ଓଡିଶା

odisha

Adipurush: ରିଲିଜ ପୂର୍ବରୁ ରେକର୍ଡ, ଜୟ ଶ୍ରୀ ରାମ ଗୀତକୁ 24 ଘଣ୍ଟାରେ ଦେଖିଲେ 2 କୋଟି ଦର୍ଶକ

ଆଦିପୁରୁଷକୁ ନେଇ ଦର୍ଶକ ଉତ୍ସାହର ଅପେକ୍ଷା କରି ରହିଛନ୍ତି । ଏହାରି ମଧ୍ୟରେ ଫିଲ୍ମର ନୂଆ ଗୀତ 'ଜୟ ଶ୍ରୀ ରାମ' ରିଲିଜ ହୋଇଛି । ଏହି ଗୀତ ରିଲିଜ ହେବାର 24ଘଣ୍ଟା ମଧ୍ୟରେ ରେକର୍ଡ ସୃଷ୍ଟି କରିଛି । ଏହି ଗୀତକୁ 2 କୋଟିରୁ ଅଧିକ ଲୋକ ଦେଖିସାରିଲେଣି । ଅଧିକ ପଢନ୍ତୁ

By

Published : May 21, 2023, 1:51 PM IST

Published : May 21, 2023, 1:51 PM IST

ଫିଲ୍ମର 'ଜୟ ଶ୍ରୀ ରାମ' ଗୀତ 24 ଘଣ୍ଟା ମଧ୍ୟରେ ଏତିକି ଭ୍ୟୁ କରି ରଖିଲା ରେକର୍ଡ
ଫିଲ୍ମର 'ଜୟ ଶ୍ରୀ ରାମ' ଗୀତ 24 ଘଣ୍ଟା ମଧ୍ୟରେ ଏତିକି ଭ୍ୟୁ କରି ରଖିଲା ରେକର୍ଡ

ହାଇଦ୍ରାବାଦ: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଫିଲ୍ମ 'ଆଦିପୁରୁଷ' । ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଯାହା ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହାରି ମଧ୍ୟରେ ଗତକାଲି ଫିଲ୍ମର ନୂଆ ଗୀତ 'ଜୟ ଶ୍ରୀ ରାମ' ରିଲିଜ ହୋଇଛି । ଫିଲ୍ମର ଏହି ଗୀତ ରିଲିଜ ହେବା ମାତ୍ରେ ଦର୍ଶକଙ୍କ ମନ ଜିତିବାରେ ଲାଗିଛି । ବର୍ତ୍ତମାନ ଏହି ଗୀତକୁ ଗତ 24 ଘଣ୍ଟା ମଧ୍ୟରେ 2 କୋଟିରୁ ଅଧିକ ଭ୍ୟୁ ଏବଂ 4ଲକ୍ଷରୁ ଅଧିକ ଲାଇକ ପାଇ ରେକର୍ଡ ସୃଷ୍ଟି କରିଛି ।

ଗତ 24 ଘଣ୍ଟା ମଧ୍ୟରେ ଫିଲ୍ମର ଏହି 'ଜୟ ଶ୍ରୀ ରାମ' ସର୍ବାଧିକ ଦେଖାଯାଇଥିବା ଭିଡିଓରେ ପରିଣତ ହୋଇଛି। ଏହି ଗୀତଟି ଅଜୟ-ଅତୁଲ ରଚନା କରିଛନ୍ତି । ଗୀତର ସଂଳାପ ମନୋଜ ମୁନ୍ତଶିର ଲେଖିଛନ୍ତି । ଏହି ଗୀତଟି ଲାଇଭ୍ ଅର୍କେଷ୍ଟ୍ରା ସହ ରିଲିଜ କରିଛି। ଗୀତ ରିଲିଜ ଅଜୟ-ଅତୁଲ କହିଥିଲେ ଯେ ଯେତେବେଳେ ସେମାନେ ଏହି ଗୀତ ଲଞ୍ଚ କରୁଥିଲେ ସେତେବେଳେ ସେମାନେ ଏକ ଯାଦୁ ଶକ୍ତି ଅନୁଭବ କରିଥିଲେ । ବର୍ତ୍ତମାନ ଏହି ଗୀତଟି ଗତ 24 ଘଣ୍ଟା ମଧ୍ୟରେ ୟୁଟ୍ୟୁବରେ ଅଧିକାଂଶ ଥର ଦେଖାଯାଇଛି । ପରିସଂଖ୍ୟାନ ଅନୁଯାୟୀ, ଏହି ଗୀତକୁ 2,62,91,237 ଭ୍ୟୁ ଏବଂ 4,84,186 ଲାଇକ୍ ମିଳିଛି । ଯାହା ଅକ୍ଷୟ କୁମାରଙ୍କ ଗୀତ 'କ୍ୟାୟା ଲୋଗ୍ ତୁମ୍ କୋ'କୁ ପଛରେ ପକାଇଛି । ତେବେ ଏବେ ଫିଲ୍ମ ଦେଖିବାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ।

ସୂଚନା ଥାଉ କି, ଆଦିପୁରୁଷ ଫିଲ୍ମରେ ସାଉଥ ଅଭିନେତା ପ୍ରଭାସ, କ୍ରିତି ସାନନ, ସନ୍ନି ସିଂ ଏବଂ ସୈଫ ଅଲି ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ । ପ୍ରଭାସ 'ଆଦିପୁରୁଷ'ରେ' ରାଘବ 'ଭୂମିକାରେ ଅଭିନୟ କରୁଥିବାବେଳେ' ସୋନୁ କେ ଟିଟୁ କି ସ୍ବିଟି 'ଅଭିନେତା ସନ୍ନି ସିଂ ପ୍ରଭୁ ରାମଙ୍କ ସାନଭାଇ' ଲକ୍ଷ୍ମଣ 'ଭୂମିକାରେ ନଜର ଆସିବେ ।

ଏଥିସହିତ ସୈଫ ଅଲି ଖାନ ଲଙ୍କାପତି ଲଙ୍କେଶ 'ରାବଣ'ର ଚରିତ୍ରରେ ଅଭିନୟ କରିବେ । ଏହା ବ୍ୟତୀତ କ୍ରିତି ସାନନଙ୍କୁ ମାତା 'ସୀତା' ଭାବରେ ଦେଖିବାକୁ ମିଳିବ । 'ଆଦିପୁରୁଷ'ର କାହାଣୀ 7ହଜାର ବର୍ଷ ପୂର୍ବେ ସ୍ଥିର ହୋଇଥିଲା, ଯେତେବେଳେ ଅଯୋଧ୍ୟା ରାଜା ରାମ ତାଙ୍କ ପତ୍ନୀ ଜାନକୀଙ୍କୁ ରାବଣରୁ ମୁକ୍ତ କରିବାକୁ ଲଙ୍କା ଯାତ୍ରା କରିଥିଲେ। ତାହା ଫିଲ୍ମରେ ଦର୍ଶାଯାଇଛି । ଚଳିତବର୍ଷ ଜୁନ୍ 16ରେ ବିଶ୍ୱ ସ୍ତରରେ 5ଟି ଭାଷା ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ରିଲିଜ କରିବ। ତେବେ ଏହି ଫିଲ୍ମର ଗୀତ, ଟ୍ରେଲର ବେଶ ଲୋକପ୍ରିୟତା ହାସଲ କରୁଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ହିଟ ହେବ ବୋଲି ଆଶା କରାଯାଉଛି।

ABOUT THE AUTHOR

...view details