ଓଡିଶା

odisha

ETV Bharat / entertainment

Adipurush: ନେପାଳର କାଠମାଣ୍ଡୁ ପରେ ପୋଖରାରେ ବ୍ୟାନ ହେଲା ଫିଲ୍ମ - ଫିଲ୍ମର ସଂଳାପ ଯୋଗୁଁ ବିବାଦରେ ଆଦିପୁରୁଷ

ଫିଲ୍ମର ସଂଳାପ ଯୋଗୁଁ ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ଆଦିପୁରୁଷ ସାରା ଦେଶରେ ବିରୋଧର ସମ୍ମୁଖୀନ ହେଉଛି । ଫିଲ୍ମକୁ ନେପାଳର କାଠମାଣ୍ଡୁରେ ବ୍ୟାନ ଘୋଷଣା କରାଯାଇଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ଆଉ ଏକ ସହରରେ ଫିଲ୍ମକୁ ବ୍ୟାନ କରାଯାଇଛି । ଅଧିକ ପଢନ୍ତୁ

ନେପାଳର କାଠମାଣ୍ଡୁ ପରେ ପୋଖରାରେ ବ୍ୟାନ ହେଲା ଫିଲ୍ମ
ନେପାଳର କାଠମାଣ୍ଡୁ ପରେ ପୋଖରାରେ ବ୍ୟାନ ହେଲା ଫିଲ୍ମ

By

Published : Jun 19, 2023, 5:10 PM IST

ମୁମ୍ବାଇ: ସାଉଥ ଅଭିନେତା ପ୍ରଭାସ ଏବଂ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର 'ଆଦିପୁରୁଷ' ରିଲିଜ ହେବା ମାତ୍ରେ ବିବାଦରେ ଛନ୍ଦି ହୋଇଛି । ଫିଲ୍ମର ସଂଳାପ ଏବଂ VFXକୁ ନେଇ ଦେଶର ବିଭିନ୍ନ ସ୍ଥାନରୁ ଚଳଚ୍ଚିତ୍ର ନିର୍ମାତାଙ୍କୁ ସମାଲୋଚନା କରାଯାଉଛି । ରାମ ଏବଂ ହନୁମାନଙ୍କ ସଂଳାପକୁ ବିରୋଧ କରିବା ସହ ସମାଲୋଚନା କରାଯାଉଛି । କେବଳ ଭାରତରେ ନୁହେଁ ନେପାଳରେ ମଧ୍ୟ ଆଦିପୁରୁଷ ଫିଲ୍ମକୁ ତୀବ୍ର ବିରୋଧ କରାଯାଇଛି । ପ୍ରଥମେ କାଠମାଣ୍ଡୁରେ ଏବଂ ବର୍ତ୍ତମାନ ନେପାଳର ପୋଖରାରେ ଆଦିପୁରୁଷ ସହ ଅନ୍ୟ ସମସ୍ତ ଭାରତୀୟ ଫିଲ୍ମକୁ ବ୍ୟାନ୍‌ କରାଯାଇଛି ।

ନେପାଳର ପୋଖରା ମେଟ୍ରୋପଲିଟାନ ସିଟିରେ ମଧ୍ୟ ଆଦିପୁରୁଷଙ୍କୁ ସଂଳାପ ବିବାଦ କାରଣରୁ ପ୍ରତିବନ୍ଧକ ଲଗାଯାଇଛି । ପୋଖରାର ମେୟର ଗତ ରବିବାର ଏହି ଘୋଷଣା କରିଛନ୍ତି । ମେୟର ତାଙ୍କ ଘୋଷଣାରେ କହିଛନ୍ତି ଯେ, ପୋଖରାର କୌଣସି ପ୍ରେକ୍ଷାଳୟରେ କୌଣସି ବଲିଉଡ ଫିଲ୍ମ ରିଲିଜ କରାଯିବ ନାହିଁ । ଏହାପୂର୍ବରୁ ରବିବାର ସନ୍ଧ୍ୟାରେ ନେପାଳର ରାଜଧାନୀ କାଠମାଣ୍ଡୁର ମେୟର ବାଲାନ ଶାହା ସହରରେ ବଲିଉଡ ଚଳଚ୍ଚିତ୍ର ଉପରେ ବ୍ୟାନ ଘୋଷଣା କରିଥିଲେ। କାଠମାଣ୍ଡୁ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ପୋଖରାରେ ବଲିଉଡ ଚଳଚ୍ଚିତ୍ର ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି ।

ପୋଖରା ମେୟର ଧନରାଜ ଆଚାର୍ଯ୍ୟ ଥିଏଟର ମାଲିକମାନଙ୍କୁ ଏକ ଚିଠି ପଠାଇ ବଲିଉଡ ଚଳଚ୍ଚିତ୍ର ରିଲିଜ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମହାନଗର ନିଗମର ଏହି ନିର୍ଦ୍ଦେଶ ଜାରି ହେବାପରେ ଏହାକୁ ଅନୁସରଣ କରୁଛନ୍ତି ଫିଲ୍ମ ହଲ୍‌ ମାଲିକ । ଯେଉଁସବୁ ଫିଲ୍ମ ହଲ୍‌ରେ ବଲିଉଡ ଫିଲ୍ମ ରିଲିଜ୍‌ ହୋଇଥିଲା, ବର୍ତ୍ତମାନ ସେଠାରେ ଏହାକୁ ହଟାଇ ହଲିଉଡ୍‌ କିମ୍ବା ନେପାଳୀ ଫିଲ୍ମ ରିଲିଜ ଚଳା ଯାଉଛି ।

ନେପାଳର କଥାବସ୍ତୁ ମୁତାବକ ସୀତା ନେପାଳର ଜନକପୁରରେ ଜନ୍ମଗ୍ରହଣ କରିଥିଲେ ଏବଂ ପ୍ରଭୁ ରାମ ଆସି ତାଙ୍କୁ ବିବାହ କରିଥିଲେ । ହେଲେ ଫିଲ୍ମରେ ସୀତାଙ୍କୁ ଭାରତର ଝିଅ ବୋଲି ଦର୍ଶା ଯାଇଛି । ଯାହାକୁ ନେଇ ମେୟର ବାଲେନ୍ ଶାହାଙ୍କ ବ୍ୟତୀତ ବିଭିନ୍ନ ରାଜନୈତିକ ଦଳ ଓ କିଛି ସଂଗଠନ ମଧ୍ୟ ଏହି ଫିଲ୍ମକୁ ବିରୋଧ କରିଥିଲେ । ସେପଟେ ନେପାଳର ସେନ୍ସର ବୋର୍ଡ ମଧ୍ୟ ସମାନ କାରଣ ଦର୍ଶାଇ 'ଆଦିପୁରୁଷ'ର ସ୍କ୍ରିନିଂ ପାଇଁ ଅନୁମତି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା । ଚଳଚ୍ଚିତ୍ର ନିର୍ମାତା ସୀତାଙ୍କ ଜନ୍ମସ୍ଥାନରେ ଥିବା ତ୍ରୁଟି ସଂଶୋଧନ ନକରିବା ପର୍ଯ୍ୟନ୍ତ ସ୍କ୍ରିନିଂ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ଉଭୟ ସହରର ମେୟର ।

ABOUT THE AUTHOR

...view details