍ରକାଶ କରିଥିଲେ ଅମିତାଭ ବଚ୍ଚନ ସମେତ ଅନେକ ତାରକା ଏବଂ ରାଜନେତା । ଏପରିକି ରଶ୍ମିକାଙ୍କ ରୁମର ବଯଫ୍ରେଣ୍ଡ ବିଜୟ ଦେବରକୋଣ୍ଡା ମଧ୍ୟ ଏହି ଭିଡିଓକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏପରି ଘଟଣା କାହା ସହ ନ ହେବା ଉଚିତ ବୋଲି କହିଥିଲେ।