ମୁମ୍ବାଇ:ବଲିଉଡ ଡିଭା ଓ ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ ଦୃଢ ଆତ୍ମବିଶ୍ବାସ ଓ ସାହସିକତାର ସହିତ କମବ୍ୟାକ୍ କରିଛନ୍ତି । ଗତ କିଛି ଦିନ ତଳେ ହୃଦଘାତର ଶିକାର ହୋଇଥିବା ଏହି ବ୍ରହ୍ମାଣ୍ଡ ସୁନ୍ଦରୀ Lakme ଫ୍ୟାସନ ୱିକରେ ରାମ୍ପ ୱାକ୍ କରି ନିଜ ଫ୍ୟାନ୍ସଙ୍କୁ କରିଛନ୍ତି ଫିଦା । ହୃଦଘାତ ପରେ ସେ ପ୍ରଥମ ଥର ଲାଗି ସର୍ବସମ୍ମୁଖକୁ ଆସିଛନ୍ତି । ଏହି ଫ୍ୟାସନ ଶୋ'ରେ ସେ ନିଜ ସିଗ୍ନେଚର ଷ୍ଟାଇଲରେ ୱାକ୍ କରିଥିବା ବେଳେ ଷ୍ଟେଜରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲେ । ସେ ଡିଜାଇନର ଅନୁଶ୍ରୀ ରେଡ୍ଡିଙ୍କ ଦ୍ବାରା ଡିଜାଇନ ହୋଇଥିବା ଡ୍ରେସ ପିନ୍ଧିଥିଲେ ।
ଶନିବାର LFW 2023 ଯେତେବେଳେ ସୁସ୍ମିତା ଷ୍ଟେଜ ଉପରକୁ ଆସିଥିଲେ, ତାଙ୍କୁ ସମସ୍ତେ ଦେଖି ପ୍ରଥମେ ଆଶ୍ଚର୍ଯ୍ୟଚକିତ ହେବା ସହ ପରବର୍ତ୍ତୀ ସମୟରେ ବେଶ ଗର୍ବ ଅନୁଭବ କରିଥିଲେ । ସୁସ୍ମିତା ହୃଦଘାତର ଶିକାର ହେବା ପରେ ମଧ୍ୟ ସେହି ପୁରୁଣା ଆତ୍ମବଳ ସହିତ ରାମ୍ପ ୱାକ୍ କରିଥିଲେ । ଯାହାକି ସମସ୍ତଙ୍କୁ ପ୍ରେରଣା ଯୋଗାଇଛି । ସେ ଅନୁଶ୍ରୀ ରେଡ୍ଡିଙ୍କ ଦ୍ବାରା ଡିଜାଇନ କରାଯାଇଥିବା ଗ୍ରୀନ ରଙ୍ଗର ଲେହେଙ୍ଗା ପିନ୍ଧି ୱାକ୍ କରିଥିଲେ । ଏହି ଲେହେଙ୍ଗା ଲୁକ୍ରେ ଗର୍ଜିଅସ ଲାଗୁଥିଲେ ସୁସ୍ମିତା । ଖାଲି ସେତିକି ନୁହେଁ ସୁସ୍ମିତାଙ୍କ ଡ୍ୟାନ୍ସ ମଧ୍ୟ କରିଥିଲେ । ସୁସ୍ମିତାଙ୍କୁ କମବ୍ୟାକକୁ ନେଇ ସମସ୍ତେ ପ୍ରଶଂସା କରିବା ସହିତ କରତାଳିରେ ଷ୍ଟେଜ କମ୍ପି ଉଠିଥିଲା ।