ଓଡିଶା

odisha

ETV Bharat / entertainment

କଂଗ୍ରେସ ଛାଡି ଏନସିପିରେ ମିଶିଲେ ଅଭିନେତ୍ରୀ ଆସାବରୀ ଯୋଶୀ, ଫିଲ୍ମରେ ଶାହାରୁଖଙ୍କ ସହ କରିଛନ୍ତି କାମ - କଂଗ୍ରେସ ଛାଡିଲେ ଆସାବରୀ ଯୋଶୀ

ଆସାବରୀ ଯୋଶୀ ମରାଠୀ ସିନେମାର ଏକ ଜଣାଶୁଣା ଚେହେରା । ଆସାବରୀ ଯୋଶୀ ଦୀର୍ଘ ଦିନ ଧରି କଂଗ୍ରେସ ସହ ଜଡିତ ଥିଲେ । କିନ୍ତୁ ବର୍ତ୍ତମାନ ସେ କଂଗ୍ରେସ ଛାଡି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ରେ ଯୋଗ ଦେଇଛନ୍ତି। ଅଧିକ ପଢନ୍ତୁ

କଂଗ୍ରେସ ଛାଡି ଏନସିପିରେ ମିଶିଲେ ଅଭିନେତ୍ରୀ ଆସାବରୀ ଯୋଶୀ
କଂଗ୍ରେସ ଛାଡି ଏନସିପିରେ ମିଶିଲେ ଅଭିନେତ୍ରୀ ଆସାବରୀ ଯୋଶୀ

By

Published : Apr 7, 2022, 10:44 PM IST

ହାଇଦ୍ରାବାଦ: ଆସାବରୀ ଯୋଶୀ ମରାଠୀ ସିନେମାର ଏକ ଜଣାଶୁଣା ଚେହେରା । ସେ ଅନେକ ଟିଭି ସିରିଏଲ ଏବଂ ବଡ ପରଦାରେ କାମ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । କିନ୍ତୁ ସେ ବହୁ ପୂର୍ବରୁ ରାଜନୀତିରେ ପାଦ ଦେଇସାରିଛନ୍ତି। ଆସାବରୀ ଯୋଶୀ ଦୀର୍ଘ ଦିନ ଧରି କଂଗ୍ରେସ ସହ ଜଡିତ ଥିଲେ କିନ୍ତୁ ବର୍ତ୍ତମାନ ସେ କଂଗ୍ରେସ ଛାଡି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ରେ ଯୋଗ ଦେଇଛନ୍ତି। ଆସାବରୀ ଯୋଶୀ ଗୁରୁବାର ଏନସିପିରେ ଯୋଗ ଦେଇଥିଲେ। ଏହି ଅବସରରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ତାଙ୍କୁ ସ୍ୱାଗତ କରିଛନ୍ତି।

ଆସାବରୀ ଯୋଶୀ କିଏ

1965 ମସିହାରେ ମଇ 6ରେ ଜନ୍ମଗ୍ରହଣ କରିଥିବା ଆସାବରୀ ଯୋଶୀ ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ବେଶ୍ ଲୋକପ୍ରିୟ । ସିନେମା ଜଗତରେ ଏକ ବଡ଼ କାମ କରିବା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ସେ 2019ରେ କଂଗ୍ରେସରେ ଯୋଗ ଦେଇଥିଲେ। ଏହି ସମୟରେ ତାଙ୍କୁ ମୁମ୍ବାଇ କଂଗ୍ରେସ ସଭାପତି ସଞ୍ଜୟ ନିରୁପମ ସ୍ୱାଗତ କରିଥିଲେ।

ମରାଠୀ ସିନେମା

ଆସାବରୀ ଯୋଶୀ 1986 ରେ ମରାଠୀ ଚଳଚ୍ଚିତ୍ର ମାଝେ ଘର ମାଝେ ସଂସାର ସହିତ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ପରେ ସେ ଅନେକ ମରାଠୀ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ ଅଭିନୟ କରିଥିଲେ । ସେ 'ଧୁମ୍-ଧୂମ୍', 'ମନ୍ଥନ୍', 'ତାଣ୍ଡଲା', 'ଡବଲ୍ ସିଟ୍' ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଆସାବରୀ ଟିଭିରେ ମଧ୍ୟ ବହୁତ ଭଲ କାମ କରିଛନ୍ତି | 1993 ରେ ପ୍ରସାରିତ ସିରିଏଲ୍ 'ଜୁବାନ୍ ସମ୍ବାଳକେ' ସହିତ ସେ ଟିଭି ଜଗତରେ ଡେବ୍ୟୁ କରିଥିଲେ । ଏହା ପରେ ସେ 'ଫ୍ୟାମିଲି ନମ୍ବର 1', 'ମାଲା ସାସୁ ହବି', 'ସ୍ବାଭିମାନ', 'ମୁଲଗି ଜାଲି ହୋ' ପରି ଅନେକ ମରାଠୀ ସିରିଏଲରେ ଅଭିନୟ କରିଥିଲେ ।

ହିନ୍ଦୀ ଚଳଚ୍ଚିତ୍ର

ଆସାବରୀ ଯୋଶୀ ହିନ୍ଦୀ ଚଳଚ୍ଚିତ୍ର ସହିତ ମରାଠୀ ସିନେମାରେ କାମ କରିଛନ୍ତି । ଆସାବରୀଙ୍କୁ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ହିଟ୍ ଫିଲ୍ମ 'ଓମ୍ ଶାନ୍ତି ଓମ୍'ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଆସାବରୀ 'ଲଭଲି କପୁର'ର ଚରିତ୍ରରେ ଅଭିନୟ କରିଥିଲେ । ଏହା ବ୍ୟତୀତ ସେ 'Waqt: The Race Against Time', 'ହେଲୋ ଡାର୍ଲିଂ' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details