ହାଇଦ୍ରାବାଦ:୬୯ତମ ଜାତୀୟ ଚଳଚ୍ଚିତ୍ର ଆୱାର୍ଡ କାର୍ଯ୍ୟକ୍ରମ ମଙ୍ଗଳବାର ଅର୍ଥାତ୍ ଅକ୍ଟୋବର ୧୭ରେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ହୋଇଥିଲା । ଏହି ସମୟରେ ବିଜେତାମାନଙ୍କୁ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରସ୍କାର କାର୍ଯ୍ୟ ପରେ ରାଷ୍ଟ୍ରପତିଙ୍କ ସହ ସମସ୍ତ ତାରକା ଏକ ଫଟୋ ପୋଜ ଦେଇଥିଲେ । ଫଟୋରେ ଆଲିଆ ଭଟ୍ଟ, କ୍ରିତି ସାନନ, ୱାହିଦା ରେହମାନ, ଅଲ୍ଲୁ ଅର୍ଜନୁ, ଆର ମାଧବନଙ୍କ ସମେତ ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଛି ।
ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ମଧ୍ୟ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ଏହି ଅବସରରେ ଓଡ଼ିଆ ଫିଲ୍ମ ପ୍ରତୀକ୍ଷା ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଜାତୀୟ ପୁରସ୍କାରରେ ସମ୍ମାନିତ ହାସଲ କରି ସାରା ଓଡ଼ିଶା ପାଇଁ ଗୌରବ ଆଣିଛି । ସେହିପରି ବଲିଉଡ ଅଭିନେତା ଆର ମାଧବନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ରକେଟ୍ରି: ନାମ୍ବି ଇଫେକ୍ଟ' ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ସମ୍ମାନିତ ଲାଭ କରିଛି। ସେପଟେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଲିଆ ଭଟ୍ଟ ଏବଂ କ୍ରିତି ସାନନ୍ ପୁରସ୍କାର ପାଇଥିଲେ। ସେହିପରି ସମାରୋହରେ ଏସ୍ ରାଜାମୌଲିଙ୍କ 'ଆରଆରଆର' ୬ଟି ପୁରସ୍କାର ଜିତିଥିଲା । ଏଥିସହ ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ମଧ୍ୟ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବଲିଉଡ ସେଲିବ୍ରିଟି ଏହି ଉତ୍ସବରେ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ସଦସ୍ୟ ଉପସ୍ଥିତ ଥିଲେ। ବିଜେତାମାନେ କେବଳ ରାଷ୍ଟ୍ରପତି ମୁର୍ମୁଙ୍କଠାରୁ ପୁରସ୍କାର ଗ୍ରହଣ କରିନାହାଁନ୍ତି ବରଂ ତାଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିଲେ ଏବଂ ତାଙ୍କ ସହିତ ଫଟୋ କ୍ଲିକ୍ କରିଛନ୍ତି । ଦାଦାସାହେବ ଫାଲକେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ସହ ସମସ୍ତ ବିଜେତା ରାଷ୍ଟ୍ରପତି ମୁର୍ମୁଙ୍କ ସହ ଫଟୋ ଉଠାଇଛନ୍ତି । ଫଟୋରେ ଆଲିଆଙ୍କ ସ୍ୱାମୀ ତଥା ଅଭିନେତା ରଣବୀର କପୁର ମଧ୍ୟ ନଜର ଆସିଛନ୍ତି।
ଏହା ମଧ୍ୟ ପଢନ୍ତୁ:ଆୱାର୍ଡ ପାଇ ଖୁସିବ୍ୟକ୍ତ କଲେ ସେଲିବ୍ରିଟି
ସୂଚନା ଥାଉ କି, ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହେଉଛି ଅନ୍ୟତମ ସମ୍ମାନଜନକ ପୁରସ୍କାର ଯାହାକି ପ୍ରତିବର୍ଷ ଦେଶର ସର୍ବୋତ୍ତମ ଚଳଚ୍ଚିତ୍ର ନିର୍ମାଣ ପ୍ରତିଭାକୁ ସମ୍ମାନିତ କରିବା ପାଇଁ ଘୋଷଣା କରାଯାଇଥାଏ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ ଅନୁଯାୟୀ, ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଉଦ୍ଦେଶ୍ୟ ହେଉଛି 'ସୌନ୍ଦର୍ଯ୍ୟ ଏବଂ ବୈଷୟିକ ଉତ୍କର୍ଷତା ତଥା ସାମାଜିକ ପ୍ରାସଙ୍ଗିକତାର ଚଳଚ୍ଚିତ୍ର ଉତ୍ପାଦନକୁ ଉତ୍ସାହିତ କରିବା ।' ଏବଂ ଏହି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ପ୍ରତ୍ୟେକ ବର୍ଗ ଆଧାରରେ ପୃଥକ ପୁରସ୍କାର ଦିଆଯାଏ, ଯାହା ସ୍ୱର୍ଣ୍ଣ କମଲ, ରଜତ କମଲ ନାମରେ ଜଣାଶୁଣା।