ଓଡିଶା

odisha

ETV Bharat / entertainment

ମିକା ସିଂଙ୍କୁ ଆଶ୍ବସ୍ତି, ରାକ୍ଷୀଙ୍କୁ ବଳପୂର୍ବକ ଚୁମ୍ବନ ମାମଲା ରଦ୍ଦ କଲେ ବମ୍ବେ ହାଇକୋର୍ଟ

ମିକା ସିଂଙ୍କୁ ମିଳିଲା ବଡ଼ ଆଶ୍ବସ୍ତି। ରାକ୍ଷୀ ସାୱନ୍ତଙ୍କ କିସ ବିବାଦ ମାମଲାକୁ ରଦ୍ଦ କରିଛନ୍ତି ବମ୍ବେ ହାଇକୋର୍ଟ। 2006 ମସିହାରେ ଅଭିନେତା ରାକ୍ଷୀ ସାୱନ୍ତଙ୍କୁ ଜବରଦସ୍ତ କିସ୍ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ବମ୍ବେ ହାଇକୋର୍ଟ ଗାୟକ ମିକା ସିଂଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ଏବଂ ଚାର୍ଜସିଟକୁ ଖାରଜ କରିଛନ୍ତି। ଅଧିକ ପଢନ୍ତୁ,

ମିକା ସିଂଙ୍କୁ ଆଶ୍ବସ୍ତି, ରାକ୍ଷୀ ସାୱନ୍ତଙ୍କ କିସ ବିବାଦ ମାମଲାକୁ ରଦ୍ଦ କଲେ ବମ୍ବେ ହାଇକୋର୍ଟ
ମିକା ସିଂଙ୍କୁ ଆଶ୍ବସ୍ତି, ରାକ୍ଷୀ ସାୱନ୍ତଙ୍କ କିସ ବିବାଦ ମାମଲାକୁ ରଦ୍ଦ କଲେ ବମ୍ବେ ହାଇକୋର୍ଟ

By

Published : Jun 16, 2023, 1:48 PM IST

Updated : Jun 16, 2023, 3:50 PM IST

ମୁମ୍ବାଇ: ବମ୍ବେ ହାଇକୋର୍ଟରୁ ଜଣାଶୁଣା ଗାୟକ ମିକା ସିଂଙ୍କୁ ଏକ ବଡ଼ ଆଶ୍ବସ୍ତି ମିଳିଛି । 2006ର ରାକ୍ଷୀ ସାୱନ୍ତ ବିବାଦ ମାମଲା ନେଇ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ମିକା ସିଂଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍ଆଇଆରକୁ ରଦ୍ଦ କରିଛନ୍ତି । 17 ବର୍ଷ ପୁରୁଣା ମାମଲାକୁ ଖାରଜ କରି କୋର୍ଟ କହିଛନ୍ତି ଯେ ମିକା ସିଂ ଏବଂ ରାକ୍ଷୀ ଏହି ସମସ୍ୟାର ସମାଧାନ କରିଛନ୍ତି ।

ମିକା ସିଂ କିଛି ମାସ ପୂର୍ବରୁ ହାଇକୋର୍ଟଙ୍କୁ ଆବେଦନ କରିଥିଲେ ଯେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍ଆଇଆର୍ ଏବଂ ଚାର୍ଜସିଟ୍ ରଦ୍ଦ କରାଯାଉ । ତେବେ ଗତକାଲି(ଗୁରୁବାର) ଜଷ୍ଟିସ୍ ଏ ଏସ୍ ଗଡକରୀ ଏବଂ ଏସ୍ ଜି ଦିଗେଙ୍କ ଏକ ଡିଭିଜନ୍ ବେଞ୍ଚ ଶୁଣାଣି କରିଥିଲେ । ରାକ୍ଷୀ ସାୱନ୍ତଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆଫିଡେଭିଟ୍କୁ ବିଚାରକୁ ନେବା ପରେ ମାମଲାରେ ଦାଖଲ ହୋଇଥିବା ଏଫ୍ଆଇଆର୍ ଏବଂ ଚାର୍ଜସିଟ୍କୁ ଖାରଜ କରିଥିଲେ । ସେ ଏବଂ ମିକା ଏହି ସମସ୍ୟାର ସମାଧାନ କରିଛନ୍ତି ବୋଲି କହିଥିଲେ ।

