ମୁମ୍ବାଇ: ପ୍ରଭାସ ଏବଂ କ୍ରିତି ସାନନଙ୍କ ପାନ ଇଣ୍ଡିଆ ଫିଲ୍ମ 'ଆଦିପୁରୁଷ' ଏବେ ଶିରୋନାମାରେ ରହିଛି । ଫିଲ୍ମ ରିଲିଜ ହେବା ପରେ ଏହାର ସଂଳାପ ଏବଂ ଭିଏଫଏକ୍ସ ଯୋଗୁଁ ଅନେକ ବିବାଦର ସମ୍ମୁଖୀନ ହୋଇଛି । ଯାହାର ପ୍ରଭାବ ବର୍ତ୍ତମାନ ଫିଲ୍ମର ଆୟ ଉପରେ ମଧ୍ୟ ପଡିଛି । ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ କରିଥିଲା । ଏବଂ ଫିଲ୍ମଟି ଏହାର ଓପନିଂ ଦିନରେ 140 କୋଟି ଟଙ୍କା ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଥିଲା । ହେଲେ 2ୟ ଦିନରେ ଫିଲ୍ମର ଆୟ ହ୍ରାସ ପାଇବାରେ ଲାଗିଛି ।
ରିପୋର୍ଟ ଅନୁସାରେ, ବିଶ୍ବର ରୋଜଗାର ବିଷୟରେ କହିବାକୁ ଗଲେ ଫିଲ୍ମ ପ୍ରଥମ ଦିନରେ 140 କୋଟି ଟଙ୍କା ସଂଗ୍ରହ କରିଛି । ଏବଂ ଦ୍ୱିତୀୟ ଦିନରେ ଫିଲ୍ମର ସଂଗ୍ରହ ହେଉଛି 65 କୋଟି ଟଙ୍କା । ଏହା ସହିତ ଘରୋଇ ବକ୍ସ ଅଫିସରେ ଫିଲ୍ମର ମୋଟ ଆୟ 151 କୋଟିକୁ ବୃଦ୍ଧି ପାଇଛି । ପ୍ରଥମ ଦିନର ରୋଜଗାର ବିଷୟରେ କହିବାକୁ ଗଲେ ଆଦିପୁରୁଷ ସମସ୍ତ ଭାଷାରେ 86.75 କୋଟି ରୋଜଗାର କରିଥିଲା । ଯେଉଁଥିରେ ହିନ୍ଦୀ 37.25 କୋଟି, ତେଲୁଗୁ 48 କୋଟି, ମାଲାୟାଲମ୍ 0.4 କୋଟି, ତାମିଲ 0.7 କୋଟି ଏବଂ କନ୍ନଡ 0.4 କୋଟି ରୋଜଗାର କରିଥିଲା ।