ଓଡିଶା

odisha

ସିଦ୍ଧାର୍ଥଙ୍କ ସହ ଡେଟିଂ କନଫର୍ମ କଲେ ଅଦିତି

By ETV Bharat Odisha Team

Published : Jan 2, 2024, 8:20 PM IST

Aditi Rao Confirms Relationship With Siddharth: ଅଦିତି ରାଓ ହାଇଦରୀ ନୂଆ ବର୍ଷ ଅବସରେ ନିଜ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି । ଅଭିନେତ୍ରୀ ସିଦ୍ଧାର୍ଥଙ୍କ ସହ ତାଙ୍କ ସମ୍ପର୍କକୁ କନଫର୍ମ କରିଛନ୍ତି । ଦେଖନ୍ତୁ ଫଟୋ,

ସିଦ୍ଧାର୍ଥଙ୍କ ସହ ଡେଟିଂ ନେଇ କନଫର୍ମ କଲେ ଅଦିତି ରାଓ, ଫ୍ୟାନ୍ସ କଲେ ଏମିତି
ସିଦ୍ଧାର୍ଥଙ୍କ ସହ ଡେଟିଂ ନେଇ କନଫର୍ମ କଲେ ଅଦିତି ରାଓ, ଫ୍ୟାନ୍ସ କଲେ ଏମିତି

ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ ଅଦିତି ରାଓ ହାଇଦରୀ ଗତ କିଛି ଦିନ ହେଲା ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଲାଇମଲାଇଟରେ ରହିଆସୁଥିଲେ । ଅଭିନେତ୍ରୀ ଆଭିନେତା ସିଦ୍ଧାର୍ଥଙ୍କୁ ଡେଟ କରୁଥିବା ଚର୍ଚ୍ଚା ହେଉଥିଲା । ହେଲେ ବର୍ତ୍ତମାନ ଅଭିନେତ୍ରୀ ଏହି ଖବର ଉପରୁ ପରଦା ହଟାଇଛନ୍ତି । ଅଦିତି ନିଜ ସୋସିଆଲ ମିଡିଆରେ ସିଦ୍ଧାର୍ଥଙ୍କ ଏକାଠି ଫଟୋ ସେୟାର କରି ସିଦ୍ଧାର୍ଥଙ୍କ ସହ ତାଙ୍କ ସମ୍ପର୍କୁ ନିଶ୍ଚିତ କରିଛନ୍ତି । ନୂଆ ବର୍ଷ ଅବସରରେ ଅଭିନେତ୍ରୀ ନିଜ ଫ୍ୟାନ୍ସଙ୍କୁ ଏହି ସରପ୍ରାଇଜ ଦେଇଛନ୍ତି ।

ଅଦିତି ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ସିଦ୍ଧାର୍ଥ ସହ ରୋମାଣ୍ଟିକ ସେଲଫି ନେଉଥିବା ନଜର ଆସିଛନ୍ତି । ଅଦିତି ଏହି ଫଟୋ ସେୟାର କରି ଲେଖିଛନ୍ତି, ଖୁସୀ, ଭଲପାଇବା ସହ ଆପଣ ସମସ୍ତଙ୍କୁ ନୂଆ ବର୍ଷର ଶୁଭକାମନା । ଏହି ପୋଷ୍ଟ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ କମେଣ୍ଟ ବର୍ଷା କରିଛନ୍ତି । ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଜଣେ ଫ୍ୟାନ ଲେଖିଛନ୍ତି, ଫରଫେକ୍ଟ ଯୋଡି । ଆଉ ଜଣେ ଲେଖିଛନ୍ତି, ଶେଷରେ ଆପଣଙ୍କ ଖୁସି ଦେଖି ମୁଁ ବହୁତ ଖୁସି ଏବଂ ଆପଣ ଠିକ୍ ଲୋକ ବାଛିଛନ୍ତି ଯାହାକୁ ମୁଁ ଇର୍ଷା କରେ ନାହିଁ । ସେ ବହୁତ ଭଲ ମଣିଷ । ଖୁସିରେ ରୁହ । ଆଉ ଜଣେ ଲେଖିଛନ୍ତି, ଏହା ବହୁତ ଭଲ ।

ସୂଚନା ଥାଉ କି, ସିଦ୍ଧାର୍ଥ ଏବଂ ଅଦିତି ଉଭୟଙ୍କର ଛାଡପତ୍ର ହୋଇସାରିଛି । ଅର୍ଥାତ୍ ଏହି କପଲଙ୍କର ପୂର୍ବରୁ ପ୍ରଥମ ବିବାହରୁ ଛାଡପତ୍ର ନେଇସାରିଛନ୍ତି । ଅଦିତି ଏବଂ ସିଦ୍ଧାର୍ଥ ବର୍ତ୍ତମାନ ଏକାଠି ଡେଟ କରୁଛନ୍ତି । ଅଦିତିଙ୍କ ପ୍ରଥମ ବିବାହ ସତ୍ୟଦୀପ ମିଶ୍ରାଙ୍କ ସହ ୨୦୦୯ରେ ହୋଇଥିଲା । ୨୦୧୩ରେ ଉଭୟଙ୍କ ଛାଡପତ୍ର ହୋଇଥିଲା । ସେହିପରି ସିଦ୍ଧାର୍ତଙ୍କ କଥା କହିବାକୁ ଗଲେ, ଅଭିନେତା ୨୦୦୩ରେ ବିବାହ କରିଥିଲେ । ୨୦୦୭ରେ ସେ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ । ତେବେ ଏହି ଲଭବାର୍ଡ ପ୍ରଥମେ 'ମହାସମୁଦ୍ରମ୍' ଚଳଚ୍ଚିତ୍ର ପାଇଁ ଏକାଠି କାମ କରିଥିଲେ ଏବଂ ସେବେଠାରୁ ଉଭୟ ପରସ୍କରକୁ ଡେଟିଂ କରିବା ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:ରାଜ ପରିବାରରୁ ବଲିଉଡ ଯାତ୍ରା...

ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ସିଦ୍ଧାର୍ଥଙ୍କୁ ଶେଷ ଥର ପାଇଁ ତାମିଲ ଚଳଚ୍ଚିତ୍ର 'ଚିଥା'ରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ର ୨୦୨୩ରେ ଏକ ବ୍ଲକବଷ୍ଟର ଥିଲା । ଏସୟୁ ଅରୁଣ କୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଶିଶୁ ଯୌନ ନିର୍ଯାତନା ବିଷୟରେ ଆଧାରିତ ଥିଲା । ବର୍ତ୍ତମାନ ସେ ଆଗାମୀ ଫିଲ୍ମ ସଶିକାନ୍ତଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଟେଷ୍ଟ'ରେ ନଜର ଆସିବେ ।ସେହିପରି ଅଦିତିଙ୍କ କଥା କହିବାକୁ ଗଲେ, ଅଦିତିଫିଲ୍ମ 'ଲାୟନେସ'ରେ ନଜର ଆସିବେ ।

ABOUT THE AUTHOR

...view details