ସୂଚନା ଥାଉ କି, 11 ଜୁନ୍ 2006ରେ ରାକ୍ଷୀ କଣ୍ଠଶିଳ୍ପୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ସେ ଅଭିନେତ୍ରୀଙ୍କୁ ଜବରଦସ୍ତ କିସ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ମିକା ସିଂଙ୍କ ଜନ୍ମଦିନ ଅବସରର ବୋଲି କୁହାଯାଉଛି । ଅଭିଯୋଗ ହୋଇଥିଲା ଯେ ମିକା ତାଙ୍କ ଜନ୍ମଦିନରେ ଏକ ରେସ୍ତୋରାଁରେ ଆୟୋଜିତ ଏକ ପାର୍ଟିରେ ରାକ୍ଷୀ ସାୱନ୍ତଙ୍କୁ ଜବରଦସ୍ତ ଚୁମ୍ବନ ଦେଇଥିଲେ । ମୁମ୍ବାଇର ଓସିୱାରା ପୋଲିସ ଷ୍ଟେସନରେ ଜୁନ୍ 11, 2006ରେ ଏକ ଅଭିଯୋଗ ହୋଇଥିଲା । ମିକାଙ୍କ ଉପରେ ଆଇପିସି ଧାରା 354 (ନିର୍ଯାତନା) ଏବଂ 323 (ଆକ୍ରମଣ) ଅଧୀନରେ ମାମଲା ରୁଜୁ କରାଯାଇଥିଲା।

ମିକା ସିଂ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଲୋକପ୍ରିୟ ଗାୟକ ଅଟନ୍ତି । ସେ ଅନେକ ହିଟ୍ ଗୀତରେ ନିଜର ସ୍ୱର ଦେଇଛନ୍ତି। ତାଙ୍କର ଗୀତ ଗୁଡ଼ିକ ନୂଆ ପିଢିଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥାଏ । ସେପଟେ ରାକ୍ଷୀ ସାୱନ୍ତ ଏପରି ଜଣେ ଅଭିନେତ୍ରୀ ଯିଏ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ଥାନ୍ତି । କିଛି ମାସ ଧରି ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବେଶ ଆଲୋଚନାରେ ରହିଛନ୍ତି । ସେ ଆଦିଲ ଖାନ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । କିନ୍ତୁ ସେମାନଙ୍କ ସମ୍ପର୍କ ଅଧିକ ଦିନ ରହିଲା ନାହିଁ । ରାକ୍ଷୀ ଆଦିଲଙ୍କ ଉପରେ ପ୍ରତାରଣା ଏବଂ ଘରୋଇ ହିଂସା ଭଳି ଅଭିଯୋଗ କରିଛନ୍ତି, ଏହା ପରେ ଆଦିଲଙ୍କୁ ଜେଲ ଯିବାକୁ ପଡିଲା ।

ସୋସିଆଲ ମିଡିଆରେ ରାକ୍ଷୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରାକ୍ଷୀ ନାଚୁଥିବାର ନଜର ଆସିଛନ୍ତି ଏବଂ କହିଛନ୍ତି ଯେ ଜଜ ମୋତେ ଶୀଘ୍ର ଛାଡପତ୍ର କରାଇ ଦିଅନ୍ତୁ । ଜଜଙ୍କ ଆଗରେ ନାଚିବି । ଡ୍ରାମା ରାଣୀ ପ୍ୟାପ୍ସ ଆଗରେ ଡ୍ୟାନ୍ସ କରି ଏହି କଥା କହୁଥିବାର ଦେଖିବାକୁ ମିଳିଛି । ସେପଟେ ଆଉ ଏକ ଭିଡିଓରେ ସେ ନିଜକୁ ତୁୱାନ ବୋଲି ମଧ୍ୟ କହିଛନ୍ତି ।

Last Updated : Jun 16, 2023, 3:50 PM IST

ABOUT THE AUTHOR

...view details