ଓଡିଶା

odisha

ETV Bharat / entertainment

Israel-Hamas War: ଇସ୍ରାଏଲରେ ଭାରତୀୟ ଟେଲି ଅଭିନେତ୍ରୀ ମଧୁରା ନାୟକଙ୍କ ଭଉଣୀ ଓ ଭିଣୋଇଙ୍କୁ ହତ୍ୟା - ଇସ୍ରାଏଲ ଆକ୍ରମଣ

ଇସ୍ରାଏଲରେ ଚାଲିଥିବା ଯୁଦ୍ଧରେ ଭାରତୀୟ ଟିଭି ଅଭିନେତ୍ରୀ ମଧୁରା ନାୟକଙ୍କ ପରିବାରର ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୋସିଆଲ ମିଡିଆରେ 'ନାଗିନ୍' ଫେମ୍ ଅଭିନେତ୍ରୀ ମଧୁରା ନାୟକ ଏକ ଭିଡିଓ ସେୟାର କରି ଏନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଇସ୍ରାଏଲରେ ମଧୁରା ନାୟକଙ୍କ ଭଉଣୀ ଏବଂ ଜ୍ବାଇଁଙ୍କ ହତ୍ୟା, ପରିବାରରେ ଶୋକ
ଇସ୍ରାଏଲରେ ମଧୁରା ନାୟକଙ୍କ ଭଉଣୀ ଏବଂ ଜ୍ବାଇଁଙ୍କ ହତ୍ୟା, ପରିବାରରେ ଶୋକ

By ETV Bharat Odisha Team

Published : Oct 11, 2023, 3:23 PM IST

ହାଇଦାବ୍ରାଦ:ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ତେଜିବାରେ ଲାଗିଛି । ୨ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ନା ନେଉନାହିଁ । ନିକଟରେ ବଲିଉଡ ଅଭିନେତ୍ରୀ ସେଠାରୁ ଜୀବନ ବଞ୍ଚାଇ ସୁରକ୍ଷିତ ଭାରତ ଫେରିଥିବା ବେଳେ ଏବେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଲୋକପ୍ରିୟ ଟିଭି ଅଭିନେତ୍ରୀ ମଧୁରା ନାୟକଙ୍କ ଭଉଣୀ ଏବଂ ଭିଣୋଇଙ୍କ ଇସ୍ରାଏଲରେ ଚାଲିଥିବା ଯୁଦ୍ଧରେ ପ୍ରାଣ ହରାଇଛନ୍ତି । ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଅଭିନେତ୍ରୀ ଏନେଇ ସୂଚନା ଦେଇଛନ୍ତି ।

ଅଭିନେତ୍ରୀ ମଧୁରା ନାୟକ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଏହି ଦୁଃଖଦ ଖବରକୁ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ଉଭଣୀ ଓଦାୟା ଏବଂ ଭିଣୋଇଙ୍କୁ ହମାସ ଆତଙ୍କବାଦୀମାନେ ତାଙ୍କ ଛୁଆଙ୍କ ସାମ୍ନାରେ ଅତି ନିର୍ମମ ଭାବେ ହତ୍ୟା କରିଥିବା କହିଛନ୍ତି । ମଧୁରା କହିଛନ୍ତି, "ମୁଁ, ମଧୁରା ନାୟକ, ମୁଁ ଜଣେ ଭାରତୀୟ । ବର୍ତ୍ତମାନ ଭାରତରେ ଆମ ସଂପ୍ରଦାୟର ସଂଖ୍ୟା କେବଳ 3000 । ଅକ୍ଟୋବର 7ରେ ଆମେ ଆମ ପରିବାରର ଗୋଟିଏ ଝିଅ ଏବଂ ପୁଅକୁ ହରାଇଥିଲୁ । ମୋର ସମ୍ପର୍କୀୟ ଭଉଣୀ ଓଦାୟା ଏବଂ ତାଙ୍କ ସ୍ୱାମୀଙ୍କୁ ଦୁଇ ସନ୍ତାନଙ୍କ ଉପସ୍ଥିତିରେ ସେମାନଙ୍କୁ ହତ୍ୟା କରାଯାଇଥିଲା । ମୁଁ ଏବଂ ମୋର ପରିବାର ଆଜି ଯେଉଁ ଦୁଃଖ ଓ ଭାବନା ଦେଇ ଗତି କରୁଛୁ, ତାହା ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ। "

ଏହା ମଧ୍ୟ ପଢନ୍ତୁ:ଇସ୍ରାଏଲ ସମର୍ଥକ ସାଜିଲେ କଙ୍ଗନା ଏବଂ ପାଲେଷ୍ଟାଇନର ସମର୍ଥନ କରିଥିଲେ ସ୍ବରା

ଅଭିନେତ୍ରୀ ଆହୁରି କହିଛନ୍ତି, "ଆଜି ସୁଦ୍ଧା ଇସ୍ରାଏଲ୍ ଯନ୍ତ୍ରଣା ଭୋଗୁଛି । ହମାସଙ୍କ କ୍ରୋଧରେ ଇସ୍ରାଏଲରେ ସନ୍ତାନ, ମହିଳା ଏବଂ ରାସ୍ତା ନିଆଁ ଜଳୁଛି । ମହିଳା, ଶିଶୁ, ବୃଦ୍ଧ ଏବଂ ଦୁର୍ବଳ ଲୋକଙ୍କୁ ଟାର୍ଗେଟ କରାଯାଉଛି । ଗତକାଲି ମୁଁ ଏକ ପୋଷ୍ଟ କରିଥିଲି ମୋ ଭଉଣୀ ଏବଂ ପରିବାରର ଫଟୋ । କିନ୍ତୁ ପାଲେଷ୍ଟାଇନ ବିପକ୍ଷରେ ପୋଷ୍ଟ ନେଇ ମୋତେ ବହୁତ ଅପମାନ କରଯାଇଥିଲା । ଆଜି ମୁଁ ମୋର ସ୍ୱର ଉତ୍ତୋଳନ କରିବାକୁ ଚାହୁଁଛି ଏବଂ ମୋର ଅନୁଗାମୀ, ବନ୍ଧୁ ଯେଉଁମାନେ ମୋତେ ସମର୍ଥନ କରିଛନ୍ତି, ସମସ୍ତଙ୍କୁ ମୁଁ ଭଲ ପାଏ । ସୂଚନା ଥାଉ କି, ମଧୁରା ନାଗିନ୍ ସମେତ 'ପ୍ୟାର୍ କି ୟେ ଏକ୍ କାହାନୀ', 'ଇସ୍ ପ୍ୟାର୍ କୋ କିଆ ନାମ ଦୁ', 'ହମ୍ ଲି ହେ ଶପଥ୍' ଏବଂ 'ତୁମାରୀ ପାଖି' ଭଳି ସିରିଏଲରେ କାମ କରିଛନ୍ତି।

ABOUT THE AUTHOR

...view details